www.samajalive.in
Sunday, December 7, 2025
23.1 C
Bhubaneswar

ଆଗକୁ ଆସୁଛି ଦୁନିଆର ସବୁଠାରୁ ମାରାତ୍ମକ ଭାଇରସ! ଆଣିପାରେ ମହାମାରୀ

କରୋନା ଭାଇରସର କାୟା ସଭିଁଙ୍କ ମନରେ ରହିଛି। ଲକ୍ଷାଧିକ ଲୋକଙ୍କ ଏଥିରେ ମୃତ୍ୟୁ ଘଟିଛି। ବର୍ତ୍ତମାନ ଆଉ ଏକ ଭାଇରସର ସଙ୍କଟ ଆସିବାର ସମ୍ଭାବନା ରହିଛି। ବୈଜ୍ଞାନିକ ମାନେ ଆର୍କଟିକ ଓ ଅନ୍ୟ ସ୍ଥାନରେ ବରଫଚଟାଣ ତଳେ ଦବି ରହିଥିବା ଭାଇରସ ଠାରୁ ଉତ୍ପନ ହେଉଥିବା ବିପଦ ନେଇ ଚେତାବନୀ ଦେଇଛନ୍ତି। ଏହି ଭାଇରସକୁ ଜୋମ୍ବି ଭାଇରସ କୁହାଯାଉଛି।
ଏକ ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକଙ୍କ ମତାନୁସାରେ ତରଳୁଥିବା ଆର୍କଟିକ୍‌‌ ପର୍ମାଫ୍ରୋଷ୍ଟରୁ ଜୋମ୍ବି ଭାଇରସ ଆସିବାର ସମ୍ଭାବନା ରହିଛି। ଯାହା ଦ୍ୱାରା ସାରା ବିଶ୍ୱରେ ସ୍ୱାସ୍ଥ୍ୟକ୍ଷେତ୍ରରେ ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିପାରେ। ପର୍ମାଫ୍ରୋଷ୍ଟ ପୃଥିବୀ ପୃଷ୍ଠରେ କିମ୍ବା ଏହାର ତଳେ ସ୍ଥାୟୀ ଭାବେ ଜମା ହୋଇଥିବା ଏକ ସ୍ତର। ଏହି ସ୍ତରରେ ମାଟି, ବଜୁରି ଓ ବାଲି ରହିଛି। ଯାହା ସାଧାରଣତଃ ବରଫ ସହ ବାନ୍ଧି ହୋଇ ରହିଥାଏ।

ବୃଦ୍ଧି ପାଉଥିବା ତାପମାତ୍ରା କାରଣରୁ ଜମାଟ ହୋଇଥିବା ବରଫ ତରଳିବାକୁ ଆରମ୍ଭ କରିଛି। ଫଳରେ ବିପଦ ବଢିଯାଉଛି। ଏହି ଭାଇରସ କାରଣରୁ ଆସିବାକୁ ଥିବା ବିପଦ ବିଷୟରେ ଭଲ ଭାବେ ଜାଣିବା ପାଇଁ ଜଣେ ବୈଜ୍ଞାନିକ ଗତ ବର୍ଷ ସାଇବେରିୟାଇ ପର୍ମାଫ୍ରୋଷ୍ଟରୁ ନେଇଥିବା ନମୁନାରୁ କିଛି ନେଇ ପରୀକ୍ଷା କରାଯାଇଛି। ତଳେ ଦବି ରହିଥିବା ଭାଇରସ ବିଷୟରେ ଜଣାଇଛନ୍ତି। ତାଙ୍କ ଅନୁଯାୟୀ, ଆର୍କଟିକ୍‌‌ରୁ ମିଳିଥିବା ଭାଇରସ ଜମାଟ ହୋଇ ରହିଥିବା ହଜାର ବର୍ଷ ପୁରୁଣା।
ବୈଜ୍ଞାନିକଙ୍କ ଭାଇରସକୁ ନେଇ ମତାନୁଯାୟୀ, ବର୍ତ୍ତମାନ ମହାମାରୀ ବିପଦର ବିଶ୍ଲେଷଣ ସେହି ସବୁ ରୋଗ ଉପରେ କେନ୍ଦ୍ରିତ ରହିଛି ଯାହା ଦକ୍ଷିଣ ଅଞ୍ଚଳରେ ଉତ୍ପନ୍ନ ହୋଇପାରେ ଏବଂ ପରେ ଉତ୍ତରରେ ବ୍ୟାପିପାରେ। ଏହା ଏପରି ଭାଇରସ ଯାହା ମନୁଷ୍ୟକୁ ସଂକ୍ରମିତ କରିବା ସହ ଏକ ନୂଆ ରୋଗର ପ୍ରକୋପ ଆରମ୍ଭ କରିବାର କ୍ଷମତା ରଖିଛି।
ଅନ୍ୟ କିଛି ବୈଜ୍ଞାନିକଙ୍କ ମତାନୁଯାୟୀ, ପର୍ମାଫ୍ରୋଷ୍ଟରେ କେଉଁ ଭାଇରସ ଲୁଚି ରହିଛି,ତାହା ବିଷୟରେ ସେମାନେ ଜାଣନ୍ତି ନାହିଁ। ମାତ୍ର ଏହା ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି। ଏହାଦ୍ୱାରା ରୋଗ ବ୍ୟାପିବାର ମଧ୍ୟ କ୍ଷମତା ରହିଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories