www.samajalive.in
Monday, December 15, 2025
14.1 C
Bhubaneswar

ସୀମାରୁ ସୈନ୍ୟ ପ୍ରତ୍ୟାହାର ତ୍ବରାନ୍ବିତ : ଆଜି ଭାରତ-ଚୀନ କୂଟନୈତିକ କଥାବାର୍ତ୍ତା

ନୂଆଦିଲ୍ଲୀ : ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ନିକଟ ବିବାଦୀୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ଶୁକ୍ରବାର ଭାରତ-ଚୀନ ମଧ୍ୟରେ କୂଟନୈତିକ ସ୍ତରୀୟ କଥାବାର୍ତ୍ତା ହେବ। ୱାର୍କିଂ ମେକାନିଜିମ୍ ଫର କନସଲଟେସନ ଆଣ୍ଡ କୋଅର୍ଡିନେସନ ଅନ ଇଣ୍ଡୋ-ଚୀନ ବର୍ଡର ଆଫାୟାର୍ସ (ୱାଇଏମସିସି)ର ମେକାନିଜମ୍ ଆଧାରରେ ଏହି କଥାବାର୍ତ୍ତା ହେବ। ଏଲଏସିରେ ସୃଷ୍ଟି ହେଉଥିବା ଉତ୍ତେଜନାକୁ ହ୍ରାସ ନିମନ୍ତେ ୨୦୧୨ରେ ୱାଇଏମ୍‌ସିସି ଭଳି ବ୍ୟବସ୍ଥାକୁ ଦୁଇଦେଶ ଆପଣାଇଥିଲେ। କଥାବାର୍ତ୍ତାରେ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ପୂର୍ବ ଏସିଆ) ନବୀନ ଶ୍ରୀବାସ୍ତବ ନେତୃତ୍ବ ନେବେ। ସେହିପରି ଚୀନ ପକ୍ଷରୁ ଏହାର ବୈଦେଶିକ ମନ୍ତ୍ରଣାଳୟ ମହାନିର୍ଦେଶକ ୱ ଜିଆଙ୍ଗହୌ ନେତୃତ୍ବ ନେବେ। ଜୁନ୍ ୨୪ ତାରିଖରେ ଏହି ଦୁଇ ସୀମା ବିବାଦ ପ୍ରସଙ୍ଗରେ ଶେଷ ଥର ପାଇଁ ବୈଠକ କରିଥିଲେ। ବୈଠକରେ ସାମରିକସ୍ତରୀୟ ବୁଝାମଣାକୁ ସମ୍ମାନ ଦେବା ପୂର୍ବକ ସୈନ୍ୟ ପ୍ରତ୍ୟାହାର କରିବାକୁ ରାଜି ହୋଇଥିଲେ; ମାତ୍ର ତାହା କାର୍ଯ୍ୟକାରୀ ହୋଇ ନଥିଲା। ଉତ୍ତେଜନା ହ୍ରାସ ପରିବର୍ତ୍ତେ ବୃଦ୍ଧି ପାଇଥିଲା। ଶେଷରେ ଭାରତର ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱିଙ୍କ ମଧ୍ୟରେ ରବିବାର କଥାବାର୍ତ୍ତା ହୋଇଥିଲା। ଏହି କଥାବାର୍ତ୍ତା ପରେ ସୀମା ବିବାଦ ପ୍ରଶମିତ ହେବା ସହ ଉଭୟ ଦେଶ ବିବାଦୀୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛନ୍ତି। ତେବେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ଏହି କୂଟନୈତିକ ସ୍ତରରେ କଥାବାର୍ତ୍ତା ହେବ। ପାନଗଙ୍ଗ ହ୍ରଦ ନିକଟରୁ ଏବେ ସୁଦ୍ଧା ଚୀନ ସେନା ଫେରି ନାହିଁ। ସେହିପରି ଫିଙ୍ଗର-୪ ଅଞ୍ଚଳରୁ ଫିଙ୍ଗର-୫ ଅଞ୍ଚଳ ମଧ୍ୟରେ ଚୀନ ସେନାର ଗତିବିଧି ଉପଗ୍ରହ ଚିତ୍ରରୁ ଲକ୍ଷ୍ୟ କରାଯାଇଛି। ଚୀନ ସେନାର ଏହି ଗତିବିଧି ଉପରେ ଭାରତ ତୀକ୍ଷ୍ମ ନଜର ରଖିଛି। ଗଲୱାନ ଉପତ୍ୟକା ବ୍ୟତୀତ ହଟସ୍ପ୍ରିଙ୍ଗ ଓ ଗୋଗ୍ରା ଅଞ୍ଚଳ ବିବାଦ ଦେଖାଯାଇଥିବାବେଳେ ଏଠାରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ବହୁତ ମନ୍ଥର ରହିଛି। ଏହି କୂଟନୈତିକ ସଂଘର୍ଷ ପରେ ଆସନ୍ତା ସପ୍ତାହରେ ଦୁଇଦେଶର ସାମରିକ ଅଧିକାରୀସ୍ତରରେ କଥାବାର୍ତ୍ତା ହେବ। ଲେହସ୍ଥିତ ୧୪ କ୍ରପସ୍‌ କମାଣ୍ଡାର ଲେପ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ଓ ଚୀନର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ ସୁ କ୍ବିଲିଙ୍ଗଙ୍କ ମଧ୍ୟରେ ଏହି କଥାବାର୍ତ୍ତା ହେବ।
ଅନ୍ୟପଟେ ଗଲୱାନ ଉପତ୍ୟକା ଉପରେ ଚୀନ ନିଜର ଦାବି ଦୋହାରାଇଥିବାବେଳେ ଭାରତ ଏହାକୁ ପୁନର୍ବାର ଅଗ୍ରାହ୍ୟ କରିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଗୁରୁବାର ଏକ ଅଲଲାଇନ ବାର୍ତ୍ତାରେ କହିଛନ୍ତି ଯେ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ଭାରତ ପ୍ରସ୍ତୁତ। ସୀମା ବିବାଦକୁ ନେଇ ରହିଥିବା ମତଭେଦ କଥାବାର୍ତ୍ତା ମାଧ୍ୟମରେ ଦୂର କରିବାକୁ ଭାରତ ଆଗ୍ରହୀ; ମାତ୍ର ଭାରତ ନିଜର ସାର୍ବଭୌମତ୍ବ ଓ ଅଖଣ୍ଡତାକୁ ବଜାୟ ରଖିବା ଲାଗି ସର୍ବଦା ପ୍ରସ୍ତୁତ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories