ବ୍ରହ୍ମପୁରରେ ନିର୍ବାଚନ ହିଂସା: ପ୍ରଦୀପ-ଶିବଶଙ୍କର ହାତାହାତି, ପ୍ରଦୀପ ପାଣିଗ୍ରାହୀ ଆହତ
ଗୋଷାଣୀ ନୂଆଁଗାଁ ଥାନା ଆଗରେ ଶିବଶଙ୍କର ଦାସଙ୍କ ସମର୍ଥକଙ୍କ ହୋହଲ୍ଲା
ବ୍ରହ୍ମପୁର: ଆଜି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହିଂସା ଦେଖାଦେଇଛି। ଗୋଷାଣୀ ନୂଆଗାଁରେ ଦୁଇ ପ୍ରାର୍ଥୀ ହାତାହାତି ହୋଇଛନ୍ତି। ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରତିଦ୍ବନ୍ଦ୍ବୀତା କରୁଥିବା ଦୁଇ ପ୍ରାର୍ଥୀ ଉତ୍କଳମଣି ୟୁପି ସ୍କୁଲ ଆଗରେ ଦୁଇ ପ୍ରାର୍ଥୀ ହାତାହାତି ହୋଇଛନ୍ତି। ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ହାତାହାତି ହୋଇଥିବାବେଳେ ଶିବଶଙ୍କରଙ୍କ ଆକ୍ରମଣରେ ପ୍ରଦୀପ ପାଣିଗ୍ରାହୀ ସାମାନ୍ୟ ଆହତ ସୂଚନା ମିଳିଛି।
ଆହତ ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ହସପିଟାଲରେ ଭର୍ତ୍ତି କରାଯାଇଛି। ଅପରପକ୍ଷରେ ଶିବଶଙ୍କର ଦାସଙ୍କୁ ପୁଲିସ ଗୋଷାଣୀ ନୂଆଁଗାଁ ଥାନାରେ ଅଟକ ରଖିଛନ୍ତି। ଶିବଶଙ୍କର ଦାସଙ୍କୁ ଛାଡ଼ି ଦେବା ଦାବିରେ ଗୋଷାଣୀ ନୂଆଁଗାଁ ଥାନା ଆଗରେ ଶିବଶଙ୍କର ଦାସଙ୍କ ସମର୍ଥକଙ୍କ ହୋହଲ୍ଲା କରିବା ସହିତ ଧାରଣା ଦେଇଛନ୍ତି। ଗୋଷାଣୀ ନୂଆଁଗାଁ ଥାନା ପରିସରରେ ଉତ୍ତେଜନା ଲାଗି ରହିଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ମୁତୟନ କରାଯାଇଛି।
ଶବିଶଙ୍କର ଦାସଙ୍କ ସମର୍ଥକମାନେ ବୁଥ ରିଗିଂକୁ ନେଇ ଅଭିଯୋଗ କରିଥିବାବେଳେ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକମାନେ ଇଭିଏମ ମେସିନ ସିଲକୁ ନେଇ ଆପତ୍ତି ଉଠାଇଛନ୍ତି। ବ୍ରହ୍ମପୁରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗି ରହିଛି।
Comments are closed.