www.samajalive.in
Sunday, December 14, 2025
23.1 C
Bhubaneswar

ନାବାଳିକାର ସନ୍ଦେହ ଜନକ ମୃତ୍ୟୁ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ନର୍ଲା ଥାନା ଅର୍ନ୍ତଗତ ସିକେରକୁପା ଫାଣ୍ଡି ନିକଟସ୍ଥ ମାଡିବନ୍ଧା ଗ୍ରାମ ଠାରେ ନାବାଳିକାକୁ ମାରି ପୋତି ଦେଇଥିବା ସନ୍ଦେହ କରି ନର୍ଲା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଆଜି କେସିଙ୍ଗା ଏସ୍‌ଡିପିଓ, ନର୍ଲା ପୁଲିସ ଗାୟତ୍ରୀ ପ୍ରଧାନ, ଲାଞ୍ଜିଗଡ ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗା, ବିଶ୍ୱନାଥପୁର ମେଡିକାଲ ଅଫିସର ଇନ୍ଦ୍ର କୁମାର ନାଥାନି, ଲାଞ୍ଜିଗଡ ରୋଡ ପଞ୍ଚାୟତ ସରପଞ୍ଚ ଟଙ୍କଧର ମାଝୀ, ଏଏସଆଇ ବଂଶିଧର ସାମଲ, ଦେବେନ୍ଦ୍ର ମାଝୀଙ୍କ ଉପସ୍ଥିତରେ ନାବାଳିକା(୯)ଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ସୁଚନା ମୁତାବକ, ସରିତାକୁ ଦେଢବର୍ଷ ବୟସରେ ବାପା, ମାଁ ଛେଉଣ୍ଡ ଯୋଗୁଁ ଲାଞ୍ଜିଗଡରୋଡ ପଞ୍ଚାୟତ ମାଡିବନ୍ଧା ଗାଁର ବୁଡୁ ସୁନା ଆଜିକି ୮ବର୍ଷ ତଳେ ସରିତାକୁ ବମ୍ବେ ଠାରୁ ଉଦ୍ଧାର କରି ନିଜ ପାଖରେ ରଖି କିଛିଦିନ ପରେ ସରିତାକୁ ସାଙ୍ଗରେ ନେଇ ଗାଁକୁ ଫେରିଥିଲା । ସାବତ ପୁଅ ଚଇତୁ ବିଶିର ତିନି ପୁଅ ଭିତରେ ଝିଅ ନଥିବା ଯୋଗୁଁ ସରିତାକୁ ଝିଅ କରିବାକୁ କହିଥିଲା। ଚଇତୁ ଓ ତା ସ୍ତ୍ରୀ ଗାୟତ୍ରୀ ବିଶି ମଧ୍ୟ ରାଜି ହୋଇଥିଲେ । ଦିର୍ଘ ସାତବର୍ଷ ନିଜର ଝିଅ ପରି ଲାଳନ ପାଳନ କରି ଆସୁଥିଲେ। କିନ୍ତୁ ହଠାତ୍ ଗତ ୧୦ତାରିଖ ଦିନ ସରିତାର ବଡଭାଇ ଅମର ବିଶି(୧୪) ଓ ତା ଦୁଇ ସାଙ୍ଗ ସହିତ ଜଙ୍ଗଲକୁ କିଛି କୋଳି ଖାଇବା ସମୟରେ ଗୋଟିଏ ଆମ୍ବ ଗଛରେ ସରିତା ବେକରେ ଦଉଡି ଲାଗି ଝୁଲୁଥିବା ଦେଖି ସାଙ୍ଗ ମାନଙ୍କୁ କହି ଗଛରୁ ସରିତାର ମୃତଦେହ ଉଦ୍ଧାର କରି ଘରକୁ ନେଇଥିଲେ । ପରେ ଗାଁର କିଛି ଲୋକଙ୍କ ସହିତ କଥାବାର୍ତ୍ତା ହୋଇ ସରିତାକୁ ଝାଡାବାନ୍ତିରେ ମରିଯାଇଥିବା ଘୋଷଣା କରି ପରେ ଗାଁ ନିକଟସ୍ଥ ମଶାଣିକୁ ନେଇ ଖ୍ରୀଷ୍ଟିୟାନ ସମ୍ପ୍ରଦାୟ ହୋଇଥିବାରୁ କବର ଦେଇଥିଲେ । ସରିତା ମୃତ୍ୟୁ ଖବର ପାଇ ଚଇତୁର ମାମୁଁ ପୁଅ ମାହେଶ୍ୱରୀପୁରର ଓକିଲ ସେନାପତି ସରିତାର କୈାଣସି ସ୍ୱଭାବିକ ମୃତ୍ୟୁ ହୋଇଥିବ ବୋଲି ଗ୍ରହଣ କରିପାରୁନଥିଲେ । କାରଣ ଲାଳନ ପାଳନ କରୁଥିବା ମାଁ ବାପା ବାରମ୍ବାର ନିର୍ଯ୍ୟାତନା ଦେଉଥିବା ଓକିଲ ସେନାପତିଙ୍କୁ ଜଣାଇଥିଲା । ସରିତାର ମୃତ୍ୟୁ ଖବର ପାଇ ସନ୍ଦେହ କରି ନର୍ଲା ଥାନାରେ ପୁଲିସଙ୍କୁ ସରିତାକୁ ହତ୍ୟା କରାଯାଇଥିବା ଏକ ଲିଖିତ ଅଭିଯୋଗ କରିଥିଲେ । ଓକିଲ ସେନାପତିଙ୍କ ଅଭିଯୋଗକୁ ଆଧାର କରି କେସିଙ୍ଗା ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ ଓ ନର୍ଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆଜି ପୋତିଥିବା ମୃତଦେହ ଉଦ୍ଧାର କରି କେସ ନଂ-୧୧୩/୨୦ ଆଇପିସି ଦଫା ୩୦୨/୨୦୧ ଧାରାନୁଯାୟୀ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା କେସିଙ୍ଗା ଏସ୍‌ଡିପିଓ ଶ୍ରୀ ଭୋଇ ପ୍ରକାଶ କରିଛନ୍ତି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories