www.samajalive.in
Monday, December 8, 2025
27.1 C
Bhubaneswar

ବିଶ୍ଵର ୧୦୦ ପ୍ରଭାବଶାଳୀ ମହିଳାଙ୍କ ସୂଚୀରେ ୪ ଭାରତୀୟ

ନୂଆଦିଲ୍ଲୀ: ବିଶ୍ଵର ୧୦୦ ପ୍ରଭାବଶାଳୀ ମହିଳାଙ୍କ ସୂଚୀରେ ୪ ଜଣ ଭାରତୀୟଙ୍କ ନାମ ସ୍ଥାନ ପାଇଛି। ଏହି ୪ ମହିଳା ହେଉଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାୟୋକନ୍‌ ପ୍ରତିଷ୍ଠାତା କିରଣ ମଜୁମଦାର ଶ, ଏଚସିଏଲ ଏଣ୍ଟରପ୍ରାଇଜ୍‌ର ସିଇଓ ରୋଶନୀ ନାଦର ମାଲହୋତ୍ରା ଏବଂ ଲ୍ୟାଣ୍ଡମାର୍କ ଗ୍ରୁପ୍‌ ଅଧ୍ୟକ୍ଷା ରେଣୁକା ଜଗ୍‌ତିୟାନୀ।

ଫୋର୍ବସ୍‌ ପକ୍ଷରୁ ୨୦୨୦ ପାଇଁ ଜାରି ହୋଇଥିବା ବିଶ୍ଵର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଜର୍ମାନୀ ଚାନ୍‌ସେଲର ଆଞ୍ଜେଲା ମର୍କେଲ୍‌ ଶୀର୍ଷ ସ୍ଥାନରେ ରହିଛନ୍ତି। ସେ ଲଗାତର ୧୦ମ ଥର ପାଇଁ ସର୍ବୋଚ୍ଚ ସ୍ଥାନ ବଜାୟ ରଖିଛନ୍ତି। ୟୁରୋପୀୟନ ସେଣ୍ଟ୍ରାଲ ବ୍ୟାଙ୍କ ମୁଖ୍ୟ କ୍ରିଷ୍ଟିନ ଲେଗାର୍ଡ ୨ୟ ଥର ଲାଗି ଦ୍ବିତୀୟ ସ୍ଥାନ ଅଳଙ୍କୃତ କରିଛନ୍ତି। ଆମେରିକା ଉପରାଷ୍ଟ୍ରପତି କମଲା ହ୍ୟାରିସ୍‌ ୩ୟ ସ୍ଥାନରେ ଥିଲାବେଳେ ବିଲ୍‌ ଏବଂ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେଶନର ମେଲିଣ୍ଡା ଗେଟ୍‌ସ ୫ମ ସ୍ଥାନରେ ରହିଛନ୍ତି।

- Advertisement -

ଭାରତୀୟଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୪୧ତମ ସ୍ଥାନରେ ରହିଛନ୍ତି। ସେହିପରି ରୋଶନୀ ନାଦର ମାଲହୋତ୍ରା ୫୫ତମ ସ୍ଥାନରେ ଥିବାବେଳେ କିରଣ ମଜୁମଦାର ୬୮ତମ ସ୍ଥାନରେ ଅଛନ୍ତି। ଲ୍ୟାଣ୍ଡମାର୍କ ଗ୍ରୁପ୍‌ର ଅଧ୍ୟକ୍ଷ ରେଣୁକା ଜଗତିୟାନୀ ୯୮ତମ ସ୍ଥାନରେ ରହିଛନ୍ତି।

ତାଲିକାରେ ୧୦ ରାଷ୍ଟ୍ରର ମୁଖ୍ୟ, ୩୮ ଜଣ ସିଇଓ ଏବଂ ୫ କଳାକାର ସାମିଲ ଅଛନ୍ତି। ତାଲିକାରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଏର୍ଡର୍ନ ୩୨ ଏବଂ ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ୍‌ ବେନ୍‌ ୩୭, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ୩୯ ଏବଂ ବ୍ରିଟେନ ମହାରାଣୀ ଏଲିଜାବେଥ ୨ୟ ୪୬ତମ ସ୍ଥାନରେ ରହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories