www.samajalive.in
Tuesday, December 9, 2025
23.1 C
Bhubaneswar

ଦେଶର ସବୁଠାରୁ ଧନୀ ମହିଳା ରୋଶନି ନାଦର ହେଲେ ଏଚସିଏଲର ଚେୟାରମ୍ୟାନ୍

ନୂଆଦିଲ୍ଲୀ : ଦେଶର ସବୁଠାରୁ ଧନୀ ମହିଳା ରୋଶନି ନାଦର ଏଚସିଏଲ (HCL)କମ୍ପାନୀର ଚେୟାରମ୍ୟାନ୍ ହୋଇଛନ୍ତି। ଏନେଇ କମ୍ପାନୀ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। କମ୍ପାନୀର ପୂର୍ବତନ ଚେୟାରମ୍ୟାନ୍ ଶିବ ନାଦର ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିବା ପରେ କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ବୋର୍ଡ ଅଫ୍ ଡାଇରେକ୍ଟର୍ସ ପକ୍ଷରୁ କୁହାଯାଇଛି ଯେ, ଏଚସିଏଲ ଟେକ୍ନୋଲୋଜି କମ୍ପାନୀର ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରୋଶନି ନାଦର ମାଲହୋତ୍ରାଙ୍କୁ ନିର୍ଦ୍ଦେଶକ ବୋର୍ଡର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଛି। ସେ ଶିବ ନାଡାରଙ୍କ ସ୍ଥାନ ନେବେ।

ଆମେରିକାରୁ ବ୍ୟବସାୟ ପ୍ରଶାସକ ଡିଗ୍ରୀ ହାସଲ କରିଥିବା ରୋଶନି ନାଦର ମଲହୋତ୍ରା, ମାତ୍ର ୨୮ ବର୍ଷ ବୟସରେ ଏଚସିଏଲ କମ୍ପାନୀର ସିଇଓ ଭାବରେ କାର୍ଯ୍ୟ କରିଛନ୍ତି। ଏହା ସହିତ ସେ ଏଚସିଏଲ ଟେକ୍ନୋଲୋଜି ବୋର୍ଡର ଉପାଧ୍ୟକ୍ଷ ତଥା ଶିବ ନାଦର ଫାଉଣ୍ଡେସନର ଟ୍ରଷ୍ଟି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ୨୦୧୭ ରୁ ୨୦୧୯ ମଧ୍ୟରେ ଫୋର୍ବସ୍ ପତ୍ରିକାରେ ପ୍ରକାଶ ପାଇଥିବା ବିଶ୍ବର ୧୦୦ ଜଣ ଶକ୍ତିଶାଳୀ ମହିଳା ତାଲିକାରେ ରୋଶନି ନାଦରଙ୍କ ନାମ ଥିଲା। ୨୦୧୯ ରେ ସେ ଏହି ତାଲିକାରେ ୫୪ ନମ୍ବରରେ ଥିଲେ। ସେହି ମସିହାରେ ସେ ଦେଶର ସବୁଠାରୁ ଧନୀ ମହିଳା ଥିଲେ। ଆଇଆଇଏଫଏଲ୍ ଧନ ହୁରୁନ୍ ଇଣ୍ଡିଆ ଅନୁଯାୟୀ ତାଙ୍କର ମୋଟ୍ ସମ୍ପତ୍ତିର ମୂଲ୍ୟ ୩୧,୪୦୦ କୋଟି ଟଙ୍କା।

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories