www.samajalive.in
Tuesday, December 9, 2025
16.1 C
Bhubaneswar

ସକ୍ରିୟ ହେଲା ଘୂର୍ଣ୍ଣିବଳୟ, ୫ଦିନ ବର୍ଷା

ଭୁବନେଶ୍ବର: ଘୂର୍ଣ୍ଣିବଳୟ ଓ ଟ୍ରଫଲାଇନ ପ୍ରଭାବରେ ମୌସୁମି ସକ୍ରିୟ ରହିବା ସହିତ ଓଡ଼ିଶାରେ ବର୍ଷା ଲାଗି ରହିଛି। ପୂର୍ବ ଉତ୍ତରପ୍ରଦେଶ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଉତ୍ତର ପଶ୍ଚିମ ରାଜସ୍ଥାନରୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ପୂର୍ବ ଉତ୍ତରପ୍ରଦେଶ ଓ ଦକ୍ଷିଣ ହରିୟାଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶ ମଧ୍ୟଦେଇ ସମୁଦ୍ର ଉପରେ ଏକ ଟ୍ରଫଲାଇନ ସୃଷ୍ଟି ହୋଇଛି। ଏସବୁର ପ୍ରଭାବରେ ଆସନ୍ତା ୫ଦିନ ପର୍ୟ୍ୟନ୍ତ ଓଡ଼ିଶା ସମେତ ସମଗ୍ର ପୂର୍ବ ଭାରତରେ ପ୍ରବଳ ବର୍ଷା ଏବଂ କିଛି ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୧୯ତାରିଖରେ ଉତ୍ତର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଲଘୁଚାପ ସକ୍ରିୟ ହେଲେ ବର୍ଷା ଅଧିକ ବଢ଼ିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ବୁଲେଟିନରେ କୁହାଯାଇଛି।

ବିଶେଷ କରି ଓଡ଼ିଶାରେ ଆସନ୍ତା ୫ଦିନ ବର୍ଷା ଲାଗିରହିବ ବୋଲି ସୂଚନା ମିଳିଛି। ଆଜି ଉତ୍ତର ଓଡ଼ିଶା, ଦକ୍ଷିଣ ଓଡ଼ିଶାର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳର ଅଧିକାଂଶ ସ୍ଥାନରେ ବର୍ଷା ହେବ। କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ବାଲେଶ୍ବରର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

- Advertisement -

୧୮ତାରିଖରେ ଉଭୟ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। ଏହି ସମୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାଛଡ଼ା ସମ୍ବଲପୁର, ଦେବଗଡ଼, ଅନୁଗୋଳ, ବାଲେଶ୍ବର ଓ ଭଦ୍ରକରେ ମଧ୍ୟ ପ୍ରବଳ ବର୍ଷା ହେବ। ୧୯ରେ ଲଘୁଚାପର ସମ୍ଭାବନା ଥିବାରୁ କ୍ରମାଗତ ଭାବେ ତିନିଦିନ ଧରି ଉତ୍ତର, ଦକ୍ଷିଣ, ଉପକୂଳରେ ଭୀଷଣ ବର୍ଷାର ସମ୍ଭାବନା ରହିଛି। ସମ୍ବଲପୁର, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ କେନ୍ଦୁଝର, ବଲାଙ୍ଗୀର, ଗଞ୍ଜାମ ଓ ପୁରୀରେ ଅତି ପ୍ରବଳ ବର୍ଷା ହେବ। ମୌସୁମି ସକ୍ରିୟ ଥିବାରୁ ବର୍ଷା ସହିତ ଉପକୂଳ ଅଞ୍ଚଳରେ ପବନର ବେଗ ଅଧିକ ରହିବ। ଉତ୍ତର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ଘଣ୍ଟା ପ୍ରତି ବେଗ ୪୦ରୁ ୫୦କିମି ପର୍ୟ୍ୟନ୍ତ ବଢ଼ିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ସମଦ୍ରକୁ ନଯିବା ପାଇଁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ କରିଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories