www.samajalive.in
Saturday, December 6, 2025
16.1 C
Bhubaneswar

ବିଶ୍ଵର ୧୦୦ ପ୍ରଭାବଶାଳୀ ମହିଳାଙ୍କ ସୂଚୀରେ ୪ ଭାରତୀୟ

ନୂଆଦିଲ୍ଲୀ: ବିଶ୍ଵର ୧୦୦ ପ୍ରଭାବଶାଳୀ ମହିଳାଙ୍କ ସୂଚୀରେ ୪ ଜଣ ଭାରତୀୟଙ୍କ ନାମ ସ୍ଥାନ ପାଇଛି। ଏହି ୪ ମହିଳା ହେଉଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାୟୋକନ୍‌ ପ୍ରତିଷ୍ଠାତା କିରଣ ମଜୁମଦାର ଶ, ଏଚସିଏଲ ଏଣ୍ଟରପ୍ରାଇଜ୍‌ର ସିଇଓ ରୋଶନୀ ନାଦର ମାଲହୋତ୍ରା ଏବଂ ଲ୍ୟାଣ୍ଡମାର୍କ ଗ୍ରୁପ୍‌ ଅଧ୍ୟକ୍ଷା ରେଣୁକା ଜଗ୍‌ତିୟାନୀ।

ଫୋର୍ବସ୍‌ ପକ୍ଷରୁ ୨୦୨୦ ପାଇଁ ଜାରି ହୋଇଥିବା ବିଶ୍ଵର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଜର୍ମାନୀ ଚାନ୍‌ସେଲର ଆଞ୍ଜେଲା ମର୍କେଲ୍‌ ଶୀର୍ଷ ସ୍ଥାନରେ ରହିଛନ୍ତି। ସେ ଲଗାତର ୧୦ମ ଥର ପାଇଁ ସର୍ବୋଚ୍ଚ ସ୍ଥାନ ବଜାୟ ରଖିଛନ୍ତି। ୟୁରୋପୀୟନ ସେଣ୍ଟ୍ରାଲ ବ୍ୟାଙ୍କ ମୁଖ୍ୟ କ୍ରିଷ୍ଟିନ ଲେଗାର୍ଡ ୨ୟ ଥର ଲାଗି ଦ୍ବିତୀୟ ସ୍ଥାନ ଅଳଙ୍କୃତ କରିଛନ୍ତି। ଆମେରିକା ଉପରାଷ୍ଟ୍ରପତି କମଲା ହ୍ୟାରିସ୍‌ ୩ୟ ସ୍ଥାନରେ ଥିଲାବେଳେ ବିଲ୍‌ ଏବଂ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେଶନର ମେଲିଣ୍ଡା ଗେଟ୍‌ସ ୫ମ ସ୍ଥାନରେ ରହିଛନ୍ତି।

- Advertisement -

ଭାରତୀୟଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୪୧ତମ ସ୍ଥାନରେ ରହିଛନ୍ତି। ସେହିପରି ରୋଶନୀ ନାଦର ମାଲହୋତ୍ରା ୫୫ତମ ସ୍ଥାନରେ ଥିବାବେଳେ କିରଣ ମଜୁମଦାର ୬୮ତମ ସ୍ଥାନରେ ଅଛନ୍ତି। ଲ୍ୟାଣ୍ଡମାର୍କ ଗ୍ରୁପ୍‌ର ଅଧ୍ୟକ୍ଷ ରେଣୁକା ଜଗତିୟାନୀ ୯୮ତମ ସ୍ଥାନରେ ରହିଛନ୍ତି।

ତାଲିକାରେ ୧୦ ରାଷ୍ଟ୍ରର ମୁଖ୍ୟ, ୩୮ ଜଣ ସିଇଓ ଏବଂ ୫ କଳାକାର ସାମିଲ ଅଛନ୍ତି। ତାଲିକାରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଏର୍ଡର୍ନ ୩୨ ଏବଂ ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ୍‌ ବେନ୍‌ ୩୭, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ୩୯ ଏବଂ ବ୍ରିଟେନ ମହାରାଣୀ ଏଲିଜାବେଥ ୨ୟ ୪୬ତମ ସ୍ଥାନରେ ରହିଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories