www.samajalive.in
Sunday, December 7, 2025
16.1 C
Bhubaneswar

କରୋନା ଭୟ: ଏସିଡ୍‌ ପିଇ ଆଇଆରଏସ ଅଧିକାରୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନେଇ ଲୋକଙ୍କ ମନରୁ ଭୟ ଦୂର ହେଉନାହିଁ, ଯେଉଁଥିପାଇଁ ଅନେକଙ୍କ ଜୀବନହାନି ହେଉଛି। କେତେକ ସ୍ଥାନରେ କରୋନା ଭୟରେ ଲୋକେ ଆତ୍ମହତ୍ୟା କରିବାକୁ ପଛଉ ନାହାନ୍ତି। ଦେଶରେ ଏପରି ଅନେକ ଘଟଣା ଦେଖିବାକୁ ମିଳୁଥିବାବେଳେ ଦିଲ୍ଲୀରେ ଜଣେ ଆଇଆରଏସ(ଭାରତୀୟ ରାଜସ୍ବ ସେବା) ଅଧିକାରୀ ଆତ୍ମହତ୍ୟା କରିଛନ୍ତି। ଏହି ଅଧିକାରୀ ଜଣକ ହେଉଛନ୍ତି ଶିବରାଜ ସିଂହ(୫୬)।

ସୂଚନା ଅନୁସାରେ, ଶିବରାଜ ଦ୍ବାରକା ଅଞ୍ଚଳର ସେକ୍ଟର-୬ ଅନ୍ତର୍ଗତ ସନ୍ମତି ଆପାର୍ଟମେଣ୍ଟରେ ରହୁଥିଲେ। ତାଙ୍କ ଦେହ ଖରାପ ଥିଲା। ୩ ଦିନ ତଳେ ତାଙ୍କର କରୋନା ପରୀକ୍ଷା ହୋଇଥିଲା, ଯାହାର ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏହା ସତ୍ବେ ସେ ଚିନ୍ତାରେ ଥିଲେ ଯେ, ତାଙ୍କୁ ଯଦି କରୋନା ହୁଏ, ତେବେ ତାଙ୍କ ପିଲା ଏବଂ ପରିବାରର ଅନ୍ୟମାନେ ସମସ୍ୟାରେ ପଡ଼ିଯିବେ। ଏହି ଚିନ୍ତାରେ ସେ ରବିବାର ଅପରାହ୍ନରେ ଏସିଡ୍‌ ପିଇ ଦେଇଥିଲେ। ପରିବାର ଲୋକେ ଜାଣିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories