ତାମିଲନାଡୁ ରାଜ୍ୟପାଳଙ୍କ ବିରୋଧରେ ଡିଏମ୍‍କେର ବିକ୍ଷୋଭ

0

ଚେନ୍ନଇ : ରାଜ୍ୟର ପ୍ରଶାସନିକ କାର୍ଯ୍ୟକାଳପରେ ତାମିଲନାଡୁ ରାଜ୍ୟପାଳଙ୍କ ଅହେତୁକ ହସ୍ତକ୍ଷେପ ପ୍ରତିବାଦରେ ବିରୋଧୀ ଦଳ ଡିଏମ୍‍କେ ପକ୍ଷରୁ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଘଟଣାରେ ଡିଏମ୍‍କେ କାର୍ଯ୍ୟକାରୀ ସଭାପତି ଏମ୍‍.କେ ଷ୍ଟାଲିନ୍‍ଙ୍କ ସହ ତାଙ୍କର ପ୍ରାୟ ୪୦୦ ସମର୍ଥକଙ୍କୁ ପୁଲିସ ଗିରଫ କରିଥିଲା। ପରେ ବ୍ୟକ୍ତିଗତ ମୂଚାଲିକାରେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ତିରୁଚିରାପଲ୍ଲୀଠାରେ ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ କଳାପତାକା ପ୍ରଦର୍ଶନ କରି ଡିଏମ୍‍କେର ୩୦୦ କର୍ମୀ ଗିରଫ ହୋଇଥିଲା। ଗିରଫ କର୍ମୀଙ୍କୁ ଛାଡ଼ିବା ପାଇଁ ସେମାନେ ବିକ୍ଷୋଭବେଳେ ଦାବି କରିଥିଲେ।

kalyan agarbati
Leave A Reply