ଜମ୍ମୁ-କଶ୍ମୀରରେର ହ୍ୱାଟସ୍ଆପ୍ ଗ୍ରୁପ ଆଡ୍ମିନ୍ଙ୍କୁ ୧୦ ଦିନ ମଧ୍ୟରେ ନାମ ପଞ୍ଜିକରଣ କରିବାକୁ ନିର୍ଦେଶ
ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷା କର୍ମୀଙ୍କ ଉପରେ ପଥର ବିଭିନ୍ନ ସମୟରେ ପଥର ମାଡ କରାଯାଉଛି। କେତକ ସୋସିଆଲ୍ ମିଡିଆ ସହ ହ୍ୱାଟସ୍ଆପ୍ ଗ୍ରୁପ୍ରେ ମିଛ ଖବର ପ୍ରସାରିତ କରିବା ସହ ଭାରତର ସେନା ଓ ଅର୍ଦ୍ଧ ସୈନିକ ବଳଙ୍କ ଉପରେ ପଥର ମାଡ କରିବାକୁ ସନ୍ଦେଶ ପ୍ରସାରିତ କରାଯାଉଛି ।
ଏହାକୁ ରୋକିବା ପାଇଁ ହ୍ୱାଟସ୍ଆପ୍ ଗ୍ରୁପ୍ର ଆଡମିନଙ୍କୁ ୧୦ ଦିନ ମଧ୍ୟରେ ନାମ ପଞ୍ଜିକରଣ କରିବା ପାଇଁ ନିର୍ଦେଶ ଦିଆଯାଇଛି । ଶ୍ରୀନଗରରେ ଏପରି ନକଲେ ସେମାନଙ୍କ ନାମରେ ସୂଚନା ଓ ବୈଷୟିକ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଗ୍ରୁପ୍ରେ ମିଛି ଖବର ପ୍ରସାରିତ କରାଗଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।