ଜେଡିୟୁ-ବିଜେପି ମେଣ୍ଟକୁ ନେଇ ଆରୋପ ପ୍ରତ୍ୟାରୋପ

0

ପାଟନା: ୨୦୧୯ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସେମାନଙ୍କ ରଣନୀତିକୁ ନେଇ ଆରୋପ ପ୍ରତ୍ୟାରୋପ ଆରମ୍ଭ କରି ଦେଇଛନ୍ତି। ଏହି ପ୍ରକ୍ରିୟା ଏନଡିଏ ମଧ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଆସନକୁ ନେଇ ଆରୋପ ପ୍ରତ୍ୟାରୋପରେ ସବୁଠାରୁ ଆଗରେ ରହିଛି ବିହାର ରାଜନୀତି। ବିହାରରେ ଜେଡିୟୁ ଓ ବିଜେପି ମେଣ୍ଟକୁ ନେଇ ଉଭୟ ଦଳର ନେତୃମଣ୍ଡଳୀ ଆରୋପ ପ୍ରତ୍ୟାରୋପ ସର୍ବସାଧାରଣରେ କରିବା ଆରମ୍ଭ କରିଦେଇଛନ୍ତି। ଜେଡିୟୁ ଆଗାମୀ ଲୋକସଭା ନିର୍ବାଚନରେ ଅନ୍ତତଃପକ୍ଷେ ୨୫ଟି ଆସନରେ ନିଜ ପ୍ରାର୍ଥୀଙ୍କୁ ଛିଡ଼ା କରିବାକୁ ଚାହୁଁଛି। ଏହା ଦ୍ୱାରା ବିହାର ପରି ରାଜ୍ୟରେ ଜେଡିୟୁ ସବୁଠାରୁ ବଡ଼ ଦଳ ଭାବରେ ପ୍ରମାଣିତ କରିବାକୁ ମନ ବଳାଇଛି। ଅପରପକ୍ଷରେ ବିହାର ପରି ରାଜ୍ୟରେ ଯେତେ ସମ୍ଭବ ଅଧିକ ଲୋକସଭା ଆସନ ଜିତିବାକୁ ବିଜେପି ଲକ୍ଷ ରଖିଛି। ବିଧାନସଭା ନିର୍ବାଚନ ଅପେକ୍ଷା ଲୋକସଭା ନିର୍ବାଚନରେ ନିଜ ସ୍ଥିତିକୁ ସୁଦୃଢ ରଖିବା ବିଜେପି ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜରେ ପରିଣତ ହେବାରେ ଲାଗିଛି।
ବିଜେପି ପକ୍ଷରୁ ବିଗତ ଦିନରେ ନୋଟବନ୍ଦୀକୁ ଅନ୍ୟାନ୍ୟ ବିରୋଧୀ ଦଳ ସମାଲୋଚନା କରିଥିଲେ ମଧ୍ୟ ବିହାର ପରି ରାଜ୍ୟ ମୁଖିଆ ନୀତିଶ କୁମାର ବେଶ୍‍ ପ୍ରଶଂସା କରିଥିଲେ। ତେବେ ଆରଜେଡି ସହ ମେଣ୍ଟ ଭାଙ୍ଗି ଏନଡିଏରେ ସାମିଲ ହେବା ପରେ ନୀତିଶ ତାଙ୍କ ସ୍ୱର ମଧ୍ୟ ବଦଳାଇ ନୋଟବନ୍ଦୀ ଦ୍ୱାରା ଦେଶବାସୀ ଉପକ୍ରୃତ ହୋଇ ପାରି ନାହାନ୍ତି ବୋଲି ପାଲଟା ମତବ୍ୟକ୍ତ କରିଛନ୍ତି। ସେହିପରି ସଡ଼କ ନିର୍ମାଣ ପାଇଁ କେନ୍ଦ୍ର ବିହାର ସରକାରଙ୍କୁ ସର୍ବାଧିକ ଟଙ୍କା ଦେଇଥିବାବେଳେ ଏହାକୁ ନୀତିଶ ସରକାର ବିରୋଧ କରି ପାଲଟା ପ୍ରେସ ବିଜ୍ଞପ୍ତି ଜାରି କରିଦେଇଛି। ଏଥିରେ କେନ୍ଦ୍ର ରାଜ୍ୟକୁ ଦେଇଥିବା ଅନୁଦାନ ପର୍ଯ୍ୟାପ୍ତ ନୁହେଁ ବୋଲି ନୀତିଶ ସରକାର ଦାବି କରିଛି। ସେହିପରି ଗଙ୍ଗା ସଫେଇ ନାମରେ କେନ୍ଦ୍ରର ପ୍ରୟାସକୁ ନୀତିଶ ସମାଲୋଚନା କରିବା ସହ ଏହାକୁ ଏକ ବିଫଳ ଯୋଜନା ବୋଲି ପାଲଟା ଆକ୍ରମଣ କରିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ନୀତିଶଙ୍କ ଏଭଳି ପଟ୍ଟ ପରିବର୍ତ୍ତନ ବିଜେପିକୁ ବେଶ୍‍ ଅଡ଼ୁଆରେ ପକାଇଛି ନିଶ୍ଚୟ। ସେହିପରି ଫସଲ ବୀମାକୁ ନେଇ ପ୍ରଧାନମନ୍ତ୍ରୀ ବେଶ୍‍ ଆଶାବାଦୀ ରହିବା ସହ ଏହାକୁ କୃଷକଙ୍କ ବଡ଼ ସଫଳତା ବୋଲି ପ୍ରଚାର କରୁଥିବାବେଳେ ନୀତିଶ ସରକାର ଏହାକୁ ଏକ ପଥଭ୍ରଷ୍ଟ ଯୋଜନା ବୋଲି ମନ୍ତବ୍ୟ ଦେଇଛନ୍ତି।

Leave A Reply