www.samajalive.in
Monday, December 15, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ପହଞ୍ଚିଲା ’ପାକିସ୍ତାନୀ ପାରା’ ପ୍ରସଙ୍ଗ

ନୂଆଦିଲ୍ଲୀ: ଶତ୍ରୁପକ୍ଷ ସମ୍ପର୍କରେ ସୂଚନା ନିମନ୍ତେ ଗୁଇନ୍ଦା ବ୍ୟବହାର ବହୁ ପୁରୁଣା ପ୍ରଥା। ପ୍ରାଚୀନ କାଳରେ ପାରାମାନଙ୍କୁ ଗୋପନ ତଥ୍ୟ ପ୍ରେରଣ ନିମନ୍ତେ ବ୍ୟବହାର କରାଯାଉଥିଲା । ମାତ୍ର ନିକଟରେ କାଶ୍ମୀର କଠୁଆ ଜିଲାର ହୀରାନଗର ଅଞ୍ଚଳରେ ଧରା ପଡ଼ିଥିବା ଏକ ପାକିସ୍ତାନୀ ପାରା ପ୍ରସଙ୍ଗ ଏବେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚିଛି । ଏହି ପାରାକୁ ମୁକୁଳାଇବାକୁ ପାକିସ୍ତାନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ ଆସିଛି । ତେବେ ପାକିସ୍ତାନ ସରକାର ନୁହେଁ, ସିଆଲକୋଟରେ ରହୁଥିବା ହବିବୁଲ୍ଲା ନାମକ ଜଣେ ବ୍ୟକ୍ତି । ଏହି ପାରାଟି ତାଙ୍କର ଏବଂ ସେ କୌଣସି ଗୁଇନ୍ଦା ବୃତ୍ତିରେ ନିଯୁକ୍ତ ନ ଥିଲା, ତେଣୁ ପାରାଟିକୁ ଫେରାି ଦେବାକୁ ହବିବୁଲ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି ।

ମାତ୍ର ୨ ଦିନ ତଳେ ପାରାଟି କାଶ୍ମୀରର କଠୁଆ ଜିଲାର ହୀରାନଗର ଅଞ୍ଚଳରେ ଧରା ପଡ଼ିଥିଲା । କଠୁଆର ଡ଼ବାଲ ଅଞ୍ଚଳର ଜଣେ ମହିଳା ଏହି ପାରାଟି ତାଙ୍କ ଘର ନିକଟରେ ବସିଥିବା ବେଳେ ଧରିଥିଲେ । ତା ଗୋଡ଼ରେ ଗୋଟିଏ ରିଙ୍ଗ ରହିଥିଲା । ପାରାଟି ପାକିସ୍ତାନ ଅଞ୍ଚଳରୁ ଆସିଥିବା ଅନୁମାନ କରି ସେ ତାକୁ ସୀମା ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ । ସୀମା ସୁରକ୍ଷା କର୍ମଚାରୀ ଏହାକୁ ପୁଲିସକୁ ହସ୍ତାନ୍ତରିତ କରିଥିଲେ । ଏହି ଖବର ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ବିଶିଷ୍ଟ ଲେଖକ ଚେତନ ଭଗତ ମଧ୍ୟ ଏଥିରେ ହସ୍ତକ୍ଷେପ କରିଥିଲେ । ଟ୍ବିଟ୍ ଯୋଗେ ଏହି ପାରା କେଉଁଠୁ ଗୁଇନ୍ଦା ସୂଚନା ନେବା ପାଇଁ ଆସିଥିଲା ? ଯଦି ଏହା ଅଣ୍ଡା ଦିଏ ତେବେ ତାହା ଭାରତୀୟ ହେବ ନାଁ ପାକିସ୍ତାନ ହେବ ବୋଲି କୌତୂକ ପ୍ରଶ୍ନ କରିଥିଲେ ।

- Advertisement -

ଶେଷରେ ଏହି ଖବର ପାକିସ୍ତାନ ପର୍ଯ୍ୟନ୍ତ ଚାଲି ଯାଇଥିଲା । ପାକିସ୍ତାନୀ ଅଧିକାରୀ ମଧ୍ୟ ଏଥିରେ ଆଚମ୍ବିତ । ତାଙ୍କ ଅଞ୍ଚଳର ପାରା କିପରି ଭାରତ ଗୁଇନ୍ଦାଗିରି କରିବାକୁ ଭାରତ ଚାଲି ଯାଇଥିଲା ସେ ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କଲେ । ଶେଷରେ ଜଣା ପଡ଼ିଥିଲା ଏହି ପାରାଟି ସିଆଲକୋଟ ଅଞ୍ଚଳର ସୀମାନ୍ତବର୍ତୀ ଗାଁ ବଗା ଶକରଗଡ଼ରେ ରହୁଥିବା ହବିବୁଲ୍ଲା ନାମକ ଜଣେ ବ୍ୟକ୍ତିର । ହବିବୁଲ୍ଲାର ପାରା ପାଳିବାର ସଉକ ଅଛି । ସେ ତାର ସବୁ ପାରା ଗୋଡ଼ରେ ରିଙ୍ଗ ପିନ୍ଧାଇଥାଏ । ଯେଉଁଥିରେ ଏକ ମୋବାଇଲ ନମ୍ବର ଲେଖାଯାଇଥାଏ । ଦୁଇଦିନ ପୂର୍ବରୁ ଇଦ୍ ଅବସରରେ ସେ ତାର ସବୁ ପାରାଙ୍କୁ ଉଡ଼ାଇଥିଲା । ସେଥିରୁ ସବୁ ପାରା ଫେରି ଆସିଥିଲେ କେବଳ ଗୋଟିଏ ଫେରି ନ ଥିଲା ।

ହବିବୁଲ୍ଲାର ଦାବି ଅନୁସାରେ ଏହି ପାରାର ଯୋଡ଼ି ପାରାଟି ତାଙ୍କ ପାଖରେ ଅଛି । ତାଙ୍କର ଗାଁ ଭାରତ ସୀମାରୁ ମାତ୍ର ୪ କିଲୋମିଟର ଦୂର । ସେ ଭାରତ ଉଡ଼ି ଯାଇଛି । ମାତ୍ର ସେଠାରେ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇଛି । ଏହାପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏ ସମ୍ପର୍କରେ ଚିଠି ଲେଖିଛି । ତାର ପାରାକୁ ପୁରା ପ୍ରୋଟୋକଲ ଓ ସମ୍ମାନର ସହ ତାକୁ ଫେରାଇ ଦିଆଯାଉ ବୋଲି ଅନୁରୋଧ କରିଛି ।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories