www.samajalive.in
Sunday, December 7, 2025
26.1 C
Bhubaneswar

୭୦୫ କୋଟିର ଦୁର୍ନୀତି; ଜିଭିକେ ଗ୍ରୁପ ଅଧ୍ୟକ୍ଷ ଓ ପୁଅ ନାଁରେ ସିବିଆଇର ମାମଲା

ନୂଆଦିଲ୍ଲୀ: ମୁମ୍ବଇ ବିମାନବନ୍ଦରର ଉନ୍ନତିକରଣ ଏବଂ ରକ୍ଷଣାବେକ୍ଷଣରେ ୭୦୫ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ମାମଲା ରୁଜୁ କରିଛି। ଉନ୍ନତିକରଣ ଏବଂ ରକ୍ଷଣାବେକ୍ଷଣ ଦାୟିତ୍ଵ ନେଇଥିବା ଜିଭିକେ ଗ୍ରୁପ୍‌ ଅଧ୍ୟକ୍ଷ ଜି. ଭେଙ୍କଟ କୃଷ୍ଣା ରେଡ୍ଡୀ ଓ ତାଙ୍କ ପୁଅ ସଞ୍ଜୟ ରେଡ୍ଡୀ ସମେତ ଅନ୍ୟ କେତେଜଣଙ୍କ ନାମରେ ଏହି ମାମଲା ରୁଜୁ ହୋଇଛି। ମାମଲାରେ ମୁମ୍ବଇ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ, ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ଏଏଆଇ) ସହିତ ୯ଟି କମ୍ପାନୀର ଅନେକ ବରିଷ୍ଠ ଅଧିକାରୀଙ୍କ ନାମ ସାମିଲ ରହିଛି। ଏମାନଙ୍କ ବିରୋଧରେ ଅନିୟମିତତା ଏବଂ ୨୦୧୨ରୁ ୨୦୧୮ ମଧ୍ୟରେ ସରକାରୀ ସମ୍ପତ୍ତିକୁ ନଷ୍ଟ କରିବା ଅଭିଯୋଗରେ ସିବିଆଇ ମାମଲା ରୁଜୁ କରିଛି।

ସିବିଆଇ ପକ୍ଷରୁ ଦିଆଯାଇଥିବା ଏତଲାରେ ଦର୍ଶାଯାଇଛି ଯେ, ଜିଭିକେ ଏୟାରପୋର୍ଟ ହୋଲ୍‌ଡିଙ୍ଗ୍‌ସ ଏବଂ ଏଏଆଇ କିଛି ବିଦେଶୀ କମ୍ପାନୀ ସହିତ ମିଶି ମୁମ୍ବଇ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍‌ କମ୍ପାନୀ ଗଠନ କରିଥିଲେ। ଏଥିରେ ୫୦.୫% ଅଂଶଧନ ଜିଭିକେ ନିକଟରେ ଥିବାବେଳେ ଏଏଆଇ ପାଖରେ ୨୬ ପ୍ରତିଶତ ଅଂଶ ରହିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories