www.samajalive.in
Sunday, December 14, 2025
14.1 C
Bhubaneswar

ବ୍ରଏଲର ବଜାରରେ ନିଆଁ ; ମାର୍ଚ୍ଚରେ ମାଗଣା, ମଇ ଏବଂ ଜୁନରେ ଦୁଇଶହ ପାର

ପାଟଣା : କରୋନା କଟକଣା ଦେଶରେ ପ୍ରଥମ ଦଫା ଲକଡାଉନ ଘୋଷଣା ପରେ ପରେ ବ୍ରଏଲର ଯୋଗୁଁ କରୋନା ସଂକ୍ରମଣ ଆଶଙ୍କା ଥିବା ଗୁଜବ କାରଣରୁ ବ୍ରଏଲର ବଜାରରେ ପାଣି ପଶିଯାଇଥିଲା । ଲୋକେ ବ୍ରଏଲର ଦେଖିଲେ ଦୂରେଇବା ଆରମ୍ଭ କରିବାରୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ମାଛ, ମାଂସ ଓ ବ୍ରଏଲର ଯୋଗୁଁ କରୋନା ବ୍ୟାପେ ନାହିଁ ବୋଲି ସ୍ପଷ୍ଟୀକରଣ ରଖିବା ସତ୍ୱେ ବ୍ରଏଲର ବିକ୍ରିରେ ଭଟ୍ଟା ପଡିଗଲା । ଏପରିକି ବ୍ରଏଲର ଉତ୍ପାଦନକାରୀ ଓ ବିକ୍ରୟକାରୀଙ୍କ ପକ୍ଷରୁ ବ୍ରଏଲର ଗୋଟା ପିଛା ଦଶ ଟଙ୍କାରୁ ୨୦ ଟଙ୍କା ଦରରେ ଏପରିକି ଲୋକମାନଙ୍କୁ ମାଗଣା ମଧ୍ୟ ଦେଇ ଦିଆଯାଇଥିଲା । ବହୁ ଅଭାବୀ ଓ ଗରିବ ପରିବାର ନାମମାତ୍ର ମୂଲ୍ୟରେ ବ୍ରଏଲର ନେଇ ଏହାର ଫାଇଦା ଉଠାଇଥିଲେ । ତେବେ ଚତୁର୍ଥ ପର୍ୟ୍ୟାୟ ଲକଡାଉନ ବେଳକୁ ହଠାତ ବ୍ରଏଲରର ଚାହିଦା ବଢିବା ସହିତ ଦର ମଧ୍ୟ ହୁ ହୁ ହୋଇ ବଢିବାକୁ ଲାଗିଲା । ଯାହା ଏବେ ଯାଏ ଅବ୍ୟାହତ ରହିଛି । ବ୍ରଏଲର ଫାକ୍ଟ୍ରିରେ କମ ଉତ୍ପାଦନ କାରଣରୁ ଓ ପରିବହନ ସମସ୍ୟା ଯୋଗୁଁ ବ୍ରଏଲର ଦର ଉଚ୍ଚା ରହୁଥିବା ଦୋକାନୀ କହୁଛନ୍ତି । ଗତ ଫେବୃୟାରୀରେ ସ୍ଥାନ ବିଶେଷରେ କଟା ବ୍ରଏଲର କିଲୋ ପିଛା ୧୫୦ ଟଙ୍କାରୁ ୧୬୦ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ମଇ ଓ ଜୁନରେ ଏହି କଟା ବ୍ରଏଲର ଅଂଚଳରେ ୨୩୦ ଟଙ୍କାରୁ ୨୪୦ ଟଙ୍କା ଦରରେ ବିକ୍ରି ହେଉଛି । ପାଟଣା ଓ ଢେଙ୍କିକୋଟ ଅଂଚଳରେ ଗୋଟା ବ୍ରଏଲର କିଲୋ ପିଛା ୧୫୦ ଟଙ୍କାରୁ ୧୬୦ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ କଟା ବ୍ରଏଲର ୨୪୦ ଟଙ୍କା କିଲୋ ପିଛା ବିକ୍ରି ହେଉଛି । ବ୍ରଏଲରର ଚଢାଦର ଯୋଗୁଁ ବିକ୍ରି ପରିମାଣ ମଧ୍ୟ କମ ରହୁଥିବା ବେଳେ ସଂପ୍ରତି ସୋସିଆଲ ମିଡିଆରେ ଆମେରିକୀୟ ବୈଜ୍ଞାନିକ ଗ୍ରେଗରଙ୍କ ବ୍ରଏଲର ଯୋଗୁଁ ଅଧିକ ଶକ୍ତିଶାଳୀ ଭାଇରସର ସୃଷ୍ଟି ହେବ ଓ ଏହା ବିଶ୍ୱରୁ ଅଧା ଜନସଂଖ୍ୟା କମାଇବାର କାରଣ ହେବା ଆଶଙ୍କା ଖବର ଘୁରିବୁଲୁଥିବା ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ବ୍ରଏଲର କୁ ନେଇ ଛନକା ଆରମ୍ଭ ହୋଇଗଲାଣି । ଏଭଳି ସ୍ଥିତିରେ ବୈଜ୍ଞାନିକଙ୍କ ଆଶଙ୍କା ଓ ବ୍ରଏଲରର ଚଢାଦର ବିକ୍ରି କ୍ଷେତ୍ରରେ ମାନ୍ଦାବସ୍ଥା ସୃଷ୍ଟି କରିଥିବା ଦେଖାଯାଇଛି ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories