www.samajalive.in
Monday, December 15, 2025
24.1 C
Bhubaneswar

ରିୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ

ମୁମ୍ବଇ: ବଲିଉଡ଼ ଅଭିନେତା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠାରୁ ତାଙ୍କ ପ୍ରେମିକା ବୋଲାଉଥିବା ରିୟା ଚକ୍ରବର୍ତ୍ତୀଙ୍କୁ ସାମାଜିକ ଗଣମାଧ୍ୟମରେ ବାରମ୍ବାର ସମାଲୋଚିତ କରାଯାଉଛି। କିନ୍ତୁ ଏବେ ରିୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ମିଳୁଥିବା ସେ ନିଜେ ସୂଚନା ଦେଇଛନ୍ତି। ଏଥିପାଇଁ ସେ ସାଇବାର କ୍ରାଇମର ସାହାଯ୍ୟ ଲୋଡ଼ିଛନ୍ତି।

ନିଜ ଇନ୍‍ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଅଭିନେତ୍ରୀ କହିଛନ୍ତି ଯେ, ତାଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ଦିଆଯାଉଛି। ମେସେଜ୍‍ରେ ତାଙ୍କୁ ମିଳିଥିବା ଧମକର ସ୍କ୍ରିନସଟ୍‍ ମଧ୍ୟ ରିୟା ଶେୟାର କରିଛନ୍ତି। ଏହାସହିତଧମକର ଉତ୍ତରରେ ସେ ଲେଖିଛନ୍ତି, “ବାସ୍‍ ବହୁତ ହେଇଗଲା। ମୋତେ ହତ୍ୟାକାରୀ କୁହାଯାଉଛି ତଥାପି ମୁଁ ଚୁପ୍‌ ଅଛି। ଏହାର ଅର୍ଥ ନୁହେଁ ଆପଣ ମୋ ନିରବତାର ଫାଇଦା ଉଠାଇବେ। ଆପଣଙ୍କୁ ଏହା କହିବାକୁ କିଏ ଅଧିକାର ଦେଲା ଯେ ମୁଁ ଆତ୍ମହତ୍ୟା ନ କଲେ ମୋତେ ହତ୍ୟା ଓ ବଳାତ୍କାର କରାଯିବ। ଆପଣ ଯାହା କହୁଛନ୍ତି ତା’ର ଅର୍ଥ ବୁଝୁଛନ୍ତି ତ? ଏହା ଅପରାଧ। ମୁଁ ଆଉଥରେ କହୁଛି କାହାକୁ ଏଭଳି ଉତ୍ପୀଡ଼ନ ଦେବା ଉଚିତ ନୁହେଁ”। ଏହାପରେ ସେ ସାଇବର କ୍ରାଇମକୁ ଏ ନେଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories