ଷ୍ଟଣ୍ଟ ପଡିଲା ଭାରୀ, ଅଳ୍ପକେ ମୃତ୍ୟୁ ମୁଖରୁ ରକ୍ଷା ପାଇଲେ ଯୁବକ

ନୂଆଦିଲ୍ଲୀ : ରିଲର ଏହି ଯୁଗରେ ସାମାନ୍ୟ ଲାଇକ୍ ପାଇଁ ଯୁବପିଢି ବିପଜ୍ଜନକ କାରନାମା କରିବାକୁ ପଛାଉନାହାଁନ୍ତି । ବେଳେବେଳେ ଏହା ଭାରୀ ପଡୁଛି । ଏବେ ସାମାଜିକ ଗଣମାଧ୍ୟମରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଯୁବକ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତୁଥିବା ନଜର ଆସୁଛି ।

ଭିଡିଓ ଆରମ୍ଭରେ ଜଣେ ଯୁବକ ସ୍କେଟିଂ ଜୋତା ପିନ୍ଧି ଷ୍ଟଣ୍ଟ ମାରୁଥିବା ନଜର ଆସୁଛି । ସେ ଏକ କାରକୁ ଧରି ଦ୍ରୁତ ଗତିରେ ଯାଉଛି । କିନ୍ତୁ ଏହି ସମୟରେ ତାର ଭାରସାମ୍ୟ ବିଗିଡି ଯାଉଛି ଏବଂ ସେ ରାସ୍ତା ମଝିରେ ପଡିଯାଉଛି । ଭିଡିଓ ଦେଖି ଅନୁମାନ କରିହେଉଛି କି ସେ ନିଶ୍ଚିତ ଭାବେ ଗୁରୁତର ଭାବେ ଆହତ ହୋଇଛି । ଏକ୍ସରେ ଏହି ଭିଡିଓଟି ସେୟାର କରାଯାଇଛି । ଏହାକୁ ଏପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ସମସ୍ତେ ପ୍ରତିକ୍ରିୟା ରଖି ଏଭଳି କାର୍ଯ୍ୟ ନକରିବାକୁ ପରାମର୍ଶ ଦେଉଛନ୍ତି ।

Comments are closed.