www.samajalive.in
Monday, December 15, 2025
17.1 C
Bhubaneswar

ଯୋଗର ବିଶେଷତ୍ୱ ଓ ଏହାର ଉପକାରିତା

ପ୍ରତିବର୍ଷ ଜୁସ ମାସ ୨୧ ତାରିଖକୁ ସାରା ବିଶ୍ୱରେ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଏ ବୋଲି ସଭିଏଁ ଜାଣନ୍ତି। ସମ୍ପୂର୍ଣ୍ଣ ବିଶ୍ୱରେ ଏହି ଦିନର ଶୁଭାରମ୍ଭ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କାରଣ ସେ ହିଁ ସର୍ବପ୍ରଥମେ ଏହି ଦିନର ଶୁଭାରମ୍ଭ ୨୧ ଜୁନ ୨୦୧୫ରେ ଆରମ୍ଭ କରିଥିଲେ। ଭାରତରେ ଯୋଗ ଦିବସର ଆୟୋଜନ ଆୟୁଷ ମନ୍ତ୍ରାଳୟ ଦ୍ୱାରା କରାଯାଇଥାଏ। ଏହି ଯୋଗ ଦିବସର ମୁଖ୍ୟ ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ବିଶ୍ୱର ଲୋକଙ୍କୁ ଯୋଗ ସହ ଜଡ଼ିତ କରିବା। ଯାହା ଦ୍ୱାରା ଏକ ସୁସ୍ଥ ସମାଜ ଗଠିତ ହେବ। ଏହି ଉତ୍ସବର ଏକ ବୃହତ ବୈଶିଷ୍ଟ୍ୟ ହେଉଛି ଏହା ସମ୍ପୂର୍ଣ୍ଣ ବିଶ୍ୱରେ ଯୋଗ ଦିବସର ପ୍ରୋତ୍ସାହନ ଦେବାରେ ଭାରତର ଯୋଗଦାନ ଅଧିକ। ଜାଣନ୍ତୁ ଯୋଗ କରିବା ଦ୍ୱାରା ଆମର କି କି ଲାଭ ହୋଇଥାଏ…………

– ଯୋଗରେ ଯେଉଁ ଶକ୍ତି ରହିଛି ତାହା ଦୁନିଆର ଅନ୍ୟ କୌଣସି ବ୍ୟାୟାମରେ ନାହିଁ ବୋଲି କୁହାଯାଏ।

- Advertisement -

– ଯୋଗର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯୋଗ କରିବା ପାଇଁ ଆପଣଙ୍କୁ କୌଣସି ଯନ୍ତ୍ରର ଆବଶ୍ୟକତା ନାହିଁ।

– ଏହା ଶରୀରକୁ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ।

– ପ୍ରତିଦିନ ସକାଳ  ସମୟରେ ୨୦- ୩୦ ମିନିଟ ଯୋଗ କରିବା ଦ୍ୱାରା ଦିନଯାକ ଥକ୍କାପଣ ଅନୁଭବ ହୋଇନଥାଏ ଓ ଏହା ଦୂର ମଧ୍ୟ ହୋଇଥାଏ।

– ଛୋଟ ପିଲାଙ୍କ ପାଇଁ ମଧ୍ୟ ଯୋଗ ଏକ ଉତମ ବ୍ୟାୟାମ। ଏହାଦ୍ୱାରା ପିଲାମାନେ ସୁସ୍ଥବାନ ରହିବା ସହ ସେମାନଙ୍କ ମସ୍ତିଷ୍କ ଶାନ୍ତ ଓ ମଜଭୂତ ହୋଇଥାଏ।

– ନିୟମିତ ଯୋଗ କରିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ।

– ଯୋଗ କରିବା ଦ୍ୱାରା ମନ ଶାନ୍ତ ରହିଥାଏ। ମାନସିକ ଦୁଶ୍ଚିତା ଦୂର ହୋଇଥାଏ। 

– ଯୋଗ ଦ୍ୱାରା ମନରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ। କାର୍ଯ୍ୟ କରିବାକୁ ଆଗ୍ରହ ଆସିଥାଏ।

– ସଠିକ ନଜରରେ ଦେଖିବାକୁ ଗଲେ ସଫଳତାର ଅସଲି ରାସ୍ତା ଯୋଗ ଅଟେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories