ଓଡ଼ିଶାରେ ୧୧୦୬ ସକ୍ରିୟ ସଂକ୍ରମିତ, ୬୪୯ ଆକ୍ରାନ୍ତଙ୍କ ସହ ଶୀର୍ଷରେ ଗଞ୍ଜାମ
ଭୁବନେଶ୍ବ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଯାହା ରାଜ୍ୟ ପାଇଁ ଏକ ଆଶ୍ବସ୍ତିକର ଖବର। ବୁଧବାର ଅପରାହ୍ନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦ ଥିବାବେଳେ ଆରୋଗ୍ୟଙ୍କ ସଂଖ୍ୟା ୨୧୩୩ ରହିଛି। ସକ୍ରିୟ ମାମଲା ସଂଖ୍ୟା ୧୧୦୬ ଥିବାବେଳେ ମୃତ୍ୟୁ ସଂଖ୍ୟା ୯ରେ ସ୍ଥିର ରହିଛି। ଅନ୍ୟାନ୍ୟ କାରଣରୁ ୨ ଜଣଙ୍କର ମୃତ୍ୟୁ ଘଟିଛି।
ଏବେ ମଧ୍ୟ ଗଞ୍ଜାମ ଜିଲ୍ଲା ଆକ୍ରାନ୍ତ ତାଲିକାର ଶୀର୍ଷରେ ରହିଛି। ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୪୯ଥିବାବେଳେ ୪୪୧ ଜଣ ଆରୋଗ୍ୟ ଲାଭ କରିଛନ୍ତି ୨୦୪ଟି ସକ୍ରିୟ ମାମଲା ଥିବାବେଳେ ମୃତ୍ୟୁ ସଂଖ୍ୟା ୪ରେ ସ୍ଥିର ରହିଛି। ଏହି ତାଲିକାର ୨ନଂରେ ଯାଜପୁର ରହିଛି। ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୬ ଥିବାବେଳେ ୨୮୦ ଜଣ ଆରୋଗ୍ୟ ଲାଭ କରିଛନ୍ତି ୪୬ଟି ସକ୍ରିୟ ମାମଲା ରହିଛି। ସେହିପରି ଖୋର୍ଦ୍ଧା ଜିଲ୍ଲା ୩ୟ ସ୍ଥାନରେ ରହିଛି। ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦ ଥିବାବେଳେ ୧୫୭ ଜଣ ଆରୋଗ୍ୟ ଲାଭ କରିଛନ୍ତି ୧୨୮ଟି ସକ୍ରିୟ ମାମଲା ଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି।
ଜିଲ୍ଲା କରୋନା ଆକ୍ରାନ୍ତ ଅରୋଗ୍ୟ ସକ୍ରିୟ ମାମଲା ମୃତ୍ୟୁ ଅନ୍ୟାନ୍ୟ
ଗଞ୍ଜାମ ୬୪୯ ୪୪୧ ୨୦୪ ୪ ୦
ଯାଜପୁର ୩୨୬ ୨୮୦ ୪୬ ୦ ୦
ଖୋର୍ଦ୍ଧା ୨୯୦ ୧୫୭ ୧୨୮ ୪ ୧
କଟକ ୨୦୯ ୧୧୭ ୯୧ ୧ ୦
ବାଲେଶ୍ବର ୧୯୭ ୧୫୨ ୪୪ ୦ ୧
କେନ୍ଦ୍ରାପଡା ୧୭୦ ୧୫୬ ୧୪ ୦ ୦
ଭଦ୍ରକ ୧୫୨ ୧୩୦ ୨୨ ୦ ୦
ଜଗତ୍ସିଂହପୁର ୧୩୦ ୬୮ ୬୨ ୦ ୦
ବାଲାଙ୍ଗୀର ୧୨୪ ୬୯ ୫୫ ୦ ୦
ସୁନ୍ଦରଗଡ ୧୧୮ ୬୫ ୫୩ ୦ ୦
ପୁରୀ ୧୧୫ ୮୭ ୨୮ ୦ ୦
ନୟାଗଡ଼ ୯୭ ୬୮ ୨୯ ୦ ୦
ମୟୂରଭଞ୍ଜ ୮୩ ୧୬ ୬୭ ୦ ୦
ନୁଆପଡା ୭୨ ୫୭ ୧୫ ୦ ୦
ଗଜପତି ୭୨ ୩୩ ୩୯ ୦ ୦
ଏନଡିଆରଏଫ/
ଓଡ୍ରାଫ ୬୧ ୦ ୬୧ ୦ ୦
କେନ୍ଦୁଝର ୪୬ ୨୨ ୨୪ ୦ ୦
ଢେଙ୍କାନାଳ ୩୯ ୨୧ ୧୮ ୦ ୦
ଦେବଗଡ ୩୮ ୩୨ ୬ ୦ ୦
କନ୍ଧମାଳ ୩୭ ୨୨ ୧୫ ୦ ୦
କାଳାହାଣ୍ଡି ୩୬ ୧୫ ୨୧ ୦ ୦
ବୌଦ୍ଧ ୩୫ ୩୩ ୨ ୦ ୦
ଅନୁଗୋଳ ୩୩ ୨୫ ୮ ୦ ୦
ସୋନପୁର ୨୯ ୭ ୨୨ ୦ ୦
ମାଲକାନଗିରି ୨୨ ୨୧ ୧ ୦ ୦
ବାରାଗଡ ୧୮ ୧୧ ୭ ୦ ୦
ସମ୍ବଲପୁର ୧୭ ୧୨ ୫ ୦ ୦
କୋରାପୁଟ ୧୭ ୭ ୧୦ ୦ ୦
ଝାରସୁଗୁଡା ୯ ୭ ୨ ୦ ୦
ରାୟାଗଡା ୭ ୦ ୭ ୦ ୦
ନବରଙ୍ଗପୁର ୨ ୨ ୦ ୦ ୦
ମୋଟ୍ ୩୨୫୦ ୨୧୩୩ ୧୧୦୬ ୯ ୨
Comments are closed.