୧୮ଜୁଲାଇରୁ ମୌସୁମୀ ଅଧିବେଶନ:ତିନି ତାଲାକ ସମେତ ଏକାଧିକ ବିଲ ଉପରେ ନଜର

0

ନୂଆଦିଲ୍ଲୀ: ଜୁଲାଇ ୧୮ରୁ ମୌସୁମୀ ଅଧିବେଶନ ଆରମ୍ଭ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଅନନ୍ତ କୁମାର ସୂଚନା ଦେଇଛନ୍ତି। ଉକ୍ତ ଅଧିବେଶନ ୧୮ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଚାଲିବ। ସଂସଦ ଭବନର କ୍ୟାବିନେଟ କମିଟିର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ବଜେଟ ଅଧିବେଶନ ବିରୋଧୀଙ୍କ ହୋ-ହଲ୍ଲାରେ ସମ୍ପନ୍ନ ହୋଇଥିଲା। ଫଳରେ ଏକାଧିକ ବହୁମୂଲ୍ୟ ବିଲ ଗୃହିତ ହେବାରୁ ବଞ୍ଚିତ ରହିଥିଲା। କେବଳ ପେଟ୍ରୋଲ-ଡିଜେଲର ବର୍ଦ୍ଧିତ ମୂଲ୍ୟ ଓ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରସଙ୍ଗରେ ଗୃହ ମୁଲତବୀ ଫଳରେ ଚର୍ଚ୍ଚିତ ପ୍ରସଙ୍ଗ ସବୁ ଆଲୋଚନାରେ ସ୍ଥାନୀତ ହୋଇ ପାରି ନଥିଲା। ଆଗାମୀ ଅଧିବେଶନରେ ଓବିସିଙ୍କୁ ରାଷ୍ଟ୍ରୀୟ ଆୟୋଗରେ ସାମ୍ବିଧାନିକ ମାନ୍ୟତା, ତିନି ତାଲାକ ଓ ଟ୍ରାନ୍ସଜେଣ୍ଡାର ବିଲ ଉପରେ ସମସ୍ତଙ୍କ ନଜର ରହିଛି।
ଆଗାମୀ ଅଧିବେଶନରେ ମଧ୍ୟ ବିପକ୍ଷ ମୋଦି ସରକାରଙ୍କୁ ଆକ୍ରମଣ କରିବାର ସମ୍ଭାବନା ରହିଛି। କାଶ୍ମୀରରେ ଘଟିଯାଇଥିବା ଘଟଣାକ୍ରମ ଏହି ଆକ୍ରମଣର ଅନ୍ତର୍ଭୁକ୍ତ।

kalyan agarbati
Leave A Reply