www.samajalive.in
Tuesday, December 9, 2025
16.1 C
Bhubaneswar

ଓଡ଼ିଶା ପୁଲିସର ୫୦୦ ଯୋଦ୍ଧାଙ୍କ ପ୍ଲାଜ୍‍ମା ଦାନ

ଭୁବନେଶ୍ୱର: କୋଭିଡ୍‍-୧୯ ସଂକ୍ରମଣ ଗତ କିଛି ଦିନ ହେବ ହ୍ରାସ ପାଇଥିବା ରାଜ୍ୟ ସରକାରଙ୍କ ଆକଳନ କରିଛନ୍ତି। ସେ​‌​‌ପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟ ପୁଲିସ ବାହିନୀରେ ୬୮୨୯ ଜଣ ପୁଲିସ କର୍ମଚାରୀ କୋଭିଡ୍‍ରେ ସଂକ୍ରମଣ ହୋଇସାରିଥିଲେ। ତେବେ ଅକ୍ଟୋବର ମାସରେ ସଂକ୍ରମଣ ହାର ଓଡ଼ିଶା ପୁଲିସର କମ୍‍ ରହିଥିଲେ ବି ଏହି ସଂକ୍ରମଣ ସଂଖ୍ୟା ୭୦୦୦କୁ ଟପିଯାଇଛି। ତେବେ କୋଭିଡ ନିୟମ ଅନୁସାରେ ପଜିଟିଭ୍‍ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତି ୪ ସପ୍ତାହ ମଧ୍ୟରେ ପ୍ଲାଜ୍‍ମା ଦାନ କରି କରିପାରିବେ। ରାଜ୍ୟ ସରକାରଙ୍କ ପ୍ଲାଜ୍‍ମା ଥେରାପି ଚିକିତ୍ସା ପଦ୍ଧତିରେ ସବୁଠାରୁ ବେଶୀ ଯୋଗଦାନ ଏବେ ଓଡ଼ିଶା ପୁଲିସର ବୋଲି ଆକଳନ କରାଯାଇଛି। ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁସବୁ ପ୍ଲାଜ୍‌ମା ଦାନ କେନ୍ଦ୍ର ରହିଛି ସେଥିରେ ଓଡ଼ିଶା ପୁଲିସର ୫୦୦ କର୍ମଚାରୀ ପ୍ଲାଜ୍‌ମା ଦାନ କରିସାରିଲେଣି। ଓଡ଼ିଶା ପୁଲିସ ବାହିନୀର ଏହି ମହତ କାର୍ଯ୍ୟକୁ ରାଜ୍ୟ ସରକାର ପ୍ରଶଂସା କରିଛନ୍ତି। ପ୍ଲାଜ୍‍ମା ଦାନ ସମୟ ସାପେକ୍ଷ ହୋଇଥିବାରୁ ସ୍ୱଳ୍ପସଂଖ୍ୟକ ପୁଲିସ କର୍ମଚାରୀ ପ୍ଲାଜ୍‍ମା ଦାନ କରିପାରିଛନ୍ତି।

ପୁଲିସ ମୁଖ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ରାଜ୍ୟର ଏସ୍‍ସିବି ମେଡିକାଲ୍‍, ଆଇଜିଏଚ୍‍, ଭିମ୍‍ସାର, ଏମ୍‍କେସିଜି, କ୍ୟାପିଟାଲ୍‍ ହସ୍ପିଟାଲ୍‍ ଓ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲ୍‍ରେ ଓଡ଼ିଶା ପୁଲିସର କୋଭିଡ୍‍ ଯୋଦ୍ଧାମାନେ ପ୍ଲାଜ୍‍ମା ଦାନ କରିଛନ୍ତି। ପୁଲିସ କର୍ମଚାରୀ ଓ ଅଧିକାରୀମାନେ ସଂକ୍ରମଣ ହୋଇ ସୁସ୍ଥ ହେବା ପରେ କାର୍ଯ୍ୟରେ ଯୋଗ ଦେଇ ପ୍ଲାଜ୍‍ମା ଦାନ କରିଛନ୍ତି। ତେବେ ସବୁଠାରୁ କନଷ୍ଟେବଳ ପାହ୍ୟାର କର୍ମଚାରୀ ସର୍ବାଧିକ ପ୍ଲାଜ୍‍ମା ଦାନ କରିଥିବା ଜଣାପଡ଼ିଛି। ଓଡ଼ିଶା ପୁଲିସର ବିଭିନ୍ନ ବାଟାଲିଅନ୍‍ଠାରୁ ଆରମ୍ଭ କରି ୪୯ଟି ପୁଲିସ ଶାଖାରେ କାର୍ଯ୍ୟରତ କର୍ମଚାରୀ ଏବଂ ଜିଲା ପୁଲିସର କର୍ମଚାରୀ ପ୍ଲାଜ୍‍ମା ଦାନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories