ଗୋ ମାତାଙ୍କୁ ପୂଜା କରନ୍ତୁ ; ମିଳିବ ଶୁଭ ଫଳ

0

ହିନ୍ଦୁ ଧର୍ମରେ ଗାଈକୁ ଗୋ ମାତା ବୋଲି ସମ୍ବୋଧନ କରାଯାଏ।ଗୋ ମାତାଙ୍କ ଶରୀରରେ ୩୩କୋଟି ଦେବ – ଦେବୀ ରହିଥିବାର ବିଶ୍ୱାସ ଅଛି। ଯେଉଁ ବ୍ୟକ୍ତି ଗୋ ମାତାଙ୍କ ପୂଜା କରେ ତାଉପରେ ଆସିବାକୁ ଥିବା ସମସ୍ତ ବିପଦ ଟଳିଯାଏ ବୋଲି ବିଶ୍ୱାସ କରାଯାଏ।ସେହିପରି ଗାଈ ରଖିବା ଦ୍ୱାରା ଘରର ବିଭିନ୍ନ ସମସ୍ୟା ଦୂର ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି। ହିନ୍ଦୁ ଧର୍ମରେ ଗାଈକୁ ଏକ ପବିତ୍ର ଜୀବ ଭାବେ ପୂଜା କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ରରେ ଗାଈ ସହ ଜଡିତ କିଛି ତଥ୍ୟ ଏବଂ ଉପାୟ, ଯାହା କରିବାଦ୍ୱାରା ଆପଣ ସଫଳତା ପାଇପାରିବେ।
– ପ୍ରତିଦିନ ଗୋ ମାତାଙ୍କୁ ରୁଟି ଖାଇବାକୁ ଦିଅନ୍ତୁ।
– ଆପଣଙ୍କର ଯେକୌଣସି ଶୁଭ କାମରେ ଗୋ ମାତାଙ୍କୁ ସାମିଲ କରନ୍ତୁ
– ଗୋ ମାତାଙ୍କୁ ପୂଜା କରିବା ଦ୍ୱାରା ଗ୍ରହ ଶାନ୍ତ ରହେ।
– ପ୍ରତିଦିନ ସପ୍ତାହରେ କିମ୍ବା ମାସରେ ଗୋଶାଳାକୁ ପରିବାର ସହିତ ଯିବାପାଇ ଏକ ନିୟମ ରଖନ୍ତୁ।
– ଗରମ ହେଉଥିବା ସମୟରେ ଗୋ ମାତାଙ୍କୁ ପ୍ରଚୁର ପାଣି ପିଇବାକୁ ଦିଅନ୍ତୁ।
– ଥଣ୍ଡା ଦିନେ ଗୋ ମାତାଙ୍କୁ ଗୁଡ ଖାଇବାକୁ ଦିଅନ୍ତୁ।
– ଗୋ ମାତାଙ୍କର ପଞ୍ଚଗବ୍ୟ ହଜାର ହଜାର ରୋଗର ଔଷଧ ଅଟେ , ଏହା ଖାଇବା ଦ୍ୱାରା ଅନେକ ଅସାଧ୍ୟ ରୋଗ ଦୂର ହୋଇଥାଏ।
– ପରିବାରରେ ଗୋ ମାତାଙ୍କ ଠାରୁ ପ୍ରାପ୍ତ ପଞ୍ଚଗବ୍ୟ ଯୁକ୍ତ ପଦାର୍ଥର ଉପଯୋଗ କରନ୍ତୁ , ପଞ୍ଚଗବ୍ୟ ବିନା ପୂଜା ପାଠ ସଫଳ ହୋଇନଥାଏ ମୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ଅଛି।
– ଯେଉଁ ସ୍ଥାନରେ ଗୋ ମାତା ଆନନ୍ଦର ସହ ବିଶ୍ରାମ କରନ୍ତି ସେହି ସ୍ଥାନରେ ବାସ୍ତୁ ଦୋଷ ଦୂର ହୋଇଯାଇଥାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ଅଛି।
– ଗୋ ମାତାଙ୍କୁ ଚାରା ଖାଇବାକୁ ଦେବା ଦ୍ୱାରା ୩୩କୋଟି ଦେବ-ଦେବୀଙ୍କ ଠାରେ ଭୋଗ ଲାଗିବା ସହିତ ସମାନ ବୋଲି ବିଶ୍ୱାସ କରାଯାଏ। ତେଣୁ ପ୍ରତିଦିନ ଗୋ ମାତାଙ୍କୁ ଚାରା ଖାଇବାକୁ ଦିଅନ୍ତୁ।
– ଗୋ ମାତାଙ୍କସେବା କରିବା ଦ୍ୱାରା ମନୁଷ୍ୟ ଭୟ ମୁକ୍ତ ହୋଇଥାଏ ବୋଲି ବିଶ୍ୱାସ ତେଣୁ ଗୋ ମାତାଙ୍କର ସେବା କରନ୍ତୁ।
– ଗୋ ମାତାଙ୍କ ଗୋବରରୁ ପ୍ରସ୍ତୁତ ଧୂପକାଠି ବ୍ୟବହାର କରନ୍ତୁ। ଏହା କରିବା ଦ୍ୱାରା ସକରାତ୍ମକ ଶକ୍ତି ଉତ୍ପର୍ଣ୍ଣ ହୋଇଥାଏ।
– ଘର ବାହାର ଚାରିଆଡେ ଗୋବର ପାଣି ଛିଞ୍ଚନ୍ତୁ। ଏହା କରିବା ଶୁଭ ମୋଲି ବିବେଚନା କରାଯାଏ।
– ଗୋ ମାତାଙ୍କ ଠାରେ ଭୁଲବଶତଃ ଆପଣଙ୍କ ଗୋଡ ବଜାଇବେ ନାହିଁ , ସେ ହେଉଛନ୍ତି ଅନ୍ନପୂର୍ଣ୍ଣା, ଦେବୀ କାମଧେନୁ। ସେ ଆପଣଙ୍କ ମନୋକାମନା ପୂର୍ଣ୍ଣ କରିଥାନ୍ତି।
– ଗୋ ମାତାଙ୍କ ବେକରେ ଘଣ୍ଟି ବାନ୍ଧନ୍ତୁ ଏହା କରିବା ଶୁଭ। ଏହା କରିବା ଦ୍ୱାରା ଗୋ ମାତାଙ୍କ ଆଳତି ହୋଇଥାଏ ବୋଲି ବିଶ୍ୱାସ ଅଛି।
– ଯେଉଁ ବ୍ୟକ୍ତି ଗୋ ମାତାଙ୍କ ସେବା ପୂଜା କରନ୍ତି ତାଙ୍କ ଉପରେ ଆସିବାକୁଥିବା ସମସ୍ତ ବିପଦ ଗୋ ମାତା ହରଣ କରିଥାନ୍ତି।
– ପ୍ରତିଦିନ ଗୋ ମାତାଙ୍କ ପିଠିକୁ ଆଉଁସିବା ଦ୍ୱାରା ରୋଗ ନାଶ ହୋଇଥାଏ ବୋଲି ବିଶ୍ୱାସ ରହିଛି।
– ଆପଣଙ୍କର ଯେକୌଣସି କାମ ଅଧାପାନ୍ତରିଆ ହୋଇପଡିଥିଲେ ତାହା ଗୋ ମାତାଙ୍କ କାନରେ କୁହନ୍ତୁ ଦେଖିବେ ଯଥାଶିଘ୍ର ସେ କାର୍ଯ୍ୟ ପରିପୂର୍ଣ୍ଣ ହେବ।

kalyan agarbati
Leave A Reply