www.samajalive.in
Monday, December 15, 2025
24.1 C
Bhubaneswar

ମହିଳାଙ୍କ ଉପରେ ହିଂସାତ୍ମକ ଆକ୍ରମଣ, ଶୁଣିଲେନି ଆଇଆଇସି; ନ୍ୟାୟ ପାଇଁ ମାନାବାଧିକାର କମିଶନରଙ୍କ ଦ୍ବାରସ୍ଥ ହେଲା ମହିଳା ମୋର୍ଚ୍ଚା ପ୍ରତିନିଧି ଦଳ

ଭୁବନେଶ୍ୱର: ଦୀର୍ଘ କିଛି ଦିନ ଧରି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନା ଅନ୍ତର୍ଗତ ଉତୁକୁଡ଼ା ଗ୍ରାମ ପଂଚାୟତ ସମେତ ଏକାଧିକ ଗ୍ରାମର ମହିଳାମାନଙ୍କୁ ସେହି ଅଞ୍ଚଳର କିଛି ଅସାମାଜିକ ଯୁବକ ଶାରିରୀକ ତଥା ମାନସିକ ନିର୍ଯ୍ୟାତନା ଦେଇ ଆସୁଛନ୍ତି। ଏପରିକି ସେମାନେ ବୁରୁଜାଲ ଗ୍ରାମର କିଛି ମହିଳାଙ୍କ ଉପରେ ହିଂସାତ୍ମକ ଆକ୍ରମଣ କରିଛନ୍ତି। ଅନ୍ୟପଟେ ହିଂସାର ଶିକାର ହୋଇଥିବା ମହିଳାମାନେ ଚାନ୍ଦବାଲି ଥାନାରେ ଅଭିଯୋଗ କରିବା ପରେ ଥାନା ଆଇଆଇସି ଅଭିଯୋଗ ଶୁଣିବା ପରିବର୍ତ୍ତେ ମହିଳାମାନଙ୍କୁ ଅସଭ୍ୟ ଭାଷାରେ ଗାଲିଗୁଲଜ କରିବା ସହିତ ଥାନାରୁ ଧକ୍କା ଦେଇ ବାହାର କରିଦେଇଥିଲେ। ଖାଲି ସେତିକି ନୁହେଁ, ମହିଳାଙ୍କ ମୋବାଇଲ ଛଡ଼ାଇ ରଖିବା ସହ ଥାନାକୁ ନଆସିବାକୁ ଧମକ୍ ବି ଦେଇଥିଲେ। ଏଥି ସହିତ ଉକ୍ତ ଗ୍ରାମରେ ହିଂସାକାଣ୍ଡ ଭିଆଇଥିବା ଯୁବକଙ୍କ ସହିତ ମିଶି ଘର ଘର ବୁଲି ଖୋଦ ଆଇଆଇସି ମହିଳା ମାନଙ୍କୁ ଧମକ ଦେଇଥିଲେ। ଏହି ଘଟଣା ସଂପର୍କରେ ଜିଲ୍ଲା ଏସପିଙ୍କୁ ଅବଗତ କରାଇବା ପରେ ବି ଏସ୍‌ପି କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାଁନ୍ତି। ଏଭଳି ଏକ ଅଭାବନୀୟ ଘଟଣାରେ ମହିଳାମାନଙ୍କର ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଛି। ଏହାର ପ୍ରତିବାଦରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ରାଜ୍ୟ ମାନବାଧିକାର କମିଶନଙ୍କୁ ସାକ୍ଷାତ କରି ଏସ୍‌ପି, ଚାନ୍ଦବାଲି ଥାନା ଆଇଆଇସି ଏବଂ ମହିଳାଙ୍କୁ ମାଡ ମାରି ଲହୁ ଲୁହାଣ କରିଥିବା ଅସାମାଜିକ ବ୍ୟକ୍ତିଙ୍କ ବିରୋଧ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ମହିଳାମାନଙ୍କ ବଞ୍ଚିବାର ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ଦାବି କରିଛି।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories