www.samajalive.in
Monday, December 15, 2025
16.1 C
Bhubaneswar

ସ୍ୱାମୀ-ସ୍ତ୍ରୀ କଳହର କରୁଣ ପରିଣତି : ୨ମାସର ନିର୍ବୋଧ ଶିଶିକୁ କଚାଡ଼ି ମାରି ବାପାର ଆତ୍ମହତ୍ୟା

ନୂଆପଡ଼ା : ନିଜ ୨ମାସର ଶିଶୁ ପୁତ୍ରକୁ କଚାଡ଼ିି ମାରି ନିଜେ ଆତ୍ମହତ୍ୟା କଲା ଭଳି ଏକ ଅଭାବନୀୟ କାଣ୍ଡ ନୂଆପଡ଼ା ଜିଲା କୋମନା ଥାନା ଅନ୍ତର୍ଗତ ଡୁମେରବାହାଲ ଗ୍ରାମରେ ଘଟିଛି।
କୋମନା ବ୍ଲକ ଚାନ୍ଦୋପଲା ଗ୍ରାମର ବେଲମତି ଶବରଙ୍କ ଅଭିଯୋଗ ଅନୁସାରେ, ସେ ଓ ତାଙ୍କ ସ୍ୱାମୀ ନିଲୁ ଶବର ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। କରୋନା ଲକ୍‌ଡାଉନ୍‌ ପରେ ନିଜ ଜିଲାକୁ ଫେରି ଆସିଥିଲେ। ଆସିବାପରେ ସେମାନଙ୍କୁ ଗୋଜୋର ସଂଗରୋଧ କେନ୍ଦ୍ରରେ ରଖାଯାଇଥିଲା। ସଂଗରୋଧ ଅବଧି ସରିବା ପରେ ସେମାନଙ୍କୁ ଛାଡ଼ି ଦିଅଯାଇଥିଲା। କିନ୍ତୁ ସେମାନେ ନିଜ ଗ୍ରାମ ଚାନ୍ଦୋପଲା ନ ଯାଇ ଡୁମେରବାହାଲ ଗ୍ରାମରେ ନିଜର ଜଣେ ସମ୍ପର୍କିୟଙ୍କ ଖଳା ବାଡ଼ିରେ ରହି ଆସୁଥିଲେ। ୧୪ ତାରିଖ ଦିନ ୧୨ଟାରେ କୌଣସି କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ହଠାତ ସ୍ୱାମୀ ନିଲୁ ଶବର ଉତ୍‍କ୍ଷିପ୍ତ ହୋଇ ନିଜର ୨ମାସର ଶିଶୁ ପୁତ୍ରର ଦୁଇଗୋଡ଼କୁ ଧରି କଚାଡ଼ି ଦେଇଥିଲେ। ଏହା ଦେଖି ସ୍ତ୍ରୀ ବେଲମତି ନିଜର ଶିଶୁପୁତ୍ରକୁ ଧରି ତୁରନ୍ତ କୋମନା ଚିକିତ୍ସାଳୟକୁ ଆସିଥିଲେ। କିନ୍ତୁ ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରାଯାଇଥିଲା। ଅନ୍ୟ ପଟେ ସ୍ୱାମୀ ନିଲୁ ଶବର ଏହି ଘଟଣା ପରେ ଡୁମେରବାହାଲଗ୍ରାମର ମଝିବାହଲ ଠାରେ ଏକ ଗଛରେ ଫାଶିଦେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କୋମନା ପୁଲିସ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories