www.samajalive.in
Saturday, December 13, 2025
23.1 C
Bhubaneswar

ହଟ୍‍ସ୍ପଟ୍‍ ଅଞ୍ଚଳରୁ ଆସି ସଙ୍ଗରୋଧ କେନ୍ଦ୍ରରେ ରହିଲେ ୬ ଶ୍ରମିକ

ଫୁଲବାଣୀ: ଫିରିଙ୍ଗିଆ ଅଞ୍ଚଳରେ ଶନିବାର ହଟ୍‍ସ୍ପଟ୍‍ ଅଞ୍ଚଳରୁ ଆସି ୬ ଜଣ ଶ୍ରମିକ ସଙ୍ଗୋରୋଧ କେନ୍ଦ୍ରରେ ରହିଥିବା ସୂଚନା ମିଳିଛି। ବର୍ତ୍ତମାନ ଜିଲ୍ଲାର ସମସ୍ତ ପ୍ରବେଶ ପଥ ସିଲ୍‍ କରିଦିଆଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। ତଥାପି କେତେକେ ହଟ୍‍ସ୍ପଟ୍‍ ଜୋନରୁ ବିଭିନ୍ନ ଗଳାବାଟ ଦେଇ ଲୁଚିଛପି କିଛି ଲୋକ ଚାଲି ଆସୁଛନ୍ତି। ତେବେ ଏହି ପରିପ୍ରେକ୍ଷୀରେ ଶନିବାର ସକାଳୁସକାଳୁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହର ସଟଡାଉନ ପାଇଁ ଶୁନଶାନ ଥିବା ବେଳେ ହଠାତ ଫିରିଙ୍ଗିଆ ବ୍ଲକ ଛକ ନିକଟରେ ଏକ ମାଲ ବୋଝେଇ ପିକଅପ ଭ୍ୟାନ ଆସି ୬ ଜଣ ଲୋକଙ୍କୁ ଓହ୍ଲାଇ ଦେଇ ଦୃତଗତିରେ ଚାଲିଯାଇଥିଲ।। ଛକ ଉପରେ ଥିବା କିଛି ଲୋକ ଏହି ଘଟଣାକୁ ଦେଖି ଭୟଭିତ ହେବା ସହ ଉକ୍ତ ଲୋକମାନଙ୍କ ପାଖକୁ ମଧ୍ୟ ଯାଇ ନ ଥିଲେ। ପ୍ରାୟ ୩୦ ମିନିଟ୍‍ ଉକ୍ତ ଯୁବକମାନେ ଛକ ଉପରେ ବୁଲାବୁଲି କଲାପରେ ସ୍ଥାନୀୟ କିଛି ଲୋକ ଉକ୍ତ ଯୁବକମାନଙ୍କୁ ପଚରାଉଚରା କଲା ପରେ ଉକ୍ତ ଯୁବକମାନେ ବ୍ରହ୍ମପୁରର ଏକ ବୋରୱେଲ କମ୍ପାନିର ଶ୍ରମିକ ବୋଲି ପରିଚୟ ଦେଇଥିଲେ। ସେମାନେ ସବୁ ଫିରିଙ୍ଗିଆ ବ୍ଲକର ବୋଲି ଜଣାପଡିଥିଲ।।

ପରେ ସ୍ଥାନୀୟ ବ୍ଲକ ପ୍ରଶାସନକୁ ଅବଗତ କରାଇଥିଲେ। ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଂଜନ ମହନ୍ତ ପହଁଚି ଉକ୍ତ ୬ ଜଣ ଶ୍ରମିକଙ୍କୁ କୋଭିଡ଼ ଆମ୍ବୁଲ।ନ୍ସ ସାହାଯ୍ୟରେ ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ଠାରେ ଥିବା ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଥିଲ।।

- Advertisement -

ଉକ୍ତ ଯୁବକମାନେ ଗାଡିଟି ଖାଲି ଆସୁଥିବା ଦେଖି ସେଥିରେ ଚଢି ଚାଲିଆସିଥିବା କହୁଥିବା ବେଳେ ଆସିବା ପାଇଁ ସେମାନଙ୍କୁ ଗାଡି ଡ୍ରାଇଭରକୁ ମୋଟା ଅଙ୍କର ଟଙ୍କା ଦେବାକୁ ପଡିଥିବା ମଧ୍ୟ କହିଛନ୍ତି। ଅନ୍ୟପଟେ ଏହି ଘଟଣା ବିଷୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତଙ୍କୁ ପଚାରିବାରୁ, ଏହି ଯୁବକମାନେ ଆସୁଥିବା ଏକ ନିର୍ଦ୍ଦିଷ୍ଟ ଚେକପୋଷ୍ଟରୁ ଆମପାଖକୁ ଖବର ଆସିଥିଲ। ଯାହାପାଇଁ ଆମେ ପ୍ରସ୍ତୁତ ହୋଇ ରହିଥିଲୁ ବୋଲି କହିଛନ୍ତି। ଅନ୍ୟପଟେ ବର୍ତମାନ କନ୍ଧମାଳ ଜିଲ୍ଲାର ସମସ୍ତ ପ୍ରବେଶ ପଥ ସିଲ୍‍ ଥିବା ବେଳେ ଓ ଦୁଇଦିନ ଧରି ସାରା ଜିଲ୍ଲା ସଟ୍‍ଡାଉନ ଥିବା ବେଳେ କିଭଳି ଓ କେଉଁ ପରିସ୍ଥିତିରେ ଏହି ଶ୍ରମିକମାନେ ହଟ୍‍ସ୍ପଟ୍‍ ଜୋନରୁ କନ୍ଧମାଳ ଜିଲ୍ଲା ମଧ୍ୟକୁ ପ୍ରବେଶ କଲେ ତାହାକୁ ନେଇ ଏବେ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଏହି ଯୁବକମାନେ ଫିରିଙ୍ଗିଆରେ ବୁଲାବୁଲି କରୁଥିବା ଯୋଗୁଁ ପରବର୍ତ୍ତି ସମୟରେ କେତେକ ଅଞ୍ଚଳରେ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍‍ କରାଯାଇଥିବା ପ୍ରକାଶ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories