www.samajalive.in
Monday, December 8, 2025
27.1 C
Bhubaneswar

ଚିନ୍ତା ବଢାଇଛନ୍ତି ବଡ଼ମ୍ବାରେ କରୋନା ଆକ୍ରାନ୍ତ ଦୁଇ ଅଜ୍ଞାତ ପ୍ରବାସୀ

ବଡ଼ମ୍ବା: କଟକ ଜିଲା ବଡ଼ମ୍ବା ବ୍ଲକରେ କରୋନା ସଂକ୍ରମିତଙ୍କ ଚେନ୍‍ ଭାଙ୍ଗିବା ନେଇ ରାଜ୍ୟ ସରକାର ତଥା ଜିଲା ପ୍ରଶାସନ କଠୋର ପଦକ୍ଷେପ ଆପଣାଉଛନ୍ତି। ହେଲେ ଏଭଳି ସମୟରେ ଶନିବାର ଏକ ଆଶ୍ଚର୍ୟ୍ୟଜନକ ଘଟଣାକୁ ନେଇ ପ୍ରଶାସନ ସମେତ ସ୍ଥାନୀୟ ଲୋକଙ୍କ ମନରେ ଉଦବେଗ ପ୍ରକାଶପାଇଛି। ପ୍ରଶ୍ନଉଠୁଛି ଶିକ୍ଷିତ ଏବଂ ସଚେତନ ଯଦି ଜାଣିଶୁଣି ଭୁଲ କରି ବସିବେ ତେବେ ଦୋଷ କାହାକୁ ଦିଆଯିବ ?

ଘଟଣାରୁ ପ୍ରକାଶ, ଏହି ବ୍ଲକର ଦୁଇ ଅଜ୍ଞାତ ପ୍ରବାସୀ ଭୁବନେଶ୍ୱରରେ ଘରୋଇ ଭାବେ ସ୍ୱାବ୍‍ ପରୀକ୍ଷା କରାଇ ପ୍ରଶାସନର ଅଗୋଚରରେ ନିଜନିଜ ଘରେ ଆସି ରହିଥିଲେ।ଆଜି ସେମାନେ କୋଭିଡ-୧୯ ଭୂତାଣୁ ସଂକ୍ରମିତ ଥିବା ଏବଂ ସେମାନଙ୍କ ସ୍ୱାବ୍‍ ରିପୋର୍ଟ ପଜିଟିଭ ଥିବା ସ୍ଥାନୀୟ ପ୍ରଶାସନ ସକାଳେ ଜାଣିବାକୁ ପାଇଥିଲେ। ତେବେ ଇତିମଧ୍ୟରେ ସେମାନେ ଘରଲୋକଙ୍କ ସମେତ କାହାକାହା ସଂସ୍ପର୍ଶରେ ଆସିଛନ୍ତି ଏବଂ ଏକାଧିକ ସଂକ୍ରମଣ ସମ୍ଭାବନା ରହିଥିବା ନେଇ କେବଳ ଯେ ପ୍ରଶାସନ ପାଇଁ ଉଦବେଗର କାରଣ ହୋଇଛି ତାହା ନୁହେଁ, ଘଟଣାକୁ ନେଇ ବିଭିନ୍ନ ମହଲରେ ଅର୍ଥାତ୍‍ ବଡ଼଼ମ୍ବାର ପ୍ରାୟ ସାଧାରଣ ଜନତା ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କିଭଳି ଭାବେ ଘରୋଇ ସ୍ୱାବ୍‍ ଟେଷ୍ଟ ନେଇ ଏଭଳି ବ୍ୟତିକ୍ରମ ଘଟିଲା ଏବଂ ଘଟଣା ଜଣାପଡ଼ିବା ପରେ କାହିଁକି ପ୍ରଶାସନର ସାହାଯ୍ୟ ଲୋଡ଼ାଗଲା ତାହା ତଦନ୍ତ ସାପେକ୍ଷ ବୋଲି ବୁଦ୍ଧିଜୀବୀ ଦାବି କରିଛନ୍ତି।

- Advertisement -

ଅନ୍ୟପକ୍ଷରେ ଅତି ସମ୍ବେଦନଶୀଳ ଏହି ରୋଗ ସଂସ୍ପର୍ଶରେ ଆସି ଯେଉଁମାନେ ପ୍ରତ୍ୟକ୍ଷ ବା ପରୋକ୍ଷରେ ଘଟଣାକୁ ଲୁକାୟିତ କରିବାକୁ ଉଦ୍ୟମ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଆଇନ ଅନୁଯାଇ କାର୍ୟ୍ୟାନୁଷ୍ଠାନ ନେବାସହ ଏଭଳି ଘଟଣାର ଯେଭଳି ପୁନରାବୃତି ନ ଘଟେ ସେଦିଗରେ ଡାକବାଜି ଜରିଆରେ ସାହି ସାହିରେ ବ୍ୟାପକ ଜନସଚେତନ କରାଯିବାକୁ ପ୍ରଶାସନ ପାଖରେ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ଠାବ କରାଯାଇଥିବା ଏହି ଦୁଇ କରୋନା ସଂକ୍ରମିତଙ୍କ ମଧ୍ୟରୁ ଜଣେ ବଡ଼ମ୍ବା ଟାଉନର ବାଙ୍ଗାଲୋର ଫେରନ୍ତା ମୂଳବାସିନ୍ଦା ଏବଂ ଅନ୍ୟଜଣେ ଅନୁରୁପ ଭାବେ ବ୍ଲକ ଅନ୍ତର୍ଗତ ତେଲେଣିଆ ଗ୍ରାମର ପୁନେ ଫେରନ୍ତା ବୋଲି ଜଣାପଡ଼ିଛି। ଦୁଇ ସଂକ୍ରମିତଙ୍କୁ କୋଭିଡ୍‍ ହସପିଟାଲ ପଠାଯିବା ନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପଦକ୍ଷେପ ନିଆଯାଇଥିବା ଏବଂ ଆଜି ବଡ଼ମ୍ବାରେ ୧୨୬ଜଣଙ୍କ ସ୍ୱାବ୍‍ ପରୀକ୍ଷା କରାଯାଇଥିବା ସ୍ଥାନୀୟ ଚିକିତ୍ସାଧିକାରୀ ଡାକ୍ତର ବିଶ୍ୱନାଥ ଅଢେକ କହିଛନ୍ତି। ବଡ଼ମ୍ବା ବିଡିଓ ଉତ୍କଳ ରଞ୍ଜନ ଆଚାର୍ୟ୍ୟ, ତହସିଲଦାର ଅନୀଲକୁମାର ପଟ୍ଟନାୟକ ଏହି ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ବିଶେଷକରି ଏତେ ସଚେତନତା ସତ୍ୱେ ଏଭଳି ଲୁକ୍କାୟିତ ଘଟଣା ଗୋଷ୍ଠି ସଂକ୍ରମଣର ଅନ୍ୟତମ କାରଣ ହୋଇପାରେ ତାହା ଅନ୍ତତପକ୍ଷେ ସ୍ୱାବ୍‍ ପରୀକ୍ଷା କରାଇଥିବା ଘରୋଇ ଚିକିତ୍ସାଳୟ ଏବଂ ପ୍ରଭାବିତ ପରିବାର ଭୁଲି ନ ଯିବା ଦରକାର ବୋଲି ପ୍ରଶାସନ ଚେତାଇ ଦେଇଛନ୍ତି।

ସେହିଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆକ୍ରାନ୍ତ ଦୁଇଜଣଙ୍କ ପରିବାରର ସମସ୍ତ ସଦସ୍ୟ ତଥା ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷ ତୁରନ୍ତ କ୍ୱାରେଣ୍ଟାଇନ ସେଣ୍ଟରକୁ ଆସି ସଙ୍ଗରୋଧରେ ରହିବାକୁ ବିଡିଓ ଶ୍ରୀ ଆଚାର୍ୟ୍ୟ ସଂପୃକ୍ତ ସରପଞ୍ଚଙ୍କୁ ପରାମର୍ଶ ଦେଇଥିବା କହିଛନ୍ତି। ଏଦିଗରେ ଆକ୍ରାନ୍ତଙ୍କ ପରିବାର ସହଯୋଗ ନ କଲେ କୋଭିଡ ଆଇନ ଅନୁସାରେ ବିହିତ ବିକଳ୍ପ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ଶ୍ରୀ ଆଚାର୍ୟ୍ୟ ନିଷ୍ପତି ନେଇଥିବା ପ୍ରକାଶ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories