Patra electronics

ଶୁକ୍ରବାର ରାଶିଫଳ ( ୨୯। ୫। ୨୦୨୦)

ମେଷ: କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭ ହୋଇପାରେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପରୋପକାରୀ ହୋଇପାରନ୍ତି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ। ବ୍ୟବସାୟରୁ ପ୍ରଚୁର ଧନଲାଭ ହୋଇପାରେ।

ବୃଷ: ହାତରୁ ଖସି ଯାଉଥିବା କାର୍ଯ୍ୟକୁ ଆୟତ୍ତାଧୀନ କରିବାରେ ସକ୍ଷମ ହେବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ଉଦାର ପ୍ରକୃତିର ହେବେ। ଦାନ ଧର୍ମକୁ ଆଦରି ନେବେ। ବ୍ୟକ୍ତିତ୍ୱ ବିକଶିତ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। କୃଷି କାର୍ଯ୍ୟ ଉପରେ ଧ୍ୟାନ ଦେବେ।

ମିଥୁନ: ମନ ପ୍ରସନ୍ନ ରହିବ। ଧାର୍ମିକ ପ୍ରବୃତ୍ତିର ହେବେ। ସାହସୀ, ବନ୍ଧୁପ୍ରେମୀ ଓ ବିଦ୍ୱାନ୍‍ ହେବେ। ସାନଭାଇମାନଙ୍କଠାରୁ ଆଦର, ସମ୍ମାନ ମିଳିବ। ପୂଜା-ପାଠ କରିପାରନ୍ତି।

କର୍କଟ: ସୁଖ-ସମ୍ମାନ ଲାଭ କରିପାରନ୍ତି। ଭାଗ୍ୟଶାଳୀ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ରମାନଙ୍କଠାରୁ ସାହାଯ୍ୟ, ସମର୍ଥନ ପାଇ ଉପକୃତ ହେବେ।

ସିଂହ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ରୋଜଗାର ଯଥେଷ୍ଟ ହେବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ମାଲି-ମୋକଦ୍ଦମାରେ ବିଜୟୀ ହେବେ। ସୁସ୍ଥ ରହିବେ।

କନ୍ୟା: ମନ ପ୍ରସନ୍ନ ରହିବ। କର୍ମ ଚଞ୍ଚଳ ରହିବେ। ସାମୟିକ ଭାବେ ଏକାନ୍ତରେ ସମୟ ବିତାଇବାକୁ ଇଚ୍ଛା କରିବେ। ସ୍ନେହବୋଳା ଭାଷାରେ ପରକୁ ଆପଣାର କରିପାରନ୍ତି। ଖର୍ଚ୍ଚାନ୍ତ ହେବା ଆଶା କରାଯାଏ।

ତୁଳା: ସୁଖ-ସନ୍ତୋଷ ଲାଭ କରିବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ୱୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। କାର୍ଯ୍ୟକ୍ଷେତ୍ରରେ ଚଳଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଧନଲାଭ ହେବ।

ବିଛା: ଶ୍ରମ ସାର୍ଥକ ହେବ। କୁଳ ପ୍ରଦୀପ ହୋଇପାରନ୍ତି। ଚିତ୍ତ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପରିବାର ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ।

ଧନୁ: କର୍ମ ତତ୍ପର ରହିବେ। ଭାଗ୍ୟଶାଳୀ ହେବେ। ଭୋଗ ବିଳାସରେ ସମୟ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହୋଇପାରନ୍ତି।

ମକର: ଇଚ୍ଛା କରୁଥିବା କାର୍ଯ୍ୟ ହାତକୁ ଆସିପାରେ। ଭୋଜନରେ ଅଶାନ୍ତି ଉପୁଜି ପାରେ। ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ମିତ୍ରମାନେ କରଛଡ଼ା ଦେବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।

କୁମ୍ଭ: ସାଙ୍ଗ ସୁଖ ମିଳିପାରେ। ସମାଜ ସେବାରେ ନିଜକୁ ହଜାଇ ଦେଇପାରନ୍ତି। ସ୍ୱକର୍ମ ପାଇଁ ମନରେ ଅହଂଭାବ ଆସି ପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ପତ୍ନୀଙ୍କ ପରାମର୍ଶ ଲାଭଦାୟକ ହେବ।

ମୀନ: ଅସମାପ୍ତ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବାରେ ସକ୍ଷମ ହେବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ।

Comments are closed.