ବାସନ ପରିଷ୍କାର କରିବାର ସରଳ ଉପାୟ
ମହିଳାମାନେ ସୁଆଦିଆ ରନ୍ଧା ସହ ବିଭିନ୍ନ ପ୍ରକାର ବାସନରେ ଖାଦ୍ୟ ପରଷିବାକୁ ଖୁବ୍ ଭଲପାନ୍ତି। ଆଜିକାଲି ଅନ୍-ଲାଇନ୍ରେ ନାମୀଦାମୀ କମ୍ପାନୀର ବାସନମାନ ମିଳୁଛି।
– ବୋନ୍ ଚାଇନ୍ ପ୍ଲେଟ୍, ଚାମଚକୁ ସଫା କରିବା ପାଇଁ ଏହାକୁ ଭିନେଗାର୍ ପାଣିରେ ଧୋଇ ପୋଛି ରଖିବା ଉଚିତ।
– ଷ୍ଟିଲ୍, ତମ୍ବା ଆଦି ବାସନକୁ ଅଧିକ ପରିଷ୍କାର ରଖିବା ନିମନ୍ତେ ୧ ବାଲ୍ଟି ଗରମ ପାଣିରେ ଲେମ୍ବୁ ରସ ମିଶାଇ ସେଥିରେ ବାସନ ସଫା କରନ୍ତୁ।
– ରୋଷେଇ ଘରେ ଚପିଂ ବୋର୍ଡର ଆବଶ୍ୟକତା ଖୁବ୍ ଅଧିକ। ପରିବା କାଟିବା ପୂର୍ବରୁ ବୋର୍ଡରେ ସାମାନ୍ୟ ତେଲ ଲଗାଇଦେବେ। ଛୁରୀ କଟା ଦାଗ ବୋର୍ଡରେ ରହିବନାହିଁ।
– ବାସନକୁସନ ଅଧିକ ତେଲିଆ ହୋଇଯାଇଥିଲେ, ବେକିଂ ସୋଡା ଓ ଲେମ୍ବୁର ମିଶ୍ରଣ ବାସନରେ ଲଗାଇ ୧୫ ମିନିଟ୍ ଛାଡ଼ିଦେବେ। ପରେ ବାସନକୁ ଗରମ ପାଣିରେ ଧୋଇ ରଖନ୍ତୁ।
– ତମ୍ବା ବାସନକୁ ଚମକାଇବାର ସରଳ ଉପାୟ ହେଉଛି ଲେମ୍ବୁ ରସକୁ ବାସନରେ ଭଲଭାବେ ଘଷନ୍ତୁ।
Comments are closed.