ଏଣିକି ଗୁଗଲ ମ୍ୟାପ୍ସରେ ନଜର ଆସିବ ଆପଣଙ୍କ ଘର, ଏମିତି କରନ୍ତୁ ପଞ୍ଜୀକୃତ

ନୂଆଦିଲ୍ଲୀ : ଯଦି ଆପଣଙ୍କ ଘର ଏମିତି କୌଣସି ସ୍ଥାନରେ ଅଛି ଯେଉଁଠି ପହଞ୍ଚିବା ପାଇଁ ଲୋକଙ୍କୁ ସମସ୍ୟା ହେଉଛି ଏବଂ ଲୋକମାନେ ରାସ୍ତା ଭୁଲିଯାଉଛନ୍ତି ତେବେ ଆପଣଙ୍କ ପାଖରେ ଏକ ସୁନ୍ଦର ଉପାୟ ଅଛି । ଆଜି ଆମେ ଏହି ଉପାୟ ସମ୍ପର୍କରେ ଆପଣଙ୍କୁ ଜଣାଇବୁ । ଏବଂ ଏହା ହେଉଛି ଯେ ଆପଣ ନିଜ ଘରକୁ ଗୁଗଲ ମ୍ୟାପ୍ସରେ ପଞ୍ଜୀକୃତ କରିପାରିବେ । ଏହା ଫଳରେ ଲୋକମାନେ ଗୁଗଲରେ ଆପଣଙ୍କ ଲୋକେସନକୁ ସହଜରେ ଖୋଜି ଆପଣଙ୍କ ଘରେ ପହଞ୍ଚି ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରକ୍ରିୟା…

୧. ଘରର ଲୋକେସନ ଚୟନ କରନ୍ତୁ । ମ୍ୟାପ୍ସରେ ଆପଣଙ୍କ ନିଜ ଘରର ସଠିକ୍ ଠିକଣା ଚୟନ କରିବାକୁ ହେବ । ଆପଣ ଜୁମ୍ ଇନ୍/ଆଉଟ୍ କରି ଏବଂ ପିନକୁ ଭିଡି ଏହାକୁ ଆଡଜଷ୍ଟ କରିପାରିବେ । ଏବେ ଆପଣଙ୍କୁ ‘ନେକ୍ସଟ’ ବଟନ ଉପରେ କ୍ଲିକ୍ କରିବାକୁ ହେବ । ଏବେ ଆପଣଙ୍କୁ ଅତିରିକ୍ତ ସୂଚନା ଦେବାକୁ ହେବ ଯେପରିକି ଆପାର୍ଟମେଣ୍ଟ, ଘର ନମ୍ବର ଆଦି ଦେବାକୁ ହେବ । ଆପଣ ‘ଫୋନ୍ ନମ୍ବର’ ଫିଲ୍ମରେ ଘରର ଫୋନ ନମ୍ବର ମଧ୍ୟ ପଞ୍ଜୀକୃତ କରିପାରିବେ । ଏବେ ଆପଣ ସବମିଟ୍ ବଟନ ଉପରେ କ୍ଲିକ୍ କରି ତଥ୍ୟ ପୈଠ କରିପାରିବେ ।

୨. ଘରର ନାଁ ଏବଂ ଠିକଣା ଦିଅନ୍ତୁ । ‘ନେମ୍’ ଫିଲ୍ମରେ ନିଜ ଘରର ନାଁ ଦିଅନ୍ତୁ । ଆପଣଙ୍କୁ କହିରଖୁଛୁ ‘ଆଡ୍ରେସ୍’ ଫିଲ୍ମରେ ନିଜ ପୁରା ଠିକଣା ଦେବାକୁ ପଡିବ । ଏଥିରେ ପିନ୍ କୋଡ୍ ମଧ୍ୟ ସାମିଲ ।

୩. ଏବେ ଆପଣଙ୍କୁ ‘ଆଡ୍ ଏ ମିସିଂ ପ୍ଲେସ୍’ ଚୟନ କରିବାକୁ ହେବ । ‘ଆଡ୍ ଏ ପ୍ଲେସ୍’ ବିକଳ୍ପ ଚୟନ କଲେ ଏକ ନୂଆ ପେଜ୍ ଖୋଲିବ । ଏଠାରେ ‘ଆଡ୍ ଏ ମିସିଂ ପ୍ଲେସ୍’ ବଟନ ଉପରେ କ୍ଲିକ୍ କରନ୍ତୁ ।

୪. ଏବେ ଆପଣ ‘କଣ୍ଟ୍ରିବ୍ୟୁଟ୍’ ବଟନ ଉପରେ କ୍ଲିକ୍ କରନ୍ତୁ । ସ୍କ୍ରିନରେ ତଳେ ଡାହାଣ ପଟେ ସ୍ଥିତ ‘କଣ୍ଟ୍ରିବ୍ୟୁଟ୍’ ବଟନ ଉପରେ କ୍ଲିକ୍ କରିବା ପରେ ଏକ ମେନ୍ୟୁ ଖୋଲିବ । ଏଥିରେ ଆପଣଙ୍କୁ  ‘ଆଡ୍ ପ୍ଲେସ୍’ ବିକଳ୍ପ ଚୟନ କରିବାକୁ ହେବ ।

୫. ଗୁଗଲ ମ୍ୟାପ୍ସ ଆପ୍ ନିଜ ସ୍ମାର୍ଟଫୋନ୍ ବା ଟାବଲେଟରେ ଖୋଲନ୍ତୁ । ଯଦି ଆପଣ ପୂର୍ବରୁ ଲଗଇନ୍ ନାହାଁନ୍ତି ତେବେ ଗୁଗଲ ଆକାଉଣ୍ଟରୁ ଲଗଇନ୍ କରନ୍ତୁ ।

Comments are closed.