ମେସିଙ୍କ ପରାଜୟରେ ଭାରତୀୟ ପ୍ରଶଂସକଙ୍କ ଆତ୍ମହତ୍ୟା
ନୂଆଦିଲ୍ଲୀ: ଫୁଟବଲ ବିଶ୍ୱକପ୍ରେ ଆର୍ଜେଣ୍ଟିନାର ଖରାପ ପ୍ରଦର୍ଶନ ଭାରତୀୟ ଯୁବକଙ୍କୁ ଏତେ ମାତ୍ରାରେ ବିଚଳିତ କରିଥିଲା ଯେ, ଶେଷରେ ସେ ଆତ୍ମହତ୍ୟା କରିଛନ୍ତି। କେରଳର କୋଟୟମ ନିବାସୀ ୩୦ବର୍ଷିୟ ଦୀନୁ ଏଲେକ୍ସ ପାଖରେ ଥିବା ଏକ ନଦୀରେ ଆତ୍ମହତ୍ୟା କରିଛନ୍ତି। ଦୀନୁର ମୃତଦେହକୁ ମୀନାଚିଲ ନଦୀରୁ ଉଦ୍ଧାର କରିଛି ସ୍ଥାନୀୟ ପୁଲିସ। ପରିବାରବର୍ଗଙ୍କ ଅନୁଯାୟୀ ଦୀନୁ ଆର୍ଜେଣ୍ଟିନା ଦଳର ଲିୟୋନେଲ ମେସିଙ୍କ ଜବରଦସ୍ତ ପ୍ରଶଂସକ ଥିଲା। ଗୁରୁବାର କ୍ରୁଏଶିୟାଠାରେ ହୋଇଥିବା ମ୍ୟାଚରେ ଆର୍ଜେଣ୍ଟିନର ବିଜୟକୁ ନେଇ ଦୀନୁ ସମ୍ପୂର୍ଣ୍ଣ ନିଶ୍ଚିତ ଥିଲା। ଏହି ମ୍ୟାଚରେ ଆର୍ଜେଣ୍ଟିନା ଜିତିବ ଓ ମେସିଙ୍କ ଏଥିରେ ପ୍ରମୁଖ ଭୂମିକା ରହିବ ବୋଲି ଦୀନୁ ସମସ୍ତଙ୍କୁ କହିଥିଲେ। ହେଲେ କ୍ରୁଏଶିୟା ୩-୦ରେ ଆେର୍ଜଣ୍ଟିନାକୁ ପରାଜିତ କରିଦେଲା। ମ୍ୟାଚର ଏଭଳି ପରିଣାମରେ ଆହତ ଦୀନୁ ଏକ ନୋଟ୍ ଲେଖି ଘର ଚାଡ଼ି ଦେଇଥିଲେ। ମ୍ୟାଚ ପରିଣାମ ତାଙ୍କୁ ବ୍ୟାଥିତ କରିଛି ଓ ସେ ଆଉ ବଞ୍ôଚବାକୁ ଚାହୁଁ ନାହାନ୍ତି ବୋଲି ନୋଟରେ ଉଲ୍ଲେଖ କରିଥିଲେ। ଦୀନୁକୁ ପରିବାରବର୍ଗ ନପାଇ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ସନ୍ଧାନୀ କୁକୁର ସହଯୋଗରେ ଦୀନୁ ନିକଟସ୍ଥ ମୀନାଚିଲ ନଦୀ ପାଶ୍ୱର୍ ପର୍ଯ୍ୟନ୍ତ ଯାଇଥିବା ଜଣା ପଡ଼ିଥିଲା। ଦୀର୍ଘ ୨ଦିନ ଖୋଜାଖୋଜି କରିବା ପରେ ପୁଲିସକୁ ନଦୀ ଭିତରୁ ଦୀନୁର ମୃତଦେହ ମିଳିଥିଲା।