www.samajalive.in
Sunday, December 7, 2025
14.1 C
Bhubaneswar

ତୁଳସୀମାଳାର ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ

ତୁଳସୀ ବୃକ୍ଷକୁ ଖୁବ ପବିତ୍ର ବୋଲି କୁହାଯାଏ। ଭଗବାନଙ୍କ ପୂଜାରେ ତଥା ଭୋଗରେ ତୁଳସୀ ନିଶ୍ଚୟ ବ୍ୟବହାର କରାଯାଏ। ତୁଳସୀର ଧାର୍ମିକ ମହତ୍ତ୍ୱ ସହ ଏହାର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି। ଥଣ୍ଡା, କାଶ, ପାଗର ପରିବର୍ତ୍ତନରେ ହେଉଥିବା ସ୍ୱାସ୍ଥ୍ୟ ଜନିତ ସମସ୍ୟା ପାଇଁ ତୁଳସୀ ଖୁବ ଲାଭଦାୟକ। କାଡା ପ୍ରସ୍ତୁତ କରି ଏଥିରେ ତୁଳସୀ ପକାଇ ପିଇବା ଖୁବ ହିତକର। ହିନ୍ଦୁ ଧର୍ମରେ ତୁଳସୀ ମାଳକୁ ଧାରଣ କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ବହୁ ଉପକାର ମିଳିଥାଏ। ଏହାର ଧାର୍ମିକ ସହ ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି। ଜାଣନ୍ତୁ….
ତୁଳସୀ ମାଳା ଗଳାରେ ଧାରଣ କରିବା ଦ୍ୱାରା ମନ ଓ ଆତ୍ମା ଉଭୟ ଶାନ୍ତ ରହିଥାଏ। ଆଧ୍ୟାତ୍ମିକ ଭାବନା ଆସିଥାଏ।
ଏହି ମାଳା ଧାରଣ କରିବା ଦ୍ୱାରା ମାନ-ସମ୍ମାନ ପ୍ରତିଷ୍ଠା ଓ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ମନରେ ସକରାତ୍ମକ ଭାବନା ଆସିଥାଏ। ମାନସିକ ଶାନ୍ତି ମିଳିଥାଏ।
ପ୍ରତିଦିନ ତୁଳସୀ ପତ୍ର ସେବନ କରିବା ଦ୍ୱାରା ରୋଗ ଶରୀରରୁ ଦୂରେଇ ରହେ।
ବିଶେଷଜ୍ଞଙ୍କ ମତରେ ତୁଳସୀ ମାଳା ଧାରଣ କରିବା ଦ୍ୱାରା ମାନସିକ ଓ ଶାରୀରିକ ରୋଗକୁ ଦୂର କରିଥାଏ।
ଏହାର କାଠରେ ଏକ ବିଶେଷ ଜିନିଷ ରହିଛି, ଯାହାଦ୍ୱାରା ମାନସିକ ଦୁଃଚିନ୍ତା ଦୂର ହୋଇଥାଏ। ଏହାସହ ଶରୀରରୁ ଅନ୍ୟାନ୍ୟ ରୋଗ ମଧ୍ୟ ଦୂର ହୋଇଥାଏ। କାର୍ଯ୍ୟ କରିବାକୁ ମଧ୍ୟ ଆଗ୍ରହ ହୋଇଥାଏ।

 

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories