ଫୋନ୍‍ ହେଲା କାଳ: ବାପା ନେଲା ଝିଅର ଜୀବନ

0

ହାଇଦ୍ରାବାଦ୍‍: ଝିଅ କାହା ସହିତ ଫୋନ୍‍ରେ କଥା ହେଉଥିବା ଦେଖିବା ପରେ ସହିପାରିଲାନି ବାପା। ଶେଷରେ କ୍ରୋଧାନ୍ଧ ବାପା ହାତରେ ଗଲା ଝିଅର ଜୀବନ। ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲାର ଚନ୍ଦରଲାପାଡୁ ମଣ୍ଡଲଠାରେ।
ଫାର୍ମାସୀ ପଢ଼ୁଥିବା ଚନ୍ଦ୍ରିକା ନାମ୍ନୀ ଏହି କିଶୋରୀ ଜଣକ ଗତ ଶନିବାର ସାଙ୍ଗସାଥୀଙ୍କ ସହିତ ୧୮ ତମ ଜନ୍ମଦିନ ଖୁବ୍‍ ଧୂମ୍‍ଧାମରେ ପାଳନ କରିଥିଲେ। କିନ୍ତୁ ଘରକୁ ଫେରିବା ପରେ ସେହି ଖୁସି ଆଣିଥିଲା ତାଙ୍କ ପରିବାର ପାଇଁ ଦାରୁଣ ଶୋକ। ବାପା ମା’ ଓ ସାନ ଭଉଣୀଙ୍କୁ ନେଇ ଚନ୍ଦ୍ରିକାଙ୍କ ପରିବାର। ରବିବାର ସକାଳେ ଚନ୍ଦ୍ରିକା କାହା ସହିତ ଫୋନ୍‍ରେ କଥା ହେଉଥିବା ଦେଖିଥିଲେ ତାଙ୍କ ବାପା। ସେପଟୁ ଜଣେ ପୁଅ ପିଲାର କଣ୍ଠସ୍ୱର ଶୁଭିବା ପରେ ବାପାଙ୍କ କ୍ରୋଧ ସୀମା ପାର କରିଥିଲା। କାଳେ ସେହି ପୁଅ ସହିତ ଚନ୍ଦ୍ରିକାଙ୍କ କୌଣସି ଅନୈତିକ ସମ୍ପର୍କ ଥିବ ଭାବି ବାପା କୁରାଢ଼ୀ ବେଣ୍ଟରେ ଝିଅ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ। ଚନ୍ଦ୍ରିକା ସଙ୍ଗେ ସଙ୍ଗେ ଅଚେତ ହୋଇଯାଇଥିଲେ। କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଉକ୍ତ କନ୍ୟା ହନ୍ତା ବାପାକୁ ଗିରଫ କରିଛି।

kalyan agarbati
Leave A Reply