www.samajalive.in
Tuesday, December 9, 2025
15.1 C
Bhubaneswar

ରଜରେ ମହୁ ଖାଇବାକୁ ଯାଇଥିଲେ ଜଙ୍ଗଲ; ଭାଲୁ ଆକ୍ରମଣରେ ଗଲା ୨ ଜଣଙ୍କ ଜୀବନ

ରେଢ଼ାଖୋଲ : ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡ ବଡ଼ବାହାଲ ରେଞ୍ଜ ଟାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଭାଲୁ ଆକ୍ରମଣରେ ୨ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି।ଘଟଣାରୁ ପ୍ରକାଶ ଯେ, ବଡ଼ବାହାଲ ରେଞ୍ଜ ବଣିଆବନ୍ଧ ଗ୍ରାମର କିଛି ଲୋକ ରଜ ପର୍ବ ଅବସରରେ ଜଙ୍ଗଲକୁ ମହୁ ଖାଇବା ପାଇଁ ଯାଇଥିଲେ।ହେଲେ ହଠାତ୍ ଏକ ଜଙ୍ଗଲୀ ଭାଲୁ ଆସି ଅତର୍କିତ ଭାବେ ଆକ୍ରମଣ କରିଥିଲା।ଭାଲୁ ଆକ୍ରମଣରେ ଘଟଣା ସ୍ଥଳରେ ବଣିଆ ବନ୍ଧ ଗ୍ରାମର ଚେରୁ ମୁଣ୍ଡା(୫୦) ଓ କୃଷ୍ଣ ମୁଣ୍ଡା (୪୮)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।ସେହିପରି ସାଙ୍ଗରେ ଥିବା ଅଷାଢୁ ମୁଣ୍ଡା (୪୦)ଗୁରୁତର ହୋଇଥିଲେ।ତେବେ ଆଉ ଦୁଇଜଣ ତଥା ସୁବଳ ମୁଣ୍ଡା ଓ ସୁବନ ମୁଣ୍ଡା ଜୀବନ ବିକଳରେ ଏକ ଗଛ ଉପରକୁ ଚଢ଼ି ଯାଇଥିଲେ।ନରହନ୍ତା ଭାଲୁର ଚିତ୍କାର ଏତେ ଭୟଙ୍କର ଥିଲା ଯେ ପାଖକୁ କେହି ଯିବା ପାଇଁ ମଧ୍ୟ ସାହସ କରି ପାରି ନଥିଲେ ତଥାପି ଗ୍ରାମବାସୀ ଏନେଇ ବନବିଭାଗକୁ ସୂଚନା ଦେବା ସହ ଗ୍ରାମବାସୀ ଏକତ୍ରିତ ହୋଇ ଘଟଣା ସ୍ଥଳ କୁ ଯାଇ ଭାଲୁ ଘଉଡ଼ାଇ ଥିଲେ ଓ ଗଛ ଉପରେ ଥିବା ସୁବଳ ଓ ସୁବନ ଙ୍କୁ ଉଦ୍ଧାର କରିଥିଲେ। ଏବେ ଭାଲୁର ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories