www.samajalive.in
Wednesday, December 10, 2025
26.1 C
Bhubaneswar

ଦିଲ୍ଲୀରେ କରୋନା ଅଣାୟତ୍ତ: ଚିକିତ୍ସା ପାଇଁ ମିଳୁନି ହସ୍‌ପିଟାଲ୍‌ରେ ବେଡ୍‌

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସଂକ୍ରମଣ ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ର ପରେ ଏବେ ଦିଲ୍ଲୀସ୍ଥିତି ଉଦ୍‌ବେଗ ଜନକ ସ୍ଥିତିରେ ପହଞ୍ଚିଛି। କରୋନା ସଂକଟ ଯୋଗୁ ଦିଲ୍ଲୀ ସ୍ବାସ୍ଥ୍ୟ ସେବା ଦୋହଲି ଯାଇଛି। ନୂଆଦିଲ୍ଲୀରେ ୪୬ ନିୟୁତ ଲୋକ ରହୁଥିବାବେଳେ ଦେଶର ବିଭିନ୍ନ ରାଜ୍ୟର ଲୋକଙ୍କ ନଜର ଉତ୍ତମ ସ୍ବାସ୍ଥ୍ୟସେବା ପାଇବା ପାଇଁ ଏଠାକାର ଘରୋଇ ଓ ସରକାରୀ ହସ୍‌ପିଟାଲ୍‌ ଉପରେ ନିର୍ଭର କରିଥାନ୍ତି। ନିକଟରେ ବେଡ୍‌ ନ ପାଇ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହେବା ଘଟଣା ଏଠକାର ସ୍ବାସ୍ଥ୍ୟସେବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। କରୋନା ସଂକଟ ସମୟରେ ଅନ୍ୟ ରୋଗରେ ପୀଡ଼ିତ ଓ ଆକ୍ରାନ୍ତ ପ୍ରତି ଧ୍ୟାନ ଦିଆଯାଉ ନାହିଁ ଏବଂ ସେମାନଙ୍କୁ ଉତ୍ତମ ଭାବେ ଚିକିତ୍ସା କରାଯାଉ ନାହିଁ ବୋଲି ଅଭିଯୋଗ ହେଉଛି। ଗର୍ଭବତୀ ମହିଳାଙ୍କ ସମେତ କିଡ୍‌ନୀ, ହୃଦ୍‌ରୋଗ ଓ ଅନ୍ୟାନ୍ୟ ଜଟିଳ ରୋଗରେ ପୀଡ଼ିତ ରୋଗୀ ଚିକିତ୍ସା ପାଇଁ ବେଡ୍‌ ଟିଏ ପାଇବା ପାଇଁ ଏକାଧିକ ଘରୋଇ ଓ ସରକାରୀ ମେଡ଼ିକାଲ୍‌ର ଦ୍ବାରସ୍ଥ ହେଉଛନ୍ତି। କିନ୍ତୁ ସେମାନଙ୍କ ପାଇଁ ବେଡ୍‌ ନ ଥିବା ଦର୍ଶାଇ ଫେରାଇ ଦିଆଯାଉଛି। ଫଳରେ କରୋନା ଅପେକ୍ଷା ଅନ୍ୟ ରୋଗରେ ବହୁ ରୋଗୀଙ୍କ ମୃତ୍ୟୁ ହେଉଥିବା ପରିଲକ୍ଷିତ ହେଉଛି।
ଦେଶରେ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବାକୁ ଅଢେଇ ମାସର ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଦିଲ୍ଲୀବାସୀଙ୍କ ପାଇଁ ନୂଆ ସଙ୍କଟ ଭାବେ ଉଭା ହୋଇଛି। ଏକେ କରୋନା ସଂକ୍ରମଣ ସଂଖ୍ୟା ପୂର୍ବାପେକ୍ଷା ନିୟନ୍ତ୍ରଣାଧୀନ ରହିଥିଲେ ମଧ୍ୟ ସରକାରୀ ଓ ଘରୋଇ ହସ୍‌ପିଟାଲ୍‌ କର୍ତ୍ତୃପକ୍ଷ ଅନ୍ୟ ରୋଗରେ ପୀଡ଼ିତ ରୋଗୀଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରିବାକୁ ଗୁରୁତ୍ବ ଦେଉ ନାହାନ୍ତି। ଆଜିସୁଦ୍ଧା ଦିଲ୍ଲୀରେ ୩୨୮୧୦ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୨,୨୪୫ ସୁସ୍ଥ ହୋଇଥିବାବେଳେ ୯୮୪ଜଣଙ୍କ ମୃତ୍ୟୁ ହୋଇଛି। ତେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏହି ସମସ୍ୟାର ସମାଧାନ କରିବା ପାଇଁ ପଦକ୍ଷେପ ନେଇଥିବା ପ୍ରକାଶ କରିଛନ୍ତି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories