www.samajalive.in
Tuesday, December 9, 2025
15.1 C
Bhubaneswar

କରୋନା: ବିଶ୍ଵରେ ୩ୟ ସ୍ଥାନରେ ଭାରତ, ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ନିକଟତର

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ସୋମବାର ୭ ଲକ୍ଷ ନିକଟତର ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୨୪ ହଜାର ୨୪୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୯୭ ହଜାର ୪୧୩କୁ ବୃଦ୍ଧି ପାଇଛି। ଫଳରେ ଭାରତ ସାରା ବିଶ୍ଵରେ ୩ୟ ସ୍ଥାନକୁ ଉଠିଛି। କରୋନା ସଂକ୍ରମଣରେ ଆମେରିକା ପ୍ରଥମ ସ୍ଥାନରେ ଥିବାବେଳେ ବ୍ରାଜିଲ ୨ୟ ଏବଂ ଭାରତ ୩ୟ ସ୍ଥାନରେ ରହିଛି। ରୁଷ ୪ର୍ଥ ସ୍ଥାନରେ ଅଛି। ସେହିପରି ଗୋଟିଏ ଦିନରେ ୪୨୫ ରୋଗୀ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧୯ ହଜାର ୬୯୩ରେ ପହଞ୍ଚିଛି। ଏବେ ଦେଶରେ ୨ ଲକ୍ଷ ୫୩ ହଜାର ୨୮୭ ରୋଗୀ ସକ୍ରିୟ ଥିବାବେଳେ ୪ ଲକ୍ଷ ୨୪ ହଜାର ୪୩୨ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

- Advertisement -

ଉଲ୍ଲେଖଯୋଗ୍ୟ, ଆମେରିକାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ୨୯ ଲକ୍ଷ ୮୨ ହଜାର ୯୨୮ ଥିବାବେଳେ ୧ ଲକ୍ଷ ୩୨ ହଜାର ୫୬୯ ଜଣ ପ୍ରାଣ ହରାଇଛନ୍ତି। ସେହିପରି ୨ୟ ସ୍ଥାନରେ ଥିବା ବ୍ରାଜିଲରେ ୧୬ ଲକ୍ଷ ୪ ହଜାର ୫୮୫ ରୋଗୀ ଚିହ୍ନଟ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୬୪ ହଜାର ୯୦୦ ରହିଛି। ରୁଷରେ ୬ ଲକ୍ଷ ୮୧ ହଜାର ୨୫୧ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ୧୦ ହଜାର ୧୬୧ ଜଣ ପ୍ରାଣ ହରାଇଛନ୍ତି।

ଭାରତରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରେ ରହିଛନ୍ତି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬ ହଜାର ୬୧୯ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୮ ହଜାର ୮୮୨କୁ ବଢ଼ିଛି। ଦିଲ୍ଲୀରେ ୯୯ ହଜାର ୪୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୩୦୬୭ ଜଣ ପ୍ରାଣ ହରାଇଛନ୍ତି। ତାମିଲନାଡୁରେ ୧ ଲକ୍ଷ ୧୧ ହଜାର ୧୫୧ କରୋନା ସଂକ୍ରମିତ ଏବଂ ୧୫୧୦ ରୋଗୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟରେ ସଂକ୍ରମିତ ସଂଖ୍ୟା ୩୬ ହଜାର ୧୨୩କୁ ବୃଦ୍ଧି, ୧୯୪୪ ଜଣଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ଉତ୍ତରପ୍ରଦେଶରେ ୨୭ହଜାର ୭୦୭ ସଂକ୍ରମିତ ଓ ୭୮୫ ମୃତ, ପଶ୍ଚିମବଙ୍ଗରେ ୨୨ ହଜାର ୧୨୬ ଆକ୍ରାନ୍ତ ଓ ୭୫୭ ମୃତ, ହରିୟାଣାରେ ୧୭ହଜାର ୫ ଆକ୍ରାନ୍ତ ଏବଂ ୨୬୫ ମୃତ, ଆନ୍ଧ୍ରପ୍ରଦେଶରେ ୧୮ ହଜାର ୬୯୭ ଆକ୍ରାନ୍ତ ଏବଂ ୨୩୨ ମୃତ, ତେଲେଙ୍ଗାନାରେ ୨୩ ହଜାର ୯୦୨ ସଂକ୍ରମିତ ଓ ୨୯୫ ମୃତ, କର୍ଣ୍ଣାଟକରେ ୨୩ ହଜାର ୪୭୪ ଆକ୍ରାନ୍ତ ଓ ୩୭୨ ମୃତ, ରାଜସ୍ଥାନରେ ୨୦  ହଜାର ୧୬୪ ଆକ୍ରାନ୍ତ ଓ ୪୫୬ ମୃତ, ଜାମ୍ମୁ-କାଶ୍ମୀରରେ ୮୪୨୯ ସଂକ୍ରମିତ ଓ ୧୩୨ ମୃତ, ମଧ୍ୟପ୍ରଦେଶରେ ୧୪ ହଜାର ୯୩୦ ସଂକ୍ରମିତ ଓ ୬୦୮ ମୃତ, ବିହାରରେ ୧୧ ହଜାର ୮୬୦ ଆକ୍ରାନ୍ତ ଓ ୯୦ ମୃତ, ଆସାମରେ ୧୧ ହଜାର ୭୩୭ ଆକ୍ରାନ୍ତ ଓ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories