www.samajalive.in
Saturday, December 6, 2025
23.1 C
Bhubaneswar

ଶୁକ୍ରବାର ରାଶିଫଳ (୨୩-୧୦-୨୦୨୦)

ମେଷ: କାର୍ଯ୍ୟରେ ସଫଳତା ଲାଭ କରିବେ। ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତି। କଳ୍ପନା ବିଳାସୀ ହେବେ। ସମାଜ ସେବା ପ୍ରତି ମନ ବଳିବ। ଶାସ୍ତ୍ର ବିଶାରଦର ପରିଚୟ ସୃଷ୍ଟି କରିବେ। ସରକାରୀ ଅର୍ଥ ମିଳିବ। ଗୁଣଜ୍ଞ ହେବେ।

ବୃଷ: ସୁସମ୍ବାଦ ଶୁଣି ଖୁସି ହେ​‌​‌ବେ। ସମସ୍ୟାର ସମାଧାନ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। କର୍ତ୍ତବ୍ୟନିଷ୍ଠ ହେବେ। ଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ।

- Advertisement -

ମିଥୁନ: ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସ୍ୱାଭିମାନୀ ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ। ଖର୍ଚ୍ଚାନ୍ତ ଯୋଗ ଅଛି। ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।

କର୍କଟ: ବନ୍ଧୁ ମିଳନ ଘଟିପାରେ। ସତ୍‍ସଙ୍ଗରେ ଯୋଗଦାନ କରିପାରନ୍ତି। ପଡ଼ୋଶୀଙ୍କ ସହିତ ସଦ୍‍ଭାବନାରେ ଚଳିବେ। ଯଶସ୍ୱୀ ହୋଇପାରନ୍ତି। ଶୁଭକର୍ମ ପାଇଁ ସମୟ ଅନୁକୂଳ ରହିଛି। ସଂଯମୀ ନ ହେଲେ ଅସୁବିଧାରେ ପଡ଼ିପାରନ୍ତି।

ସିଂହ: ରଜତ ଧନ ଦ୍ୱାରା ଧନଶାଳୀ ହେବେ। ରସିକତାରୁ ବାଚାଳତା ଦେଖା ଦେଇପାରେ। ପୁତ୍ର ସୁଖ ମିଳିପାରେ। ଜିତେନ୍ଦିୟ ହୋଇପାରନ୍ତି। ପ୍ରବଳ ପରାକ୍ରମୀ ହେବେ। ଘାତଚନ୍ଦ୍ର ଭୋଗ ହେତୁ ଯାନବାହନରେ ସତର୍କ ରହିବେ।

କନ୍ୟା: ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି। ଧର୍ମକାର୍ଯ୍ୟରେ ମନୋନିବେଶ କରିବେ। ଉନ୍ନତମାନର କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ।

ତୁଳା: ଶତ୍ରୁଭାବ ବୃଦ୍ଧି ହୋଇପାରେ; ମାତ୍ର ଅନିଷ୍ଟ ହେବ ନାହିଁ। ଅଗ୍ନିମାନ୍ଦ୍ୟ ଜନିତ ସାମୟିକ କଷ୍ଟ ଭୋଗ କରିପାରନ୍ତି। ରାଜପୂଜ୍ୟ ହେବେ। ନିଜ ଅଞ୍ଚଳରେ ନ ହେଲେ ବି ଅନ୍ୟତ୍ର ବହୁ ପୂଜ୍ୟ ହେବେ। ରୁଚିକର ଖାଦ୍ୟ ମିଳିବ।

ବିଛା: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଦେବକାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଆଶ୍ୱସ୍ତି ମିଳିବ। ପରୀକ୍ଷା କ୍ଷେତ୍ରରେ କୃତକାର୍ଯ୍ୟ ହେବେ।

ଧନୁ: କର୍ମଚଞ୍ଚଳ ହେବେ। ବାଣିଜ୍ୟ କାରବାରର ସୁପରିଚାଳନା କରିପାରନ୍ତି। ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ। ବିଭିନ୍ନ ଦିଗରୁ ଧନାଗମ ହେବେ। ଲୁହା ବ୍ୟବସାୟ ଲାଭଜନକ ହେବ। କାର୍ଯ୍ୟ ଉତ୍ସାହବୋଧ ହେବ।

ମକର: ଶ୍ରୀଚନ୍ଦ୍ର ଭୋଗ ହେତୁ ସୁସ୍ୱାଦୁ ଭୋଜନ ମିଳିବ। ଆୟ ଆଶାନୁରୂପ ହେବ। ବିଭିନ୍ନ ସ୍ତରରୁ ସହଯୋଗ ପାଇବେ। ନିଜର ବୈଶିଷ୍ଟ୍ୟ ପ୍ରକାଶ କରିପାରନ୍ତି। ଆନନ୍ଦ ଉଲ୍ଲାସ ଲାଗି ରହିବ। ଦେବଦର୍ଶନର ସୌଭାଗ୍ୟ ଅଛି।

କୁମ୍ଭ: ବଡ଼ ସମସ୍ୟାର ସମାଧାନ କରି ପ୍ରଶଂସାର ପାତ୍ର ହେବେ। ବେଳେ ବେଳେ ମନ ଅସ୍ଥିର ରହିପାରେ। ମାନ୍ୟତା ପ୍ରାପ୍ତ ହେବେ। ଖର୍ଚ୍ଚର ପରିମାଣ ବୃଦ୍ଧି ହୋଇପାରେ। ମନ ଭୁଲା ସରସ ସୁନ୍ଦର କଥାରେ ପରକୁ ଆପଣାର କରିବେ।

ମୀନ: ମନ ପ୍ରସନ୍ନ ରହିବ। ଆୟ ବୃଦ୍ଧିର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ପୁଣ୍ୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories