nua o banner

କ୍ୱାରେଣ୍ଟିନ କେନ୍ଦ୍ର ପରିଦର୍ଶନ କଲେ ବିଶେଷଜ୍ଞ ଦଳ

BJD Bijuli 480×75 Mob

ସମାଜ ପୋର୍ଟାଲ ଡେସ୍କ: ପ୍ରତିରକ୍ଷା ମନ୍ତ୍ରଣାଳୟ, ବିଏମସି, ଏମ୍ସ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଏକ ଟିମ୍ ଭୁବନେଶ୍ୱର ସହରାଞ୍ଚଳରେ କରନା ସ୍ଥିତିର ଆକଳନ କରିବାକୁ କେତେକ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଟିମ୍ ରେସିଡେଣ୍ଟ ୱେଲଫେୟାର ଆସୋସିଏସନ ସଦସ୍ୟ ଏବଂ ନୀରିକ୍ଷଣକାରୀ ଦଳ ସହିତ ଆଲୋଚନା କରିବା ସହ ଷ୍ଟିକରିଂ ସହିତ ହୋମ କ୍ୱାରେଣ୍ଟିନ ମନିଟରିଂ ଯାଞ୍ଚ କରିଥିଲେ।

ଏହି ଟିମରେ ସମନ୍ୱୟ ଏବଂ ଯୋଜନା ଯୁଗ୍ମ ସଚିବ ବିଶାଲ ଗଗନ, ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ କମିଶନର, ଏମ୍ସ ଏବଂ ରାଜ୍ୟ ସରକାରଙ୍କ ଡାକ୍ତର ତଥା ପ୍ରତିରକ୍ଷା ମନ୍ତ୍ରାଳୟର ଏକ ଦଳ କ୍ୱାରେଣ୍ଟିନ କେନ୍ଦ୍ର ପରିଦର୍ଶନ କରିଛନ୍ତି। ବିଏମସି କହିଛି, ଏହି ଟିମ୍ ପରିଦର୍ଶନ ସମୟରେ କୋଭିଡ ସଚେତକମାନଙ୍କ ସଚେତନତା କାର୍ଯ୍ୟକ୍ରମ ନୀରିକ୍ଷଣ କରିଥିଲେ।

Comments are closed.