www.samajalive.in
Saturday, December 6, 2025
26.1 C
Bhubaneswar

ସଚେତନ ହୁଅ ନହେଲେ ଆଗାମୀ ପୀଢି କ୍ଷମା କରିବେନି: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ଜେନେଭା: ମହାମାରୀକୁ ରୋକିବାକୁ ଗୁରୁତ୍ବ ଦିଅ। ଏଭଳି କିଛି ଚେତାବନୀ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ କହିଛନ୍ତି ମେ ମାସ ସୁଦ୍ଧା ମହାମାରୀକୁ ମୁକାବିଲା କରିବାକୁ ଦେଶ ବିଫଳ ହୋଇଛି। ଆହୁରି ମଧ୍ୟ ସେ କହିଛନ୍ତି ଯଦି ଆମେ ମହାମାରୀକୁ ଗୁରୁତର ଭାବେ ନନେଉ , ତେବେ ଆମର ଆଗାମୀ ଯୁବପିଢି ଆମକୁ କେବେ କ୍ଷମା କରିବେ ନାହିଁ। ବାସ୍ତବରେ, ୨୦୨୦ ମସିହାରେ  କରୋନା ମହାମାରୀ ସମଗ୍ର ବିଶ୍ୱକୁ ଥରାଇ ଦେଇଥିଲା। ଯେତେ ଶକ୍ତିଶାଳୀ ଦେଶ ହେଉନା କାହିଁକି କୋଭିଡ-୧୯ ମହାମାରୀ ସବୁକୁ ଭୟଙ୍କର ଭାବେ ଗ୍ରାସ କରିଥିଲା। ଏପରିକି ଅନେକ ବିକାଶିତ ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ବି ଭୁଶୁଡି ପଡିଥିଲା। ଅବଶ୍ୟ ଏହାପରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସଦସ୍ୟମାନେ  ଆନ୍ତର୍ଜାତୀୟ ଚୁକ୍ତି ପାଇଁ ଯୋଜନା କରିଥିଲେ।  ଏହି ଚୁକ୍ତିନାମାର ଉଦ୍ଦେଶ୍ୟ ଥିଲା ଯେ ପରବର୍ତ୍ତୀ ସ୍ୱାସ୍ଥ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ଦେଶ ଭଲ ଭାବରେ ପ୍ରସ୍ତୁତ ଅଛି।୨୦୨୪ ମସିହା ମେ ୨୭ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ବୈଠକରେ ଏହି ଡ୍ରାଫ୍ଟ ଅନୁମୋଦନ ହେବ। କିନ୍ତୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମୁଖ୍ୟ ଚୁକ୍ତି ଅଭାବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories