www.samajalive.in
Sunday, December 7, 2025
14.1 C
Bhubaneswar

ଭାରତୀୟ ଯବାନ ପିନ୍ଧିବେ ସମ୍ପୂର୍ଣ୍ଣ ସ୍ବଦେଶୀ ପୋଷାକ

ନୂଆଦିଲ୍ଲୀ : ଭାରତୀୟ ଯବାନଙ୍କୁ ମିଳିବ ସମ୍ପୂର୍ଣ୍ଣ ସ୍ବଦେଶ ନିର୍ମିତ ସାଞ୍ଜୁ ‘ସର୍ବତ୍ର କବଚ’। ଏହି ପୋଷାକରେ ବ୍ୟବହୃତ ସାମ୍ରୀ ବିଶ୍ବର ସବୁଠୁ ଆଧୁନିକ ଓ ସୁରକ୍ଷିତ। ଏହାର ପ୍ରସ୍ତୁତିରେ ଚୀନ କିମ୍ବା କୌଣସି ବିଦେଶୀ କଞ୍ଚାମାଲ ବ୍ୟବହାର କରାଯାଇ ନାହିଁ; ବରଂ ଶତ ପ୍ରତିଶତ ଭାରତୀୟ କୌଶଳ ଓ ଡିଜାଇନ୍‌ ସହିତ ଭାରତରେ ହିଁ ଏହା ପ୍ରସ୍ତୁତ କରାଯାଇଛି। ଏହା ଖୁବ୍‌ ହାଲ୍‌କା, ଜଳ ଓ ସୂର୍ଯ୍ୟରଶ୍ମୀ ନିରୋଧକ ହୋଇଥିଲାବେଳେ ଅଧିକ କାଳ ବ୍ୟବହାରଯୋଗ୍ୟ। ଭାରତୀୟ ସେନା ଦ୍ବାରା ପ୍ରସ୍ତୁତ ଏହି ପୋଷାକ ବା ସାଞ୍ଜୁ ଯବାନଙ୍କ ପୂର୍ଣ୍ଣ ଶରୀରକୁ ଡାଙ୍କି ରଖିବ। ଏହାର ମୂଲ୍ୟ ଅନ୍ୟ ପୋଷାକ ତୁଳନାରେ ଅଧା କମ୍‌। ଏହି ପୋଷାକର ପରିକଳ୍ପନା କରିଛନ୍ତି ବିଶିଷ୍ଟ ସେନାପଦକପ୍ରାପ୍ତ ମେଜର ଅନୁପ ମିଶ୍ର; ଯେ କି ସେନା ଅଭିଯାନରେ ଗୁରୁତର ଆହତ ହୋଇଥିଲେ। ଏହି ପୋଷାକର କ୍ଷେତ୍ର ପରୀକ୍ଷଣ ପ୍ରାୟତଃ ଶେଷ ହୋଇଛି ଏବଂ ଖୁବ୍ ଶୀଘ୍ର ଏହାକୁ ସେନାବାହିନୀରେ ସାମିଲ କରାଯିବ ବୋଲି ଜଣେ ସେନାଧିକାରୀ କହିଛନ୍ତି। ଭାରତୀୟ କମ୍ପାନୀ ୧ଲକ୍ଷ ୮୦ହଜାର ଗୁଳିନିରୋଧୀ ଜ୍ୟାକେଟ ପାଇଁ ଚୀନ୍‌ କମ୍ପାନୀ ସହିତ ଯୋଗାଯୋଗ କରିବା ନେଇ ଗତ ବର୍ଷ ବିବାଦ ସୃଷ୍ଟିହେବା ପରେ ଏଭଳି ନିଜସ୍ବ ପୋଷାକ ପ୍ରସ୍ତୁତି ଉଦ୍ୟମ ଆରମ୍ଭ ହୋଇଥିଲା।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories