www.samajalive.in
Monday, December 15, 2025
24.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କୁ ‘‘ସରେଣ୍ଡର ମୋଦୀ’’ କହିଲେ ରାହୁଳ; ଶାହାନୱାଜଙ୍କ ପାଲଟା ଜବାବ ‘‘ରାହୁଳ ଶତ୍ରୁ ଠାରୁ ହୀନ’’

ଚୀନ ଓ ଭାରତ ମଧ୍ୟରେ ଲାଦାଖ କ୍ଷେତ୍ରରେ ସୀମା ବିବାଦ ତୀବ୍ର । ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଛନ୍ତି ଓ ୪୩ ଚୀନ ସେନା ମୃତାହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଦାଖ ପ୍ରସଙ୍ଗରେ ଦେଶର ପ୍ରମୁଖ ରାଜନୈତିକ ଦଳ ସହ ସର୍ବଦଳୀୟ ବୈଠକ କରିଛନ୍ତି । ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ଆଜି ୩ ସେନା ସହ ବୈଠକ କରିବା ସହ ସେମାନଙ୍କୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପୁରା ସ୍ବାଧୀନତା ଦେଇଛନ୍ତି । ଏହି ସ୍ଥିତିରେ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ଷେପ କରି ‘‘ସରେଣ୍ଡର ମୋଦୀ’’ ବୋଲି ଟ୍ବିଟ୍ ରାଜନୀତିରେ ଝଡ଼ ସୃଷ୍ଟି କରିଛି । ସେ କହିଛନ୍ତି ନରେନ୍ଦ୍ର ମୋଦୀ ବାସ୍ତବରେ ସରେଣ୍ଡର ମୋଦୀ । ଜାପନ ଟାଇମସକୁ ସାକ୍ଷାତକାର ଦେଇ ରାହୁଳ ଭାରତର ତୁଷ୍ଟୀକରଣ ନୀତି ଚୀନର ଆକ୍ରମଣାତ୍ମକ ମନୋଭାବକୁ ରୋକିବାକୁ ସକ୍ଷମ ହୋଇନାହିଁ ବୋଲି କହିଛନ୍ତି ।

- Advertisement -

ଚୀନକୁ ଖୁସି କରିବା ସତ୍ତ୍ବେ ମୋଦୀଙ୍କୁ ଭାରତୀୟ କ୍ଷେତ୍ରରେ ଆଉ ଏକ ଚୀନ ଅତିକ୍ରମଣ ମିଳିଛି । ଏହା କଣ ତାଙ୍କର ଦୃଷ୍ଟିକୋଣ ପରିବର୍ତନ ନିମନ୍ତେ ପର୍ଯ୍ୟାପ୍ତ ହୋଇପାରିବ । ନରେନ୍ଦ୍ର ମୋଦୀ ଚୀନକୁ ଖୁସି କରି ଦ୍ବିପାକ୍ଷିକ ସମ୍ପର୍କକୁ ପୁନଃବାହାଲ କରିପାରନ୍ତି ଓ ଚୀନ-ପାକିସ୍ତାନ ସମ୍ପର୍କକୁ ଦୁର୍ବଳ କରିପାରିବେ ଏହା ଏକ ବ୍ୟର୍ଥ ଆଶା ବୋଲି ରାହୁଳ କହିଛନ୍ତି ।

ରାହୁଳ ଗତ କିଛିଦିନ ହେଲା ଟ୍ବିଟରରେ ସକ୍ରିୟ ଅଛନ୍ତି ଓ ଚୀନ ସେନା ଆକ୍ରମଣରେ ୨୦ ଭାରତୀୟ ଯବାନଙ୍କ ମୃତ୍ୟୁ ପରେ କ୍ରମାଗତ ଭାବରେ ମୋଦୀ ସରକାରଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରୁଛନ୍ତି । କଡ଼ା ସମାଲୋଚନା କରୁଛନ୍ତି । ଦିନକ ତଳେ ମଧ୍ୟ ରାହୁଳ କେନ୍ଦ୍ର ସରକାରଙ୍କୁ ନିଶାଣ କରିଥିଲେ । ଆମର ସୈନ୍ୟ କାହିଁକି ମଲେ ବୋଲି ପ୍ରଶ୍ନ କରିଥିଲେ । ନିଜ ଟ୍ବିଟରେ ଲେଖିଥିଲେ ଯେ ପ୍ରଧାନମନ୍ତ୍ରୀ ଚୀନ ଆକ୍ରମଣ ପରେ ଭାରତୀୟ କ୍ଷେତ୍ରକୁ ସମର୍ପଣ କରି ଦେଇଛନ୍ତି । ଯଦି ତାହା ଚୀନ ଅଞ୍ଚଳ ଥିଳା ତେବେ ଆମର ସୈନିକ କେଉଁଠି ଓ କାହିଁକି ମଲେ ବୋଲି ପ୍ରଶ୍ନ କରିଥିଲେ ।

ଶୁକ୍ରବାର ମଧ୍ୟ ରାହୁଳ ସରକାର ଓ ପ୍ରଧାନମନ୍ତ୍ରୀଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଥିଲେ । ସେ କହିଥିଲେ ଯେ ଏହା ସ୍ପଷ୍ଟ ଯେ ଗଲୱାନ ଘାଟିରେ ଚୀନ ଆକ୍ରମଣ ପୂର୍ବ ପରିକଳ୍ପିତ ଥିଲା । ସରକାର ଶୋଇଥିଲେ ଓ ସମସ୍ୟାକୁ ଅସ୍ବୀକାର କରିଥିଲେ । ଏହାର ମୂଲ୍ୟ ସ୍ବରୂପ ଯବାନଙ୍କୁ ନିଜ ଜୀବନ ଦେବାକୁ ପଡ଼ିଲା ।

ଅନ୍ୟପକ୍ଷରେ ରାହୁଳଙ୍କ ଆକ୍ଷେପର ପ୍ରତି ଜବାବ ଦେଇଛି ବିଜେପି । ଦଳର ନେତା ଶାହାନୱାଜ ହୁସେନ ରାହୁଳଙ୍କୁ କଟୁ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ କରିଥିବା ଟୁଇଟକୁ ନେଇ ଆପତ୍ତି ଉଠାଇବା ସହ ଏ ନେଇ ରାହୁଲ ତୁରନ୍ତ କ୍ଷମା ମାଗିବା ଆବଶ୍ୟକ ବୋଲି ବିଜେପି ନେତା ଶାହନାୱାଜ ହୁସେନ୍ କହିଛନ୍ତି ।

ସେ କହିଛନ୍ତି ଯେ କଂଗ୍ରେସ ଦଳ ଏବଂ ରାହୁଲ ଗାନ୍ଧୀ ଉଭୟ ସମ୍ମାନ ଏବଂ ଶାଳୀନତା ଭୁଲି ଏଭଳି କହି ଦେଶକୁ ଅପମାନ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଏପରି ଅପମାନ ଦେଶବାସୀ କେବେ କ୍ଷମା କରିବେନି। ରାହୁଲ ଗାନ୍ଧୀ ଯେଉଁ ପ୍ରକାରର ଶବ୍ଦ ବ୍ୟବହାର କରୁଛନ୍ତି, ଏପରି ଶବ୍ଦ ଶତ୍ରୁ ଦେଶର ନେତା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ବ୍ୟବହାର କରିବେନି ବୋଲି ଶାହନଓ୍ୱାଜ ହୁସେନ୍ ନିଜର ଏକ ଭିଡିଓ ପୋଷ୍ଟ ଜରିଆରେ କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories