ମାଓବାଦୀ, ଆତଙ୍କବାଦୀଙ୍କ ପ୍ରତି ରାହୁଲ ସହାନୁଭୂତି ଦେଖାଉଛନ୍ତି: ଅରୁଣ ଜେଟ୍‍ଲୀ

0

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମାଓବାଦୀ ଓ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରୁଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀ ତାଙ୍କର ଏକ ବ୍ଲଗ୍‍ରେ ଉଲ୍ଲେଖ କରି କଂଗ୍ରେସର ଚକ୍ଷୁଶୂଳ ପାଲଟିଛନ୍ତି। ଏହାକୁ ନେଇ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‍ ତାଙ୍କୁ ଶନିବାର କଡ଼ା ସମାଲୋଚନା କରିଛନ୍ତି। ଜେଟ୍‍ଲୀ ଶୁକ୍ରବାର ପ୍ରକାଶିତ ‘କିଏ ମାନବିକ ଅଧିକାର ପ୍ରତି ବିପଦ ସୃଷ୍ଟି କରିଛି?’ ଶୀର୍ଷକ ଏକ ବ୍ଲକ୍‍ରେ ଉଲ୍ଲେଖ କରିଥିଲେ ଯେ ବିଗତ ବର୍ଷଗୁଡିକରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି କାରଣରୁ କାଶ୍ମୀର ଉପତ୍ୟକାର ଅର୍ଥନୈତିକ ସ୍ଥିତି ଭୁଶୁଡି ପଡିଛି। ବିଗତ ଦିନରେ କଂଗ୍ରେସ ଏହି ସଂଗଠନଗୁଡିକୁ ବିରୋଧ କରିଆସିଥିଲେ ମଧ୍ୟ ଏମାନଙ୍କ ପ୍ରତି ବର୍ତ୍ତମାନ ଦଳର ଅଧ୍ୟକ୍ଷ ଥିବା ରାହୁଲଙ୍କ ମନରେ ସହାନୁଭୂତି ରହିଛି। ପାଶ୍ଚାତ୍ୟ ଦେଶ ସହିତ ଯୋଗାଯୋଗ ତଥା ରାହୁଲଙ୍କ ସହାନୁଭୂତି ଲାଭ ପୂର୍ବକ ଆତଙ୍କବାଦୀ ସଂଗଠନଗୁଡିକ ନିଜର ଆସୁରିକ ଚିନ୍ତାଧାରା ପ୍ରସାର କରିବାରେ ସଫଳ ହୋଇଛନ୍ତି ବୋଲି ଜେଟ୍‍ଲୀ ଉଲ୍ଲେଖ କରିଛନ୍ତି; କିନ୍ତୁ ଜେଟ୍‍ଲୀଙ୍କ ଏହି ମନ୍ତବ୍ୟକୁ କଂଗ୍ରେସ ନେତା ଚିଦମ୍ବରମ୍‍ ଖଣ୍ଡନ କରିଛନ୍ତି। କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ମାଓବାଦ ଏବଂ ଆତଙ୍କବାଦର ବିରୋଧୀ ବୋଲି ସେ ଦର୍ଶାଇଛନ୍ତି। ଏଥିସହ ଅତୀତରେ ଜାମ୍ମୁ-କାଶ୍ମୀରରେ କଂଗ୍ରେସ ନେତୃତ୍ୱାଧୀନ ସରକାର କିଭଳି ଆତଙ୍କବାଦର ମୁକାବିଲା କରିଛି ତାହା ସେ ପ୍ରକାଶ କରିଛନ୍ତି। ଉଲ୍ଲେଖ ଯେ ମାଓବାଦୀମାନେ କିଭଳି ରାଜ୍ୟସ୍ତରରେ ମାନବିକ ଅଧିକାର ସଂଗଠନ ପ୍ରସ୍ତୁତ କରି ଅସ୍ତ୍ରବିହୀନ ମାଓବାଦୀମାନଙ୍କୁ ନିଜ ସଂଗଠନର ମୁଖ୍ୟ କରିଛନ୍ତି ଏବଂ ଗୁପ୍ତରେ ମାଓ ନେତାମାନଙ୍କ ସହିତ ସମ୍ପର୍କ ରକ୍ଷା କରିଛନ୍ତି ତାହା ମଧ୍ୟ ତାଙ୍କ ବ୍ଲଗ୍‍ରେ ଜେଟ୍‍ଲୀ ଉପସ୍ଥାପନ କରିଛନ୍ତି। ଦେଶର ସୁରକ୍ଷା ନିମନ୍ତେ ଆତଙ୍କବାଦୀ ଏବଂ ମାଓବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିହାତି ଆବଶ୍ୟକ ବୋଲି ଜେଟ୍‍ଲୀ କଂଗ୍ରେସ ନେତା ଗୁଲାମନବି ଆଜାଦଙ୍କ ମନ୍ତବ୍ୟ ପରିପ୍ରେକ୍ଷୀରେ କହିଛନ୍ତି।

kalyan agarbati
Leave A Reply