www.samajalive.in
Friday, December 5, 2025
23.1 C
Bhubaneswar

କଲକାତା ଲଜ୍ଜା: ପୂର୍ବତନ ଅଧ୍ୟକ୍ଷ ଓ ୪ ଡାକ୍ତରଙ୍କ ପଲିଗ୍ରାଫ ପରୀକ୍ଷା କରିବ ସିବିଆଇ

ସମାଜ ଡିଜିଟାଲ ଡେସ୍କ: କଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆର ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଏବଂ ଅନ୍ୟ ୪ ଡାକ୍ତରଙ୍କର ପଲିଗ୍ରାଫ ପରୀକ୍ଷା କରାଯିବ। ଏଥିପାଇଁ ସିଟି କୋର୍ଟ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଅନୁମତି ପ୍ରଦାନ କରିଛନ୍ତି।

୫ ଅଭିଯୁକ୍ତଙ୍କର ପଲିଗ୍ରାଫ ପରୀକ୍ଷା କରିବା ଲାଗି ସିବିଆଇ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା। କାରଣ ପୂର୍ବତନ ଅଧ୍ୟକ୍ଷ ଏବଂ ଅନ୍ୟ ୪ ଡାକ୍ତରଙ୍କୁ ଜେରା ବେଳେ ସେ ଯେଉଁ ମନ୍ତବ୍ୟ ଦେଉଛନ୍ତି ସେଥିରେ ତାଳମେଳ ରହୁନାହିଁ। ୮ ଏବଂ ଅଗଷ୍ଟ ମଧ୍ୟ ରାତ୍ରିରେ ଯାହା ସବୁ ଘଟିଥିଲା ସେ ବିଷୟରେ ସିବିଆଇ ପକ୍ଷରୁ ଅଭିଯୁକ୍ତମାନଙ୍କୁ ଜେରା କରାଯାଇଥିଲା। କିନ୍ତୁ କାହାର ମନ୍ତବ୍ୟ କାହା ସହିତ ମିଶୁ ନାହିଁ। ଘଟଣା ଦିନ ରାତିରେ ପୂର୍ବତନ ଅଧ୍ୟକ୍ଷ ଘୋଷଙ୍କ ସହିତ ଉକ୍ତ ୪ ଡାକ୍ତର ଡ୍ୟୁଟିରେ ଥିଲେ। ଏହା ସହିତ ପୀଡ଼ିତା ଉକ୍ତ ରାତିରେ ଏହି ୫ ଜଣଙ୍କ ସହିତ ମିଶି ସାନ୍ଧ୍ୟ ଭୋଜନ କରିଥିଲେ। ତେଣୁ ସେମାନଙ୍କ ମନ୍ତବ୍ୟରେ ସତ୍ୟତା ରହିଛି କି ନାହିଁ ତାହା ଯାଞ୍ଚ କରିବାକୁ ସିବିଆଇ ସେମାନଙ୍କର ପଲିଗ୍ରାଫ ପରୀକ୍ଷା କରିବାକୁ କୋର୍ଟରେ ଆବେଦନ କରିଥିଲା।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories