ମୁମ୍ବଇ: ବଲିଉଡ଼ ବାଦଶାହ ଶାହରୁଖ ଖାନ୍ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣିଥରେ ବଡ଼ ପରଦାରେ ଧମାଲ୍ କରିବାକୁ ପ୍ରସ୍ତୁତ। ୨୦୧୮ରେ ମୁକ୍ତିଲାଭ କରିଥିବା ‘ଜିରୋ’ ଫିଲ୍ମ ପରେ ରୂପେଲୀ ପରଦାରୁ ଦୂରେଇ ଯାଇଥିବା କିଙ୍ଗ୍ ଖାନ୍ ଖୁବଶୀଘ୍ର ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ପଠାନ୍’ର ଶୁଟିଂ ଆରମ୍ଭ କରିବେ। ମିଳିଥିବା ସୂଚନା ଅନୁସାରେ, ନଭେମ୍ବର ମାସରୁ ସେ ଏହି ଫିଲ୍ମର ଶୁଟିଂ ଆରମ୍ଭ କରିବେ।
ଏହି ଫିଲ୍ମର ଶୁଟିଂ ୨ ଭାଗରେ ହେବ। ନଭେମ୍ବର ଓ ଡିସେମ୍ବରରେ ଶାହରୁଖ ଏକା ଶୁଟିଂ କରିବେ। ନୂଆବର୍ଷ ଛୁଟିପରେ ପୂରା ଟିମ୍ ଶୁଟିଂ କରିବେ। ଏହି ଫିଲ୍ମରେ ଶାହରୁଖଙ୍କ ସହିତ ଦୀପିକା ପାଦୁକୋନ ଓ ଜନ ଇବ୍ରାହିମଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏହି ଫିଲ୍ମ ଜରିଆରେ ଶାହରୁଖ ଓ ଜନ୍ଙ୍କୁ ପ୍ରଥମ ଥର ପାଇଁ ପରଦାରେ ଏକାଠି ଦେଖିବାକୁ ମିଳିବ। ସିଦ୍ଧାର୍ଥ ଆନନ୍ଦଙ୍କ ଏହି ଫିଲ୍ମ ପାଇଁ ଶାହରୁଖ୍ ମୁମ୍ବଇର ଅନେ୍ଧରୀ ସ୍ଥିତ ୟଶରାଜ ଫିଲ୍ମ ଷ୍ଟୁଡିଓରେ ଶୁଟିଂ କରିବେ।



