ରାଜକୋଟ: ଗୁଜରାଟର ରାଜକୋଟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରାଜକୋଟରେ ମଧ୍ୟମ ଧରଣ ଭୂକମ୍ପ ସନ୍ଧ୍ୟା ୮.୧୩ ସମୟରେ ଅନୁଭୂତ ହୋଇଛି। ରାଜକୋଟର ଉତ୍ତର ପଶ୍ଚିମ ଦିଗରୁ ୧୨୨ କିଲୋମିଟର ଦୂରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।।ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୮ ରହିଥିବା ଜଣାପଡ଼ିଛି। ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ ବୋଲି କେନ୍ଦ୍ର ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରାଳୟର ନ୍ୟାସ୍ନାଲ୍ ସେଣ୍ଟର ଫର ସେସ୍ମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି।
Popular Categories



