www.samajalive.in
Sunday, December 7, 2025
15.1 C
Bhubaneswar

ଶୁକ୍ରବାର ରାଶିଫଳ (୦୯-୧୦-୨୦୨୦)

ମେଷ: ସାଙ୍ଗଠନିକ କାର୍ଯ୍ୟରେ ନିୟୋଜିତ ହେବେ। ମନ ପ୍ରସନ୍ନ ରହିବ। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ମଧୁରଭାଷୀ ହେବେ। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ। ବନ୍ଧୁ ପ୍ରେମୀ ହେବେ।

ବୃଷ: କେତେକ ଘଟଣାରେ ନିର୍ଭରଶୀଳ ହୋଇପାରନ୍ତି; ତଥାପି ଭାଗ୍ୟଶାଳୀ ହେବେ। ସରଳ ପ୍ରକୃତିଯୁକ୍ତ ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ଅଧିକ ବିଦ୍ୟା ଅର୍ଜନ ପାଇଁ ନିରନ୍ତର ଉଦ୍ୟମ ଜାରି ରଖିବେ। ଧନାଗମ ସହିିତ ମିତ୍ର ସୁଖ ମିଳିବ।

- Advertisement -

ମିଥୁନ: ସୁଖ-ସମ୍ମାନ ଲାଭ କରିବେ। ପାରିବାରିକ କଲ୍ୟାଣ ଓ ବନ୍ଧୁ ଗହଣରୁ ଶୁଭେଚ୍ଛାର ସୁଅ ଛୁଟିବ। ଭଲ ଆୟ ହେବ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ସୁସ୍ଥ ଓ ନିରାମୟ ରହିବେ।

କର୍କଟ: କର୍ମକ୍ଷେତ୍ର ଅଗ୍ରଗାମୀ ହେବ। ପରିଶ୍ରମ ବୃଥା ହୋଇପାରେ। କର୍ମଚଞ୍ଚଳ ରହିବେ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ମଧୁର ଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି। ଖର୍ଚ୍ଚାନ୍ତ ହେବେ।

ସିଂହ: ବାଧା-ବିଘ୍ନକୁ ଏଡ଼ାଇ କାର୍ଯ୍ୟରେ ଅଗ୍ରଗତି ଘଟାଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜର୍ନ କରିବେ। କର୍ମଚଞ୍ଚଳ ରହିବେ। ସରକାରଙ୍କ କୃପାପାତ୍ର ହେବେ। ରୋଜଗାରୀ ହେବେ। ଅର୍ଥ ମିଳିବ।

କନ୍ୟା: ଶୁଭ କାର୍ଯ୍ୟ ପାଇଁ ଚଳଚଞ୍ଚଳ ରହିବେ। କୁଳ ଉଜ୍ଜ୍ୱଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହୋଇପାରନ୍ତି। ପାରିବାରିକ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ।

ତୁଳା: ସେବା ଧର୍ମକୁ ଆଦରି ନେଇ ପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗୀ ଓ ବିଳାସୀ ହେବେ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। ବିଦ୍ୱାନ୍‍ ବ୍ୟକ୍ତିଭାବେ ପରିଚିତ ହେବେ।

ବିଛା: ମନ ଦୁର୍ବଳ ରହିଲେ ବି; ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସ୍ୱାଭିମାନୀ ହେବା ଆଶା କରାଯାଏ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବେ। ଅଷ୍ଟମଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।

ଧନୁ: ନିର୍ଲୋଭୀ ହେବେ। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବର ହୋଇପାରନ୍ତି। ମନରେ ସାମୟିକ ଭାବେ ଅହଂଭାବ ଉଦ୍ରେକ ହୋଇପାରେ। ଧୈର୍ଯ୍ୟବାନ୍‍ ହେବା ଆଶା କରାଯାଏ। ପତ୍ନୀଙ୍କ ସହଯୋଗ ଉପାଦେୟ ହେବ।

ମକର: ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ହାତ ଦେବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। ଆଶ୍ୱସ୍ତ ହେବେ।

କୁମ୍ଭ: ନିର୍ଭରଶୀଳ ନ ହୋଇ ନିଜ ବୁଦ୍ଧି ବଳରେ କାର୍ଯ୍ୟ ସଂପାଦନ କରିବେ। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ପ୍ରବାହିତ ହେବ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ନିର୍ଭୀକ ହେବେ।

ମୀନ: ଉଦାର ସ୍ୱଭାବର ହୋଇପାରନ୍ତି। ଦାନଶୀଳ ହେବେ। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ସ୍ୱାସ୍ଥ୍ୟ ଅତୁଟ ରହିବ। କୃଷି କର୍ମକାରୀ ହେବେ। ଜଳପ୍ରତି ଆଦର, ପ୍ରେମୀ ଓ ବୁଦ୍ଧିମାନ ହେବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories