ସଫ୍ଟୱେର ତ୍ରୁଟିରୁ ଏୟାର ଇଣ୍ଡିଆର ୨୩ଟି ବିମାନ ଉଡ଼ାଣରେ ବିଳମ୍ବ

0

ନୂଆଦିଲ୍ଲୀ : ସଫ୍ଟୱେର ତ୍ରୁଟି ଯୋଗୁଁ ଶନିବାର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦର ସମେତ ଅନ୍ୟ ବିମାନ ବନ୍ଦରଗୁଡ଼ିକରେ ଏୟାର ଇଣ୍ଡିଆର ୨୩ଟି ବିମାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ସଫ୍ଟୱେର ସମସ୍ୟା ଯୋଗୁଁ ବିମାନଗୁଡ଼ିକର ଉଡ଼ାଣରେ ୧୫ ମିନିଟରୁ ୩୦ ମିନିଟ ପର୍ଯ୍ୟନ୍ତ ବିଳମ୍ବିତ ହୋଇଛି ବୋଲି ଏୟାର ଇଣ୍ଡିଆର ଜଣେ ମୁଖପାତ୍ର ପ୍ରକାଶ କରିଛନ୍ତି। ଦିନ ୧ଟାରୁ ସାଢେ ୨ଟା ପର୍ଯ୍ୟନ୍ତ ସଫ୍ଟୱେର ସର୍ମ୍ପିତ ସମସ୍ୟା ଦେଖାଯାଇଥିଲା। ଫଳରେ ଚେକ୍‍ଇନ୍‍ ଏବଂ ଅନ୍ୟ ସେବାଗୁଡ଼ିକୁ ମାନୁଆଲି (ହାତରେ) କରିବାକୁ ପଡ଼ିଥିଲା। ଉଲ୍ଲେଖ ଯେ ଏୟାର ଇଣ୍ଡିଆର ସଫ୍ଟୱେର ସୀତା ନାମକ ଏକ ଅନ୍ତର୍ଜାତୀୟ ଆଇଟି ସେବାପ୍ରଦାନ କାରୀ ସଂସ୍ଥା ଦ୍ୱାରା ପରିଚାଳିତ ହେଉଛି। ‘ସୀତା’ ଯାତ୍ରୀଙ୍କ ଚେକ୍‍ଇନ୍‍, ବୋଡିଂ, ବ୍ୟାଗେଜ ଟ୍ରାକିଂ ଆଦି ସେବା ପ୍ରଦାନ କରୁଛି।

Leave A Reply