www.samajalive.in
Sunday, December 7, 2025
18.1 C
Bhubaneswar

ସନ୍‍ରାଇଜର୍ସର ତୃତୀୟ ବିଜୟ; ପଞ୍ଜାବର ୫ମ ପରାଜୟ

ଦୁବାଇ: ଚଳିତ ଆଇପିଏଲ୍‍ରେ ୬ଷ୍ଠ ମ୍ୟାଚ୍‍ରେ ୫ମ ପରାଜୟ ଭୋଗିଛି କିଙ୍ଗ୍‍ସ ଏକାଦଶ ପଞ୍ଜାବ। ଗୁରୁବାର ଖେଳା ଯାଇଥିବା ମ୍ୟାଚ୍‍ରେ ପଞ୍ଜାବକୁ ବିପୁଳ ୬୯ ରନ୍‍ ବ୍ୟବଧାନରେ ସନ୍‍ରାଇଜର୍ସ ହାଇଦରାବାଦ ପରାସ୍ତ କରିଛି। ଜନି ବେୟ।ରଷ୍ଟୋ ଓ ଡେଭିଡ୍‍ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ ବଳରେ ସନ୍‍ରାଇଜର୍ସ ୬ ୱିକେଟ ହରାଇ ୨୦୧ ରନ୍‍ କରିଥିଲା। ପରେ ନିକୋଲାସ୍‍ ପୁରନ୍‍ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ତ୍ବେ ପଞ୍ଜାବ ୧୬.୫ ଓଭରରେ ୧୩୨ ରନ୍‍କରି ର୍ଅଲ୍‍ଆଉଟ ହୋଇଥିଲା। ୬ଷ୍ଠ ମ୍ୟାଚ୍‍ରେ ୩ୟ ବିଜୟ ସହ ସନ୍‍ରାଇଜର୍ସ ହାଇଦରାବାଦ ଟେବୁଲ୍‍ର ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ଗୋଟିଏ ବିଜୟ ସହ ପଞ୍ଜାବ ସର୍ବନିମ୍ନ ସ୍ଥାନରେ ରହିଛି।
ଟସ୍‍ ଜିତି ସନ୍‍ରାଇଜର୍ସ ହାଇଦରାବାଦ ବ୍ୟାଟିଂ ନେଇଥିଲା। ଆରମ୍ଭରୁ ସନ୍‍ରାଇଜର୍ସର ଦୁଇ ଓପ୍‍ନର ଡେଭିଡ୍‍ ୱାର୍ଣ୍ଣର ଓ ଜନି ବେୟ।।ରଷ୍ଟୋ ପଞ୍ଜାବର ବୋଲିଂ ଉପରେ ବର୍ଷିଥିଲେ। ୬ ଓଭରର ପାୱରପ୍ଲେରେ ସନ୍‍ରାଇଜର୍ସ ହାଇଦରାବାଦ ୫୮ ରନ୍‍ କରିଥିଲା। ବାମହାତି ୱାର୍ଣ୍ଣରଙ୍କ ଅପେକ୍ଷା ବେୟାରଷ୍ଟୋ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ୨୮ ବଲ୍‍ରେ ବେୟ।।ରଷ୍ଟୋ ଅର୍ଦ୍ଧଶତକ ପୂରଣ କରିଥିବା ବେଳେ ୫୦ ରନ୍‍ରେ ପହଞ୍ଚିବା ଲାଗି ଅଧିନାୟକ ୱାର୍ଣ୍ଣର ୩୭ଟି ବଲ୍‍ ନେଇଥିଲେ। ୧୫ ଓଭରରେ ୧୬୦ ରନ୍‍ର ଭାଗିଦାରୀ ପରେ ୧୬ଶ ଓଭରରେ ପ୍ରଥମ ୪ଟି ବଲ୍‍ରେ ଉଭୟ ୱାର୍ଣ୍ଣର ଓ ବେୟ।।ରଷ୍ଟୋଙ୍କୁ ଆଉଟ୍‍ କରି ଦେଇଥିଲେ ଯୁବ ଲେଗ୍‍ସ୍ପିନର ରବି ବିଷ୍ଣୋଇ। ପ୍ରଥମ ବଲ୍‍ରେ ୱାର୍ଣ୍ଣର ୪୦ ବଲ୍‍ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୫୨ ରନ୍‍କରି ଆଉଟ ହୋଇଥିଲେ। ୩ଟି ବଲ୍‍ ପରେ ମାତ୍ର ୩ ରନ୍‍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ ବେୟ।।ରଷ୍ଟୋ। ଇଂଲଣ୍ଡର ଓପ୍‍ନର ବେୟାରଷ୍ଟୋ ବିସ୍ଫୋରକ ଇନିଂସ ଖେଳି ୫୫ ବଲ୍‍ରୁ ୬ଟି ଛକା ଓ ୭ଟି ଚୌକା ସହ ୯୭ ରନ୍‍କରି ଆଉଟ ହୋଇଥିଲେ। ମନୀଷ ପାଣ୍ଡେ ୧, ଅବ୍‍ଦୁଲ ସମାଦ୍‍ ୮ ଓ ପ୍ରିୟମ୍‍ ଗର୍ଗ ବିନା ସ୍କୋର୍‍ରେ ଆଉଟ ହୋଇଥିଲେ। ଅଭିଷେକ ଶର୍ମା ୧୨ ରନ୍‍ କରିଥିବା ବେଳେ କେନ୍‍ ୱିଲିୟମ୍‍ସନ ୨୦ ରନ୍‍ରେ ଅପରାଜିତ ଥିଲେ। ଶେଷ ୫ ଓଭରରୁ ସନ୍‍ରାଇଜର୍ସ ୪୧ ରନ୍‍ ଯୋଡ଼ି ୬ଟି ୱିକେଟ୍‍ ହରାଇଥିଲା। ରବି ବିଷ୍ଣୋଇ ୩ଟି ଓ ଅର୍ଶଦୀପ ସିଂହ ୨ଟି ୱିକେଟ ନେଇଥିଲେ।
୨୦୨ ରନ୍‍ ଲକ୍ଷ୍ୟର ପିଛାକରିବା ପାଇଁ କିଙ୍ଗ୍‍ସ ଏକାଦଶ ପଞ୍ଜାବକୁ ବଡ଼ ଓପ୍‍ନିଂ ଭାଗିଦାରୀର ଆବଶ୍ୟକତା ଥିବା ବେଳେ ଫର୍ମରେ ଥିବା ମୟଙ୍କ ଅଗ୍ରୱାଲ ୨ୟ ଓଭରରେ ୯ ରନ୍‍କରି ରନ୍‍ଆଉଟ ହୋଇଥିଲେ। ପ୍ରଥମ ଆଇପିଏଲ୍‍ ମ୍ୟାଚ୍‍ ଖେଳିଥିବା ପ୍ରଭସିମ୍ରନ୍‍ ସିଂହ ୧୧ ରନ୍‍କରି ଆଉଟ ହୋଇଥିଲେ। ୬ ଓଭରର ପାୱରପ୍ଲେରେ ପଞ୍ଜାବ ୪୫ ରନ୍‍ କରିଥିଲା। ୭ମ ଓଭରରେ ପଞ୍ଜାବକୁ ଶକ୍ତ ଝଟ୍‍କା ଲାଗିଥିଲା। ଅଧିନାୟକ କେ.ଏଲ୍‍. ରାହୁଲ ୧୧ ରନ୍‍କରି ବିଦାୟ ନେଇଥିଲେ। ୫୮ ରନ୍‍ରେ ୩ଟି ୱିକେଟ ପଡ଼ିଯିବା ସତ୍ତ୍ବେ ନିକୋଲାସ୍‍ ପୁରନ୍‍ ବାଉଣ୍ଡରୀ ବର୍ଷାକରି ମାତ୍ର ୧୭ ବଲ୍‍ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଗ୍ଲେନ୍‍ ମ୍ୟାକ୍ସୱେଲ ପୁଣି ବିଫଳ ହୋଇ ୭ ରନ୍‍କରି ଆଉଟ ହୋଇଥିଲେ। ୫ମ ବ୍ୟାଟ୍‍ସମ୍ୟାନ୍‍ ଭାବେ ଆଉଟ ହୋଇଥିବା ମନଦୀପ ସିଂହ ୬ ରନ୍‍ କରି ପାରିଥିଲେ। ଶେଷ ୬ ଓଭରରୁ ପଞ୍ଜାବ ୭୬ ରନ୍‍ ଆବଶ୍ୟକ କରୁଥିବା ବେଳେ ଏକମାତ୍ର ବିଶେଷଜ୍ଞ ବ୍ୟାଟ୍‍ସମ୍ୟାନ୍‍ ନିକୋଲାସ୍‍ ପୁରନ୍‍ ଆଉଟ୍‍ ହେବା ଯୋଗୁଁ ପଞ୍ଜାବର ବିଜୟ ଆଶା ମଉଳି ଯାଇଥିଲା। ବାମହାତି ପୁରନ୍‍ ୩୭ ବଲ୍‍ରୁ ୭ଟି ଛକା ଓ ୫ଟି ଚୌକା ସହ ୭୭ ରନ୍‍ କରିଥିଲେ। ୨୭ ରନ୍‍ରେ ପଞ୍ଜାବ ଶେଷ ୭ଟି ୱିକେଟ ହରାଇଥିଲା। ରାସିଦ୍‍ ଖାଁ ୩ଟି ଏବଂ ଖଲିଲ ଅହମ୍ମଦ ଓ ଟି. ନଟରାଜନ୍‍ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories