www.samajalive.in
Friday, December 5, 2025
23.1 C
Bhubaneswar

କଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: ସନ୍ଦୀପ ଘୋଷଙ୍କୁ ୧୦ଘଣ୍ଟା ପଚରାଉଚରା

ସମାଜ ଡିଜିଟାଲ ଡେସ୍କ: କଲକାତା ଆରଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଜାରି ରହିଛି। ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସିବିଆଇ ତୃତୀୟ ଦିନରେ ୧୦ଘଣ୍ଟାରୁ ଅଧିକ ସମୟ ଧରି ଘଟଣା ସମ୍ପର୍କରେ ପଚରାଉଚରା କରିଥିବା ସୂଚନା ମିଳିଛି। ଚତୁର୍ଥ ଦିନରେ ବି ତାଙ୍କୁ ପଚରାଛଚରା ଜାରି ରଖିଛି ସିବିଆଇ ଟିମ୍‌‌। ତଦନ୍ତ ସମୟରେ ହସ୍ପିଟାଲ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସିବିଆଇ ହାତରେ ଲାଗିଥିବା ସୂଚନା ମିଳିଛି। ନିକଟରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ମାନସିକ ସ୍ଥିତି ପରୀକ୍ଷା କରାଯାଇଛି। ଆଜି ପୁଣି ଥରେ ସଞ୍ଜୟର ମାନସିକ ସ୍ଥିତି ପରୀକ୍ଷା ପାଇଁ ଡକାଯିବ ବୋଲି ସୂଚନା ମିଳିଛି। ସିବିଆଇ ଟିମ୍‌‌ ପକ୍ଷରୁ ଏପର୍ଯ୍ୟନ୍ତ ତଦନ୍ତ ନେଇ ଗଣମାଧ୍ୟମରେ କୌଣସି ସୂଚନା ଦିଆଯାଇନାହିଁ। ଅନ୍ୟପଟେ ଫରେନସିକ୍‌‌ ଟିମ୍‌‌ ରବିବାର ପୁଣି ଥରେ ହସ୍ପିଟାଲରେ ଯାଞ୍ଚ କରିଥିବା ବେଳେ ଘଟଣାସ୍ଥଳରେ ୩ଘଣ୍ଟା ଧରି ଥ୍ରୀଡି ଲେଜର ମ୍ୟାପିଂ କରାଯାଇଥିଲା।
ଗୋଟିଏ ପଟେ ସିବିଆଇ ଟିମ୍‌‌ ଯାଞ୍ଚ କରୁଥିବା ବେଳେ କଲକାତା ଓ ଦିଲ୍ଲୀରେ ପୀଡିତାଙ୍କୁ ନ୍ୟାୟ ପାଇଁ ସ୍ୱର ତୀବ୍ର ହେବାରେ ଲାଗିଛି। ରାତି ତମାମ ଡାକ୍ତରମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଡାକ୍ତରଙ୍କ ସୁରକ୍ଷା ଓ ପୀଡିତାଙ୍କୁ ନ୍ୟାୟ ଦାବିରେ ଅନେକ ଟ୍ରେନୀ ଡାକ୍ତର ହାତରେ କଳାପଟି ବାନ୍ଧି ବିକ୍ଷୋଭ କରିଛନ୍ତି। ସେପଟେ କଲକାତାର ରାଜ୍ୟପାଳ ଡକ୍ଟର ସିବି ଆନନ୍ଦ ବୋଷ ଦିଲ୍ଲୀ ଗସ୍ତରେ ଅଛନ୍ତି। ସେଠାରେ ସେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମବଙ୍ଗରେ ଉପୁଜିଥିବା ସ୍ଥିତି ନେଇ ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିପାରନ୍ତି ରାଜ୍ୟପାଳ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories