www.samajalive.in
Sunday, December 7, 2025
26.1 C
Bhubaneswar

କରୋନା କାଳରେ ବଢ଼ୁଛି ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି: ଧନୀ ତାଲିକାରେ ବିଶ୍ବରେ ଷଷ୍ଠ

ବିଶ୍ବର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତିଙ୍କ ତାଲିକା

୧ ଜେଫ୍‌ ବେଜସ୍‌         ୧୮୪*          ଆମାଜନ୍‌
୨ ବିଲ୍‌ ଗେଟ୍‌ସ           ୧୧୫*           ମାଇକ୍ରୋସଫ୍ଟ
୩ ବର୍ଣ୍ଣାଡ୍‌ ଆର୍ନୋଲ୍ଟ      ୯୪.୫*        ଏଲ୍‌ଭିଏମ୍‌ଏଚ୍‌
୪ ମାର୍କ ଜୁକରବର୍ଗ       ୯୦.୮*         ଫେସବୁକ୍‌
୫ ଷ୍ଟିଭ୍‌ ବାଲମର         ୭୪.୬*        ମାଇକ୍ରୋସଫ୍ଟ
୬ ମୁକେଶ ଅମ୍ବାନୀ       ୭୨.୪*         ଆର୍‌ଆଇଏଲ୍‌

* ବିଲିଅନ ଡ଼ଲାର ସମ୍ପତ୍ତି

- Advertisement -

ନୂଆଦିଲ୍ଲୀ,୧୪ା୭:ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ୍)ର ମୁଖ୍ୟ ମୁକେଶ ଅମ୍ବାନୀ ହୋଇଛନ୍ତି ବିଶ୍ବର ଷଷ୍ଠ ଧନୀ ବ୍ୟକ୍ତି । ମୁକେଶଙ୍କ ସମ୍ପତ୍ତି ପରିମାଣରେ ଅହେତୁକ ବୃଦ୍ଧି ତାଙ୍କୁ ଏହି ସଫଳତା ଆଣିଦେଇଛି । ଜୁନ୍‌ରେ ଧନୀ ତାଲିକାର ୧୧ତମ ଏବଂ ଏହାର ଦିନକ ପରେ ୯ମ ସ୍ଥାନକୁ ଉଠିବା ପରେ ଗତ ସପ୍ତାହରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ସେ ୭ମ ସ୍ଥାନ ଛୁଇଁଥିଲେ । ଏବେ ମୁକେଶ ବିଶ୍ବ ଧନୀ ତାଲିକାର ଷଷ୍ଠ ସ୍ଥାନକୁ ଉଠିଛନ୍ତି । ମୁକେଶଙ୍କ ବର୍ତ୍ତମାନର ମୋଟ ସମ୍ପତ୍ତି ମୂଲ୍ୟ ୭୨.୪ ବିଲିୟନ୍‌ ଡଲାରରେ ପହଞ୍ଚିଛି । ପୂର୍ବରୁ ସେ ୱର୍କସାୟାର ହାଥୱେର ମୁଖ୍ୟ ୱାରେନ୍‌ ବଫେଙ୍କୁ ସମ୍ପତ୍ତିରେ ପଛରେ ପକାଇଥିବାବେଳେ ଏବେ ଗୁଗୁଲ୍‌ ସିଇଓ ଲ୍ୟାରୀ ପେଜ୍‌ଙ୍କୁ ଟପିଥିବା ସମ୍ପ୍ରତି ପ୍ରକାଶିତ ବ୍ଲୁମବର୍ଗ ବିଲିନଏର୍ସ ଇଣ୍ଡେକ୍ସରେ ଏହା ଦର୍ଶାଯାଇଛି । ଜୁନ୍‌ରେ ମୁକେଶ ବିଶ୍ବର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତିଙ୍କ କ୍ଲବରେ ସାମିଲ ହୋଇଥିଲେ । ବର୍ତ୍ତମାନ ଏହି ଧନୀ ତାଲିକାରେ ଆମାଜନ୍‌ ପ୍ରତିଷ୍ଠାତା ଜେଫ୍‌ ବେଜସ୍‌ ୧୮୪ ବିଲିୟନ୍‌ ଡଲାରର ସମ୍ପତ୍ତି ସହ ଶୀର୍ଷରେ ରହିଛନ୍ତି । ତାଙ୍କ ପଛକୁ ମାଇକ୍ରୋସଫ୍ଟର ବିଲ୍‌ ଗେଟ୍‌ସ ୧୧୫ ବିଲିୟନ୍‌ ଡଲାରର ସମ୍ପତ୍ତି ସହ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଏଲ୍‌ଭିଏମ୍‌ଏଚ୍‌ର ବର୍ଣ୍ଣାଡ୍‌ ଆର୍ନୋଲ୍ଟ ଆଣ୍ଡ୍‌ ଫ୍ୟାମିଲି ୯୪.୫ ବିଲିୟନ୍‌ ଡଲାରର ସମ୍ପତ୍ତି ସହ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ସେହିଭଳି ଫେସ୍‌ବୁକ୍‌ର ମାର୍କଜୁକର ବର୍ଗ (୯୦.୮ ବିଲିୟନ୍‌ ଡଲାର) ଚତୁର୍ଥ ଏବଂ ମାଇକ୍ରୋସଫ୍ଟର ଷ୍ଟିଭ୍‌ ବାଲମର(୭୪.୬ ବିଲିୟନ୍‌ ଡଲାର)ର ସମ୍ପତ୍ତି ସହ ଧନୀ ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି ।
ମୁକେଶଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ (ଆର୍‌ଆଇଏଲ୍‌)ର ସେୟାର ମୂଲ୍ୟରେ ଅହେତୁକ ବୃଦ୍ଧି ଫଳରେ ବିଗତ ୨୨ ଦିନରେ ସେ ନିଜ ସମ୍ପତ୍ତିରେ ୭.୯ ବିଲିୟନ୍‌ ଡଲାର ଯୋଗ କରିପାରିଛନ୍ତି । ଏମିତିକି ଗୋଟିଏ ଦିନରେ ମୁକେଶଙ୍କ ସମ୍ପତ୍ତି ପରିମାଣରେ ୨.୧୭ ବିଲିୟନ୍‌ ଡଲାର ବୃଦ୍ଧି ଘଟିଛି । ମୁକେଶଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ସେୟାର ମୂଲ୍ୟ ଏହାର ସର୍ବକାଳୀନ ଶୀର୍ଷ ସ୍ତର ୧୯୦୦ ଟଙ୍କା ଟପିଛି । ଗତ ମାର୍ଚ୍ଚ ୨୩ରେ ଆର୍‌ଆଇଏଲ୍‌ର ଶେୟାର ମୂଲ୍ୟ ୮୭୫ ଟଙ୍କା ରହିଥିବାବେଳେ ଏବେ ଏହା ୧୯୦୦ ଟଙ୍କା ଅତିକ୍ରମ କରିଛି ।

 

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories