www.samajalive.in
Saturday, December 13, 2025
26.1 C
Bhubaneswar

ଆଗକୁ ଆସୁଛି ଦୁନିଆର ସବୁଠାରୁ ମାରାତ୍ମକ ଭାଇରସ! ଆଣିପାରେ ମହାମାରୀ

କରୋନା ଭାଇରସର କାୟା ସଭିଁଙ୍କ ମନରେ ରହିଛି। ଲକ୍ଷାଧିକ ଲୋକଙ୍କ ଏଥିରେ ମୃତ୍ୟୁ ଘଟିଛି। ବର୍ତ୍ତମାନ ଆଉ ଏକ ଭାଇରସର ସଙ୍କଟ ଆସିବାର ସମ୍ଭାବନା ରହିଛି। ବୈଜ୍ଞାନିକ ମାନେ ଆର୍କଟିକ ଓ ଅନ୍ୟ ସ୍ଥାନରେ ବରଫଚଟାଣ ତଳେ ଦବି ରହିଥିବା ଭାଇରସ ଠାରୁ ଉତ୍ପନ ହେଉଥିବା ବିପଦ ନେଇ ଚେତାବନୀ ଦେଇଛନ୍ତି। ଏହି ଭାଇରସକୁ ଜୋମ୍ବି ଭାଇରସ କୁହାଯାଉଛି।
ଏକ ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକଙ୍କ ମତାନୁସାରେ ତରଳୁଥିବା ଆର୍କଟିକ୍‌‌ ପର୍ମାଫ୍ରୋଷ୍ଟରୁ ଜୋମ୍ବି ଭାଇରସ ଆସିବାର ସମ୍ଭାବନା ରହିଛି। ଯାହା ଦ୍ୱାରା ସାରା ବିଶ୍ୱରେ ସ୍ୱାସ୍ଥ୍ୟକ୍ଷେତ୍ରରେ ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିପାରେ। ପର୍ମାଫ୍ରୋଷ୍ଟ ପୃଥିବୀ ପୃଷ୍ଠରେ କିମ୍ବା ଏହାର ତଳେ ସ୍ଥାୟୀ ଭାବେ ଜମା ହୋଇଥିବା ଏକ ସ୍ତର। ଏହି ସ୍ତରରେ ମାଟି, ବଜୁରି ଓ ବାଲି ରହିଛି। ଯାହା ସାଧାରଣତଃ ବରଫ ସହ ବାନ୍ଧି ହୋଇ ରହିଥାଏ।

ବୃଦ୍ଧି ପାଉଥିବା ତାପମାତ୍ରା କାରଣରୁ ଜମାଟ ହୋଇଥିବା ବରଫ ତରଳିବାକୁ ଆରମ୍ଭ କରିଛି। ଫଳରେ ବିପଦ ବଢିଯାଉଛି। ଏହି ଭାଇରସ କାରଣରୁ ଆସିବାକୁ ଥିବା ବିପଦ ବିଷୟରେ ଭଲ ଭାବେ ଜାଣିବା ପାଇଁ ଜଣେ ବୈଜ୍ଞାନିକ ଗତ ବର୍ଷ ସାଇବେରିୟାଇ ପର୍ମାଫ୍ରୋଷ୍ଟରୁ ନେଇଥିବା ନମୁନାରୁ କିଛି ନେଇ ପରୀକ୍ଷା କରାଯାଇଛି। ତଳେ ଦବି ରହିଥିବା ଭାଇରସ ବିଷୟରେ ଜଣାଇଛନ୍ତି। ତାଙ୍କ ଅନୁଯାୟୀ, ଆର୍କଟିକ୍‌‌ରୁ ମିଳିଥିବା ଭାଇରସ ଜମାଟ ହୋଇ ରହିଥିବା ହଜାର ବର୍ଷ ପୁରୁଣା।
ବୈଜ୍ଞାନିକଙ୍କ ଭାଇରସକୁ ନେଇ ମତାନୁଯାୟୀ, ବର୍ତ୍ତମାନ ମହାମାରୀ ବିପଦର ବିଶ୍ଲେଷଣ ସେହି ସବୁ ରୋଗ ଉପରେ କେନ୍ଦ୍ରିତ ରହିଛି ଯାହା ଦକ୍ଷିଣ ଅଞ୍ଚଳରେ ଉତ୍ପନ୍ନ ହୋଇପାରେ ଏବଂ ପରେ ଉତ୍ତରରେ ବ୍ୟାପିପାରେ। ଏହା ଏପରି ଭାଇରସ ଯାହା ମନୁଷ୍ୟକୁ ସଂକ୍ରମିତ କରିବା ସହ ଏକ ନୂଆ ରୋଗର ପ୍ରକୋପ ଆରମ୍ଭ କରିବାର କ୍ଷମତା ରଖିଛି।
ଅନ୍ୟ କିଛି ବୈଜ୍ଞାନିକଙ୍କ ମତାନୁଯାୟୀ, ପର୍ମାଫ୍ରୋଷ୍ଟରେ କେଉଁ ଭାଇରସ ଲୁଚି ରହିଛି,ତାହା ବିଷୟରେ ସେମାନେ ଜାଣନ୍ତି ନାହିଁ। ମାତ୍ର ଏହା ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି। ଏହାଦ୍ୱାରା ରୋଗ ବ୍ୟାପିବାର ମଧ୍ୟ କ୍ଷମତା ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories