www.samajalive.in
Sunday, December 7, 2025
26.1 C
Bhubaneswar

ଆଉ ୪ ମୁଣ୍ଡ ନେଲା କରୋନା, ମୋଟ ମୃତ୍ୟୁ ସଂଖ୍ୟା ୭୪କୁ ବୃଦ୍ଧି

ଭୁବନେଶ୍ଵର: ରାଜ୍ୟରେ କରୋନା ଭୂତାଣୁ ଆଉ ୪ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ମଙ୍ଗଳବାର ସୁଦ୍ଧା ମୋଟ ମୃତ୍ୟୁ ସଂଖ୍ୟା ୭୪ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାରେ ସର୍ବାଧିକ ୪୪ ଜଣ ଏହି ମହାମାରୀ ଭୂତାଣୁରେ ପ୍ରାଣ ହରାଇଛନ୍ତି। ସେହିପରି ଖୋର୍ଦ୍ଧାରେ ୨ୟ ସର୍ବାଧିକ ୧୨ ଜଣଙ୍କ ପ୍ରାଣହାନୀ ଘଟିଛି।


ମଙ୍ଗଳବାର ପ୍ରାଣ ହରାଇଥିବା ୪ ଜଣଙ୍କ ମଧ୍ୟରୁ ଭୁବନେଶ୍ଵର ଓ କଟକରୁ ଜଣେ ଲେଖାଏ ଓ ଗଞ୍ଜାମ ଓ ଖୋର୍ଦ୍ଧାରୁ ଜଣେ ଲେଖାଏ ବ୍ୟକ୍ତି ରହିଛନ୍ତି। କଟକର ଜଣେ ୭୧ ବର୍ଷୀୟ ବୃଦ୍ଧ କରୋନାରେ ପ୍ରାଣ ହରାଇଥିବାବେଳେ ​‌ସେ ମୁଖ ଗହ୍ବର କର୍କଟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ। ସେହିପରି ଖୋର୍ଦ୍ଧାର ଜଣେ ୪୦ ବର୍ଷୀୟା ମହିଳା, ଭୁବନେଶ୍ଵରରୁ ଜଣେ ୭୧ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ଵରର ମୃତକ ଜଣକ ରକ୍ତ କର୍କଟରେ ଆକ୍ରାନ୍ତ ଥିଲେ। ସେହିପରି ଗଞ୍ଜାମର ମୃତକ ଜଣକ ୮୦ ବର୍ଷୀୟ ବୃଦ୍ଧ। ସେ ହୃଦ୍‌ରୋଗ ଏବଂ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories