www.samajalive.in
Sunday, December 14, 2025
26.1 C
Bhubaneswar

ନାବାଳିକାର ସନ୍ଦେହଜନକ ମୃତ୍ୟୁ, କାରଣ ଅଷ୍ପଷ୍ଟ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ନର୍ଲା ଥାନା ଅର୍ନ୍ତଗତ ସିକେରକୁପା ଫାଣ୍ଡି ନିକଟସ୍ଥ ମାଡିବନ୍ଧା ଗ୍ରାମ ଠାରେ ନାବାଳିକାକୁ ମାରି ପୋତି ଦେଇଥିବା ସନ୍ଦେହ କରି ନର୍ଲା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଆଜି କେସିଙ୍ଗା ଏସ୍‍ଡିପିଓ,ନର୍ଲା ପୁଲିସ ଗାୟତ୍ରୀ ପ୍ରଧାନ, ଲାଞ୍ଜିଗଡ ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗା, ବିଶ୍ୱନାଥପୁର ମେଡିକାଲ ଅଫିସର ଇନ୍ଦ୍ର କୁମାର ନାଥାନି, ଲାଞ୍ଜିଗଡରୋଡ ପଞ୍ଚାୟତ ସରପଞ୍ଚ ଟଙ୍କଧର ମାଝୀ, ଏଏସଆଇ ବଂଶିଧର ସାମଲ,ଦେବେନ୍ଦ୍ର ମାଝୀଙ୍କ ଉପସ୍ଥିତରେ ନାବାଳିକା(୯)ଙ୍କ ଶବ ଉଦ୍ଧାର କରାଯାଇଛି।

ସୁଚନା ମୁତାବକ ,  ଉକ୍ତ ନାବାଳିକା ଜଣଙ୍କ ଦେଢବର୍ଷ ବୟସରେ ବାପା , ମାଆ ଛେଉଣ୍ଡ ଯୋଗୁଁ ଲାଞ୍ଜିଗଡରୋଡ ପଞ୍ଚାୟତ ମାଡିବନ୍ଧା ଗାଁର ବୁଡୁ ସୁନା ଆଜିକି ୮ବର୍ଷ ତଳେ  ବମ୍ବେ ଠାରୁ ଉଦ୍ଧାର କରି ନିଜ ପାଖରେ ରଖି କିଛିଦିନ ପରେ ସାଙ୍ଗରେ ନେଇ ଗାଁକୁ ଫେରିଥିଲା। ସାବତ ପୁଅ ଚଇତୁ ବିଶିର ତିନି ପୁଅ ଭିତରେ ଝିଅ ନ ଥିବା ଯୋଗୁଁ  ଉକ୍ତ ନା ବାଳିକାକୁ ଝିଅ କରିବାକୁ କହିଥିଲା। ଚଇତୁ ଓ ତା ସ୍ତ୍ରୀ ଗାୟତ୍ରୀ ବିଶି ମଧ୍ୟ ରାଜି ହୋଇଥିଲେ। ଦିର୍ଘ ସାତବର୍ଷ ନିଜର ଝିଅ ପରି ଲାଳନ ପାଳନ କରି ଆସୁଥିଲେ। କିନ୍ତୁ ହଠାତ୍‍ ଗତ ୧୦ତାରିଖ ଦିନ ନାବାଳିକାର ବଡଭାଇ ଅମର ବିଶି  ଓ ତା ଦୁଇ ସାଙ୍ଗ ସହିତ ଜଙ୍ଗଲକୁ କିଛି କୋଳି ଖାଇବା ସମୟରେ ଗୋଟିଏ ଆମ୍ବ ଗଛରେ ଉକ୍ତ ନାବାଳିକାର ବେକରେ ଦଉଡି ଲାଗି ଝୁଲୁଥିବା ଦେଖି ସାଙ୍ଗ ମାନଙ୍କୁ କହି ଗଛରୁ  ମୃତଦେହ ଉଦ୍ଧାର କରି ଘରକୁ ନେଇଥିଲେ। ପରେ ଗାଁର କିଛି ଲୋକଙ୍କ ସହିତ କଥାବାର୍ତ୍ତା ହୋଇ  ଉକ୍ତ ନାବାଳିକା ଜଣଙ୍କ ଝାଡାବାନ୍ତିରେ ମରିଯାଇଥିବା ଘୋଷଣା କରି ପରେ ଗାଁ ନିକଟସ୍ଥ ମଶାଣିକୁ ନେଇ ଖ୍ରୀଷ୍ଟିୟାନ ସମ୍ପ୍ରଦାୟ ହୋଇଥିବାରୁ କବର ଦେଇଥିଲେ। । ମୃତ୍ୟୁ ଖବର ପାଇ ଚଇତୁର ମାମୁଁ ପୁଅ ମାହେଶ୍ୱରୀପୁରର ଓକିଲ ସେନାପତି ସରିତାର କୈାଣସି ସ୍ୱଭାବିକ ମୃତ୍ୟୁ ହୋଇଥିବ ବୋଲି ଗ୍ରହଣ କରିପାରୁ ନ ଥିଲେ। କାରଣ ଲାଳନ ପାଳନ କରୁଥିବା ମାଆ ବାପା ବାରମ୍ବାର ନିର୍ଯ୍ୟାତନା ଦେଉଥିବା ଓକିଲ ସେନାପତିଙ୍କୁ ଜଣାଇଥିଲା। ନାବାଳିକାର ମୃତ୍ୟୁ ଖବର ପାଇ ସନ୍ଦେହ କରି ନର୍ଲା ଥାନାରେ ପୁଲିସଙ୍କୁ  ହତ୍ୟା କରାଯାଇଥିବା ଏକ ଲିଖିତ ଅଭିଯୋଗ କରିଥିଲେ । ଓକିଲ ସେନାପତିଙ୍କ ଅଭିଯୋଗକୁ ଆଧାର କରି କେସିଙ୍ଗା ଏସ୍‍ଡିପିଓ ଗୁପ୍ତେଶ୍ୱର ଭୋଇ ଓ ନର୍ଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆଜି ପୋତିଥିବା ମୃତଦେହ ଉଦ୍ଧାର କରି କେସନଂ-୧୧୩/୨୦ ଆଇପିସି ଦଫା ୩୦୨/୨୦୧ ଧାରାନୁଯାୟୀ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା କେସିଙ୍ଗା ଏସ୍‍ଡିପିଓ ଶ୍ରୀ ଭୋଇ ପ୍ରକାଶ କରିଛନ୍ତି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories